ଅକୁହା ବ୍ୟଥା
ସାବିତ୍ରୀ ସକାଳୁ ସକାଳୁ ଉଠି ଘର କାମ କରୁଥାଏ। ଦିନ 9:30 ହେଲାଣି କିନ୍ତୁ ସାବିତ୍ରୀ ର ସ୍ଵାମୀ ସୁଧାଂଶୁ ବାବୁ ଏଯାଏଁ ଉଠି ନାହାନ୍ତି। କାହିଁକି ବା ଉଠିବେ? ଦେଶ ସାରା ତ ସବୁ କାମ ବନ୍ଦ ହେଇପଡିଛି, ସମସ୍ତେ ନିଜ ନିଜ ଘରେ ଭିତରେ ଅଛନ୍ତି, ବାହାରକୁ ବାହାରିଲେ ବିପଦ। ସୁଧାଂଶୁ ବାବୁ ଟିକେ ଆରାମ କରୁଛନ୍ତି। ଆରାମରେ ଶୋଇ ଉଠି ନିଜ କାମ ସାରି ଖାଇବାକୁ ବସିଲେ। ସାବିତ୍ରୀ ଚୁପ୍ ଚାପ୍ ଘରେ ଯାହା ଅଛି ଦେଲା, କିନ୍ତୁ ସୁଧାଂଶୁର ମନ କାହିଁକି କେଜାଣି ଖୁସି ନଥିଲା। ଖାଇସାରି ସବୁଦିନ ଭଳି TV ଆଉ MOBILE ଖୋଲି ବସିଲା, ସାବିତ୍ରୀ ଏପଟେ ଘର କାମରେ ବ୍ୟସ୍ତ । ସୁଧାଂଶୁ mobile ରେ କ'ଣ ସବୁ ଧ୍ୟାନର ସହିତ ଦେଖିବା ସମୟ ରେ ସାବିତ୍ରୀ କହିଲା," ଘରେ ଡାଲି ନାହିଁ କି ଚାଉଳ ନାହିଁ, ଟିକେ ଯାଇ ଆଣିଦିଅ, କେମିତି କ'ଣ ଖାଇବ ଯେ।" ସୁଧାଂଶୁ ଜୋରରେ ଚିତ୍କାର କରି ଉଠିଲା " ମୁଁ ଏ ଘରର ଦାୟିତ୍ୱ ନେଇ ପାରିବି ନାହିଁ , କିଏ କ'ଣ ଖାଇବ, କ'ଣ ଘରକୁ ଆସିବ, ନ ଆସିବ ମୁଁ କିଛି କହି ପାରିବିନି, ଘରେ କିଏ କ'ଣ ଖାଇବ ମୁଁ କିଛି ଜାଣିନି, ମତେ କିଛି କହନା ତୁ। ମୋ ଭାଗ୍ୟ ଟା ଖରାପ ଯେ ତତେ ବାହା ହେଇଛି " ସାବିତ୍ରୀ ବା ଆଉ କ'ଣ କହିବ! "ତା ସ୍ଵାମୀ ବି କ'ଣ କରିବେ? ତିନି ମାସ ହେଲାଣି ସବୁ କାମ ବନ୍ଦ। କରୋନା ପାଇଁ ସବୁ ତ ବନ୍ଦ। କେତେ ଦିନ ବା ବସି ବସି ଘର ସଂସାର...