ତଅପୋଈ କଥା
"ବାର ମାସରେ ତେର ପର୍ବ", ଓଡ଼ିଶାରେ ବିଭିନ୍ନ ପ୍ରକାରର ପୂଜା, ପର୍ବ, ଓଷାବାର ଓ ଅନେକ ବ୍ରତକଥା ରହିଛି। ଏସବୁ କେବେ ଆରମ୍ଭ ହୋଇଥିଲା, ସେମାନଙ୍କର ସ୍ରଷ୍ଟା, ଏପର୍ଯ୍ଯନ୍ତ ଅଜ୍ଞାତ। ଓଡ଼ିଶାରେ ପ୍ରଚଳିତ ଅନେକ ବ୍ରତ, ଓଷା କଥା ଭିତରୁ ତଅପୋଈର ଗପଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ଗପଟି ଓଡ଼ିଶାରେ ଘରେ ଘରେ ସୁପରିଚିତ। ଗପଟି ଏହିପରି- ଧନେଶ୍ଵର ନାମରେ ପରିଚିତ ଜଣେ ସାଧବ ଥିଲେ। ତାଙ୍କର ସାତପୁଅ, ସାତବୋହୂ ଏବଂ ଏକମାତ୍ର କନ୍ୟା ତଅପୋଈ ଯିଏକି ସବୁଠାରୁ ସାନ। ଅଲିଅଳୀ ଏକ ମାତ୍ର ଗେହ୍ଲି ଝିଅ ତଅପୋଈ ଥିଲା ସାଧବର ଜୀବନ ଓ ଭାଇମାନଙ୍କର ଆଖିର ତାରା । ସାଧବର ଧନ ସମ୍ପତ୍ତି କହିଲେ ନ ସରେ। ବୈକୁଣ୍ଠ ପରି ଘର ସଂସାର। ହସ ଖେଳରେ ଦିନ ସରେନି ତାଙ୍କର। ତାଙ୍କ ଘର ପାଖରେ ଥିବା ଗୋଟିଏ ଦରିଦ୍ରା ବିଧବା ବ୍ରାହ୍ମଣୀ ସ୍ତ୍ରୀ ସବୁବେଳେ ସାଧବର ସମ୍ପଦରେ ଈର୍ଷାରେ ଜଳିଉଠୁଥାଏ। ଦିନେ ଘର ଦାଣ୍ଡରେ ତଅପୋଈ ସାଙ୍ଗ ଝିଅ ମାନଙ୍କ ସହିତ ଧୂଳିରେ ବାଉଁଶ କୁଲେଇ ଧରି ଖେଳୁଥିଲା। ଏହି ସମୟରେ ବିଧବା ବ୍ରାହ୍ମଣୀ ଆସି ତଅପୋଈକୁ କହିଲା-" ତୁ ହେଲୁ ସାଧବ ଘରର ଝିଅ ଆଉ ବାଉଁଶ କୁଲେଇରେ ଖେଳୁଛୁ! ତୁ ପରା ସୁନାର ଯୋଗ୍ୟ। ତୋ ବାପକୁ କହିଲେ ସେ ତୋ ପାଇଁ ସୁନା ଚାନ୍ଦ ଆଉ ରୂପା କୁଲେଇ ଗଢିଦିଅନ୍ତା !" ଛୋ...