Posts

Showing posts with the label ଚିଠି

ଚିଠି

Image
16 ତରିଖ ଦିନ ସକାଳ 10:45 ରେ ଡାକବାଲା ଘରକୁ ଆସି ଚିଠି ଟା ରୂପା ହାତରେ ଦେବା ପରେ ସେ ଜୋରରେ ଦୌଡ଼ି ଯାଇ, ତା ମା ପାଖରେ ପହଞ୍ଚି ଖୁସିରେ କହିଲା," ମା, ଭାଇ ପାଖରୁ ଚିଠି ଆଉ ଟଙ୍କା ଆସିଛି।" ଏହା ଶୁଣି ରୂପା ର ମା ଘର ଭିତରୁ ଦୌଡ଼ି ଆସି ରୂପା ହାତରୁ ଚିଠି ଟା ଧରି ନେଲେ। ମାଆର ମନରେ ହଠାତ୍ ଅଜଣା ଭୟ ଘର କରିନେଲା। ଭୟ ରେ ଟିକେ ଅସ୍ଥିର ହୋଇ, ନିଜ ମନ କୁ ବୁଝେଇ ପୁଅ ର ଖବର ଜାଣିବା ଆଶା ରେ ଚିଠି ଟା ନେଇ ଖୋଲିବାକୁ ଆରମ୍ଭ କରିଲେ। ଠିକ୍ ଏହି ସମୟ ରେ କୁଆଡୁ କେଜାଣି ଗାଆଁ ର ସାହୁକାର ଆଉ ତାଙ୍କ ଗୁମସ୍ତା ଆସି ସେଠାରେ ପହଞ୍ଚିଗଲେ।ରୂପା ଆଉ ତା ମା କିଛି କହିବା ପର୍ବରୁ ତାଙ୍କ ହାତରୁ ଚିଠି ଆଉ ଟଙ୍କା ଛଡାଇ ନେଇ ଟଙ୍କା ହିସାବ କରିବା ପାଇଁ ଗୁମାସ୍ତା କୁ ଦେଲେ। ଗୁମାସ୍ତା ପଇସା ଗଣି କଣ ସବୁ ହିସାବପତ୍ର କରିବାକୁ ଲାଗିଲେ । ରୂପା ପାଇଁ ଏପ୍ରକାର ବ୍ୟବହାର କିଛି ନୂଆ ନଥିଲା, ତଥାପି ସେ ବିକଳ ଦୃଷ୍ଟି ରେ ସାହୁକାରଙ୍କୁ ଓ ତା ମାଆଙ୍କୁ  ଦେଖୁଥାଏ। ଦେଖୁଥାଏ ତା ମାଆ ଆଖିରେ, ଲୁହର ସମୁଦ୍ର ରେ ଜୁଆର ଆସିଯାଇଥାଏ। ଗୁମାସ୍ତା ହିସାବ କିତାବ କରସାରି ରୂପାର ମାଆକୁ କହିଲେ," ତୋର ଆହୁରି କୋଡିଏ ହଜାର ଟଙ୍କା ସୁଧ ରହିଲା, ଆଗେ ସୁଧ ପଇସା ଦେବୁ ତା ପରେ ଯାଇ ମୂଳ ପଇସା କଥା ଦେଖିବା। "  ଏତିକି କହିବା ପରେ ସାହୁକାର ବାବୁ ଆଗ ଭଳି ଚିଠି ଟାକୁ ଚିରି ଦେବା ପାଇଁ ଉଦ୍ୟମ କରିଲେ। ଏଇ ସମୟ ରେ ରୂ...