Posts

Showing posts with the label Folktales

ମାଙ୍କଡ଼ ଏବଂ କାଠ ଖଣ୍ଡ

Image
ବହୁତ ପୁରୁଣା କଥା। ଥରେ ଗୋଟିଏ ସହର ଠାରୁ ଅଳ୍ପ ଦୂରରେ ଏକ ମନ୍ଦିର ନିର୍ମାଣ କରାଯାଉଥିଲା | ମନ୍ଦିରଟିକୁ ସୁନ୍ଦର କରିବା ପାଇଁ କାଠରେ ସୁନ୍ଦର୍ ସୁନ୍ଦର୍ ମୂର୍ତ୍ତି ତିଆରି ଆରମ୍ଭ ହେଲା। ମନ୍ଦିର ଆଗରେ ହିଁ କାଠ କାମ କରାଗଲା, ତେଣୁ ବହୁତ ଶ୍ରମିକ ସହରରୁ ଆସି କାଠ କାଟିବାରେ ଲାଗିଲେ | କାଠ କାମ ବହୁତ ଦିନ ଧରି ଚାଲିଲା। ସେ ମନ୍ଦିର ଆଖ ପାଖରେ ଜଙ୍ଗଲକୁ ଛାଡି ଦେଲେ ଆଉ କିଛି ନଥିଲା, ସବୁ ଶ୍ରମିକଙ୍କୁ ମଧ୍ୟାହ୍ନ ଭୋଜନ କରିବା ପାଇଁ ସହରକୁ ଯିବାକୁ ପଡୁଥିଲା, ତେଣୁ ଦିନରେ କିଛି ସମୟ କାମ କରିଲା ପରେ ସେମାନେ ସହରକୁ ଯାଇ ଭୋଜନ ସାରି ଫେରିବା ପରେ ସନ୍ଧ୍ୟା ଯାଏଁ କାମ କରୁଥିଲେ। ତେଣୁ ପ୍ରତିଦିନ ଦିପହରରେ କିଛି  ଘଣ୍ଟା ପର୍ଯ୍ୟନ୍ତ ସେହି କାଠ କାମ ପାଖରେ କେହି ରହୁ ନଥିଲେ | ପ୍ରଥମେ ସେମାନେ କାଠ ଗୁଡ଼ିକୁ ଗୋଲ ଗୋଲ ବଡ଼ ଗଣ୍ଡି କରି ତାକୁ ମଝିରୁ ଫାଳ କରିବାକୁ ଆରମ୍ଭ କଲେ। ସେ ଜାଗାରେ ଚାରିଆଡ଼େ କାଠ ଖଣ୍ଡ ସବୁ ଏଣେ ତେଣେ ପଡ଼ିଥାଏ। ଦିନେ ଗୋଟିଏ ବଡ଼ କାଠ ଗଣ୍ଡି କାଟୁ କାଟୁ ଦ୍ୱିପହର ହୋଇଗଲା। ମଝିରୁ ଅଧା ଫାଳ ହୋଇଥିଲା, ପୁଣିଥରେ ସେହି ଜାଗା ରୁ କାଟିବା ସହଜ ହେବ ବୋଲି ଅଧା ଚିରା କାଠ ମଝିରେ ଗୋଟାଏ ଛୋଟ କାଠର କୀଳା ( କ୍ଲିପ୍ ପରି) ରଖିଦେଲେ ଓ ମଧ୍ୟାହ୍ନ ଭୋଜନ ପାଇଁ ସବୁ ଶ୍ରମିକ ନିଜ କାମ ଛାଡି ଖାଇବାକୁ ସହରକୁ ଚାଲିଗଲେ | ଠିକ୍ ସେତିକିବେଳେ ମାଙ୍କଡ଼ମାନଙ୍କର ଗୋଟିଏ ଦଳ ସେଠାକୁ ଡେଇଁ ଡେଇଁ ଆସିଲ...

ପଞ୍ଚତନ୍ତ୍ର କାହାଣୀଧାରା

Image
ପ୍ରାଚୀନ ସମୟ, ବହୁତ ପୂର୍ବର କଥା। ପ୍ରାୟ ୨୦୦୦ ବର୍ଷ ପୂର୍ବେ, ଭାରତର ଦକ୍ଷିଣ ଭାଗରେ ମହିଳାରୋପ୍ୟମ ନାମକ ଏକ ସୁନ୍ଦର ରାଜ୍ୟ। ରାଜା ଅମରଶକ୍ତି ସେହି ରାଜ୍ୟରେ ଶାସନ କରୁଥିଲେ। ଅତ୍ୟନ୍ତ ଜ୍ଞାନୀ ଏବଂ ଦୟାଳୁ ରାଜାଙ୍କର ତିନି ପୁତ୍ର ଥିଲେ, ତିନିପୁତ୍ରଙ୍କ ନାମ ବାହୁଶକ୍ତି, ଉଗ୍ରଶକ୍ତି ଏବଂ ଅନନ୍ତଶକ୍ତି। ରାଜା ଯେତିକି ଉଦାର ପ୍ରଶାସକ ଓ କୁଶଳୀ ନୀତି ନିର୍ମାତା ଥିଲେ, ତାଙ୍କ ପୁଅମାନେ ସେତିକି ମୂର୍ଖ ଓ ଅହଂକାରୀ ଥିଲେ | ଜ୍ଞାନୀ ରାଜାଙ୍କର ସମସ୍ତ ରାଜକୁମାର ଅଜ୍ଞାନ ଥିଲେ। ସେମାନେ ଅଳସୁଆ ଏବଂ ଜ୍ଞାନ ଆହରଣ କରିବାକୁ ଆଦୌ ଆଗ୍ରହ ପ୍ରକାଶ କରୁନଥିଲେ। ରାଜା ସେମାନଙ୍କୁ ବ୍ୟବହାରିକ ଶିକ୍ଷା ଦେବା ପାଇଁ କଠିନ ଚେଷ୍ଟା କଲେ, କିନ୍ତୁ ସେ କୌଣସି ପ୍ରକାରେ ସଫଳ ହୋଇପାରିଲେ ନାହିଁ | ଯେତିକି ଯେତିକି ସମୟ ବଢ଼ି ଚାଲିଲା ସେମାନେ ରାଜାଙ୍କ ପାଇଁ ସେତିକି ସେତିକି ଚିନ୍ତାର ବିଷୟ ପାଲଟିଗଲେ। ରାଜା ଧୀରେ ଧୀରେ ନିରାଶ ହେବାକୁ ଲାଗିଲେ। ରାଜାଙ୍କ ମନ୍ତ୍ରିମଣ୍ଡଳରେ ବହୁ କୁଶଳୀ, ଦୂରଦୃଷ୍ଟି ସମ୍ପନ୍ନ ତଥା ଦକ୍ଷ ମନ୍ତ୍ରୀ ଥିଲେ, ରାଜା ବାଧ୍ୟ ହୋଇ ପରାମର୍ଶ ନେବା ପାଇଁ ମନ୍ତ୍ରୀମାନଙ୍କୁ ଡକାଇଲେ: "ଆପଣ ମାନେ ଜାଣନ୍ତି ଯେ, ମୁଁ ମୋ ପୁଅମାନଙ୍କ ଉପରେ ଖୁସି ନୁହେଁ। ଜଣେ ରାଜାଙ୍କ ପୁତ୍ର ହୋଇ ମଧ୍ୟ ସେମାନଙ୍କର ମନରେ ଜ୍ଞାନ ପାଇଁ ଉତ୍ସାହ ନାହିଁ। ମୂର୍ଖ ପୁତ୍ର ପିତା ପାଇଁ ଅପମାନ ଆଣେ। ସେମାନଙ୍କୁ ମୁଁ ମୋର ଉତ୍ତର...

ଘଟଗାଁ ମା' ତାରିଣୀ କିମ୍ବଦନ୍ତୀ

Image
କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀ। ମା ତାରିଣୀଙ୍କ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ପୀଠ। ଏଠାରେ ମା, ଶାଳବଣ ମଝିରେ ପୂଜା ପାଆନ୍ତି। ମା'ଙ୍କ ଉପରେ ଭକ୍ତମାନଙ୍କର ବହୁ ବିଶ୍ୱାସ ମନାଯାଏ। ମା' ଙ୍କୁ କେବଳ ନଡ଼ିଆଟିଏ ମାନସିକ କଲେ ମଧ୍ୟ ମା’ ସମସ୍ତଙ୍କର ମାନସିକ ପୁରା କରିଦିଅନ୍ତି; ସେଥି ପାଇଁ ତାଙ୍କୁ 'ନଡ଼ିଆରାଣୀ ' ମଧ୍ୟ କୁହାଯାଏ। କାହିଁ କେତେ ଦୂରରୁ ଭକ୍ତମାନେ ମାନସିକ କରି ଗାଡ଼ିରେ ନଡିଆ ପଠାନ୍ତି। ମା ତାରିଣୀ ପ୍ରକୃତରେ ମା ଦୁର୍ଗାଙ୍କ ଏକ ବିଶିଷ୍ଟ ରୂପ ଅଟନ୍ତି, ଯିଏକି ସଙ୍କଟହାରିଣୀ ତାରିଣୀ ମା' ଙ୍କ ରୂପରେ ଘଟଗାଁ ପୀଠରେ ପୂଜା ପାଉଛନ୍ତି।  ଏହି କାହାଣୀଟିରେ ଆମେ କିଛି କିମ୍ବଦନ୍ତୀ ଅନୁଯାୟୀ ମା’ ତାରିଣୀ କିପରି ଘଟଗାଁକୁ ଆସିଲେ ଜାଣି ପାରିବା।  ୧୪ଶ ଶତାବ୍ଦୀ ସମୟର କଥା। ସେ ସମୟରେ କଳିଙ୍ଗର ରାଜା ପୁରୁଷୋତ୍ତମ ଦେବ ଗଜପତି ରୂପେ ଅଭିଷିକ୍ତ ଥିଲେ। କଳିଙ୍ଗର ରାଜା ଥରେ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିଲେ, କାଞ୍ଚି ନାମକ ଏକ ପ୍ରସିଦ୍ଧ ରାଜ୍ୟରେ ଯାଇ ପହଞ୍ଚିଲେ । ସେଠାରେ କାଞ୍ଚିର ରାଜକୁମାରୀ ପଦ୍ମାବତୀଙ୍କୁ ଦେଖି ତାଙ୍କୁ ବିବାହ କରିବାର ଇଚ୍ଛା ପ୍ରକାଶ କଲେ। ଏତେ ବଡ କଳିଙ୍ଗ ରାଜ୍ୟର ରାଜା ବୋଲି ଦେଖି ପ୍ରସ୍ତାବରେ ରାଜି ହୋଇଗଲେ କାଞ୍ଚି ରାଜ୍ୟର ରାଜା। ନିଜ ପୁତ୍ରୀର ବିବାହ ଆୟୋଜନ ନିମନ୍ତେ ତାଙ୍କର ଏକ ବିଶେଷ ମନ୍ତ୍ରୀଙ୍କୁ ନିୟୋଜିତ କଲେ ଏବଂ କଳିଙ...

ଶାମ୍ବ ଦଶମୀ

Image
ଶାମ୍ବ ଦଶମୀ, ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳନ ହୁଏ। କେହି କେହି ଏହାକୁ ଶମ୍ବର ଦଶମୀ ବୋଲି ମଧ୍ୟ କୁହନ୍ତି। ନିଜ ସନ୍ତାନ ମାନଙ୍କର ମଙ୍ଗଳ ମନାସୀ ମାଆ ମାନେ ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରନ୍ତି। ଏହା ଓଡ଼ିଆ ଜାତିର ଏକ ବିଶେଷ ପର୍ବ ଅଟେ। ଶାମ୍ବ, ଯିଏକି ଭଗବାନ ଶ୍ରୀ କୃଷ୍ଣଙ୍କ ସନ୍ତାନ, ଦେଖିବାକୁ ଅବିକଳ କୃଷ୍ଣଙ୍କ ପରି। ଏହାଙ୍କ ପାଇଁ ଶାମ୍ବ ଦଶମୀ ପୂଜାର ଆରମ୍ଭ ହୋଇଥିବାର କଥା ଅଛି।  ଏହାର ପଛରେ ଥିବା କାହାଣୀ- ଥରେ ଗୋପୀମାନେ ଗିରିନାର ପାହାଡ଼ ପାଖରେ ଥିବା ଏକ ସୁନ୍ଦର ପୁଷ୍କରିଣୀରେ ଜଳକ୍ରୀଡା କରିବା ସମୟରେ ଶ୍ରୀ କୃଷ୍ଣଙ୍କର ଅପେକ୍ଷା କରିଥିଲେ। ଏହି ସମୟରେ ନାରଦ ସେହି ବାଟ ଦେଇ ଯାଉଥିଲେ। ଶ୍ରୀ କୃଷ୍ଣ ଙ୍କର ପୁତ୍ର ମାନେ ନାରଦ ଙ୍କୁ ବହୁତ ଟାହି ଟାପରା ଥଟାମଜା କରନ୍ତି। ନାରଦଙ୍କର ସେମାନଙ୍କ ଉପରେ ଅନେକ ରାଗ ଥିଲା। ଏହି ସମୟରେ ସେହି ପାଖରେ ଶାମ୍ବ ଦେଖି ନାରଦ ତାଙ୍କ ପାଖକୁ ଗଲେ। ସେହି ମୁହଁ, ସେହି ହାତ, ସେହି ସୌନ୍ଦର୍ଯ୍ୟ, ଶାମ୍ବ ଦେଖିବାକୁ ଅବିକଳ କୃଷ୍ଣଙ୍କ ପରି। ନାରଦ କହିଲେ, " ଶାମ୍ବ ତୁମେ ଯାଅ, ତୁମକୁ ଗୋପୀମାନେ ପୁଷ୍କରିଣୀକୁ ଡାକିଛନ୍ତି।" ଏହା ଶୁଣି ଶାମ୍ବ ଯାଇ ଗୋପୀମାନଙ୍କ ସହ ଜଳକ୍ରୀଡା କରିବାକୁ ଲାଗିଲେ ଏବଂ ଗୋପୀମାନେ ମଧ୍ୟ ଶାମ୍ବଙ୍କୁ ଶ୍ରୀ କୃଷ୍ଣ ବୋଲି ଭାବି ସମସ୍ତେ ଜଳକ୍ରୀଡାର ଆନନ୍ଦ ଉପଭୋଗ କରିବାକୁ ଲାଗିଲେ। ଏତିକି ବେଳେ ନାରଦ ଯାଇ ପହଞ୍ଚିଲେ ...

କାଳ ବୈଶାଖର ରକ୍ତ ଭୋଜି

Image
ବୈଶାଖ ମାସରେ ପ୍ରଚଣ୍ଡ ରୁଦ୍ରତାପ, ସକାଳର ସୁରୁଜବି ଜଳନ୍ତା ନିଆଁପିଣ୍ଡ ଭଳି ଦିଶୁଛି। ସେଦିନ ଶନିଆ ବିଲକୁ ହଳ ନେଇ ଯିବ, ତେଣୁ ବେଗି ବେଗି କଅଣ ଦୁଇଟା ଖାଇ ଦେଇ ଗୁହାଳକୁ ଗଲା। ବଳଦକୁ କୁଣ୍ଡା ତୋରାଣି ଦେଲା। ଲଙ୍ଗଳ ପାଞ୍ଚଣ ଧରି ବଳଦକୁ ଠିଆ କଲା। ଯାଉ ଯାଉ ତା' ସ୍ତ୍ରୀକୁ କହିଦେଲା, "ଦି ଘଡିକୁ ମୁନ୍ଦାଏ ପାଣି ନେଇ ବିଲକୁ ଯିବୁ।" ଶନିଆର ସ୍ତ୍ରୀ ଘରୁ ଥାଇ ହଁଟେ ମାରିଲା। ଶନିଆ ଏଥର ବଳଦ ଆଡେଇ ବିଲ ଆଡେ ଚାଲିଲା।  ବିଲ ମୁଣ୍ଡରେ ପହଞ୍ଚୁ ପହଞ୍ଚୁ ଖରା ବଡ଼ ଟାଣ୍ ହେଲାଣି। ଶନିଆ ଦୁଇ ବଳଦକୁ ନେଇ ଲଙ୍ଗଳ ଯୋଛିଲା, ହଳ ଆରମ୍ଭ ହେଲା। ଖରାଟିଆ ଚାଷ ଭାରି କଷ୍ଟ। ବିଲ ଶୁଖି ଆଁ କରିଥାଏ। କଷ୍ଟେ ମଷ୍ଟେ ହଳ ବୁଲାଇଲା। ସେତେବେଳକୁ ଅସହ ଖରା। ଦିହ ମୁଣ୍ଡ ପୋଡି ପକାଉଥାଏ, ହେଲେ ବିଲ ମଝିରେ କେଉଁଠି ଟିକିଏ ଥାଁ ମାରିବାକୁ ଛାଇ ନାହିଁ। ଦୂର ଦୂର ପର୍ଯ୍ଯନ୍ତ ପ୍ରସସ୍ତ ଶୁଖିଲା ପଡିଆ। ସେ ଆଉ କଷ୍ଟ ସହି ନପାରି ବିଲ ହିଡ଼ରେ ଟିକିଏ ବସି ପଡିଲା। ସେତେବେଳକୁ ଶନିଆକୁ ଭାରି ଶୋଷ ହେଲାଣି। ମୁଣ୍ଡଫଟା ଖରାରେ ଭାରି ହାଲିଆ ଲାଗିଲାଣି। ସ୍ତ୍ରୀକୁ ପାଣି ନେଇ ଆସିବାକୁ କହିଥିଲା ଯେ, ଏ ଯାଏଁ ପାଣିର ଦର୍ଶନ ନାହିଁ।  ଶନିଆ ତା ସ୍ତ୍ରୀକୁ ଜଗି ଜଗି ଭାବିଲା,"ହଉ ଆଉ ହେଳା କରି ଲାଭ ନାହିଁ, ଆଉ ଦି ଭେରା ହଳ ବୁଲେଇ ଦିଏ।" ଏପରି ଭାବି ସେ ପୁଣି ତା କାମରେ ଲାଗିଗଲା। ଗୋଟିଏ ହାତ ଲଙ୍ଗଳ କଟି ଉପରେ ପଡିଥାଏ, ...

'ମକର ସଂକ୍ରାନ୍ତି' - ପର୍ବ ଓ କାହାଣୀ...

Image
ମକର ସଂକ୍ରାନ୍ତି ସମଗ୍ର ଭାରତ ବର୍ଷରେ ପାଳିତ ହେଉଥିବା ଏକ ପର୍ବ । ଏହି ପର୍ବ ସହିତ ଅନେକ ଭାବନା ଓ କିମ୍ବଦନ୍ତୀ ଜଡିତ। ଏହି ସବୁ କିମ୍ବଦନ୍ତୀ ଗୁଡିକ କେଉଁଠାରୁ ଆରମ୍ଭ ତାହା ଅଜଣା । ଏହା ସହିତ ଜଡିତ ବହୁ ଐତିହାସିକ, ପୌରାଣିକ ଘଟଣା ରହିଛି। ସୂର୍ଯ୍ୟଙ୍କର ମକର ରାଶିରେ ପହଞ୍ଚିବାର କିମ୍ବଦନ୍ତୀ , ଆର୍ଯ୍ୟମାନେ ନିଜକୁ ଶୀତରୁ ରକ୍ଷା କରିବା ପାଇଁ ଇଶ୍ବରଙ୍କର ଉପାସନା କରିବାର କିମ୍ବଦନ୍ତୀ, ମହାଦେବ ଶିବ ବୃଷଭଙ୍କୁ ଦଣ୍ଡ ଦେବାର କିମ୍ବଦନ୍ତୀ; ଏଭଳି ଅନେକ ଘଟଣା ରହିଛି। ରାଜା ଭାଗୀରଥଙ୍କ କାହାଣୀ ଗୋଟିଏ କିମ୍ବଦନ୍ତୀ ଅନୁଯାୟୀ, ରାଜା ସାଗର ଦିନେ ଅଶ୍ଵମେଧ ଯଜ୍ଞ କରୁଥିବା ସମୟରେ ଦେବରାଜ ଇନ୍ଦ୍ର ତାଙ୍କର ଯଜ୍ଞ-ପୂଜିତ ଅଶ୍ଵ/ଘୋଡାଟିକୁ ଚୋରି କରିନେଲେ। ଯଜ୍ଞର ବିଧି ଅନୁସାରେ, ସେହି ଅଶ୍ଵ ବିନା ଯଜ୍ଞ ସମ୍ପୂର୍ଣ ହେବା ଅସମ୍ଭବ। ଚିନ୍ତିତ ହୋଇ, ରାଜା ସାଗର ଏବେ ତାଙ୍କର ୬୦,୦୦୦ ପୁତ୍ରଙ୍କୁ ଘୋଡାର ସନ୍ଧାନରେ ପଠାଇଲେ। ସେମାନେ ଘୋଡାର ପାଦଚିହ୍ନକୁ ଅନୁସରଣ କରି ଯାଇ ପହଞ୍ଚିଲେ ପାଟଳୀ ରାଜ୍ୟର କପିଳ ମୁନିଙ୍କ ଆଶ୍ରମରେ। ସେହି ଆଶ୍ରମରେ ଘୋଡାକୁ ଦେଖି ରାଜାଙ୍କ ପୁତ୍ରମାନଙ୍କୁ ଲାଗିଲା ଯେ କପିଳ ମୁନି ତାଙ୍କ ପିତାଙ୍କ ଘୋଡାକୁ ଚୋରି କରିଛନ୍ତି (ଇନ୍ଦ୍ର ଚୋରିକରି ମୁନିଙ୍କ ଆଶ୍ରମରେ ଲୁଚିଥିଲେ)। କ୍ରୋଧରେ ଅନ୍ଧ ହୋଇ ରାଜକୁମାରମାନେ କପିଳ ମୁନିଙ୍କ ଉପରେ ନାନା ପ୍ରକାରର ଲାଞ୍ଛନା ଲଦିବାରେ ଲାଗିଲେ। ରାଜକୁମାରମାନଙ୍କ...