Posts

Showing posts with the label ଲୋକ କଥା

ଘଟଗାଁ ମା' ତାରିଣୀ କିମ୍ବଦନ୍ତୀ

Image
କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀ। ମା ତାରିଣୀଙ୍କ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ପୀଠ। ଏଠାରେ ମା, ଶାଳବଣ ମଝିରେ ପୂଜା ପାଆନ୍ତି। ମା'ଙ୍କ ଉପରେ ଭକ୍ତମାନଙ୍କର ବହୁ ବିଶ୍ୱାସ ମନାଯାଏ। ମା' ଙ୍କୁ କେବଳ ନଡ଼ିଆଟିଏ ମାନସିକ କଲେ ମଧ୍ୟ ମା’ ସମସ୍ତଙ୍କର ମାନସିକ ପୁରା କରିଦିଅନ୍ତି; ସେଥି ପାଇଁ ତାଙ୍କୁ 'ନଡ଼ିଆରାଣୀ ' ମଧ୍ୟ କୁହାଯାଏ। କାହିଁ କେତେ ଦୂରରୁ ଭକ୍ତମାନେ ମାନସିକ କରି ଗାଡ଼ିରେ ନଡିଆ ପଠାନ୍ତି। ମା ତାରିଣୀ ପ୍ରକୃତରେ ମା ଦୁର୍ଗାଙ୍କ ଏକ ବିଶିଷ୍ଟ ରୂପ ଅଟନ୍ତି, ଯିଏକି ସଙ୍କଟହାରିଣୀ ତାରିଣୀ ମା' ଙ୍କ ରୂପରେ ଘଟଗାଁ ପୀଠରେ ପୂଜା ପାଉଛନ୍ତି।  ଏହି କାହାଣୀଟିରେ ଆମେ କିଛି କିମ୍ବଦନ୍ତୀ ଅନୁଯାୟୀ ମା’ ତାରିଣୀ କିପରି ଘଟଗାଁକୁ ଆସିଲେ ଜାଣି ପାରିବା।  ୧୪ଶ ଶତାବ୍ଦୀ ସମୟର କଥା। ସେ ସମୟରେ କଳିଙ୍ଗର ରାଜା ପୁରୁଷୋତ୍ତମ ଦେବ ଗଜପତି ରୂପେ ଅଭିଷିକ୍ତ ଥିଲେ। କଳିଙ୍ଗର ରାଜା ଥରେ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିଲେ, କାଞ୍ଚି ନାମକ ଏକ ପ୍ରସିଦ୍ଧ ରାଜ୍ୟରେ ଯାଇ ପହଞ୍ଚିଲେ । ସେଠାରେ କାଞ୍ଚିର ରାଜକୁମାରୀ ପଦ୍ମାବତୀଙ୍କୁ ଦେଖି ତାଙ୍କୁ ବିବାହ କରିବାର ଇଚ୍ଛା ପ୍ରକାଶ କଲେ। ଏତେ ବଡ କଳିଙ୍ଗ ରାଜ୍ୟର ରାଜା ବୋଲି ଦେଖି ପ୍ରସ୍ତାବରେ ରାଜି ହୋଇଗଲେ କାଞ୍ଚି ରାଜ୍ୟର ରାଜା। ନିଜ ପୁତ୍ରୀର ବିବାହ ଆୟୋଜନ ନିମନ୍ତେ ତାଙ୍କର ଏକ ବିଶେଷ ମନ୍ତ୍ରୀଙ୍କୁ ନିୟୋଜିତ କଲେ ଏବଂ କଳିଙ...

ଶାମ୍ବ ଦଶମୀ

Image
ଶାମ୍ବ ଦଶମୀ, ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳନ ହୁଏ। କେହି କେହି ଏହାକୁ ଶମ୍ବର ଦଶମୀ ବୋଲି ମଧ୍ୟ କୁହନ୍ତି। ନିଜ ସନ୍ତାନ ମାନଙ୍କର ମଙ୍ଗଳ ମନାସୀ ମାଆ ମାନେ ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରନ୍ତି। ଏହା ଓଡ଼ିଆ ଜାତିର ଏକ ବିଶେଷ ପର୍ବ ଅଟେ। ଶାମ୍ବ, ଯିଏକି ଭଗବାନ ଶ୍ରୀ କୃଷ୍ଣଙ୍କ ସନ୍ତାନ, ଦେଖିବାକୁ ଅବିକଳ କୃଷ୍ଣଙ୍କ ପରି। ଏହାଙ୍କ ପାଇଁ ଶାମ୍ବ ଦଶମୀ ପୂଜାର ଆରମ୍ଭ ହୋଇଥିବାର କଥା ଅଛି।  ଏହାର ପଛରେ ଥିବା କାହାଣୀ- ଥରେ ଗୋପୀମାନେ ଗିରିନାର ପାହାଡ଼ ପାଖରେ ଥିବା ଏକ ସୁନ୍ଦର ପୁଷ୍କରିଣୀରେ ଜଳକ୍ରୀଡା କରିବା ସମୟରେ ଶ୍ରୀ କୃଷ୍ଣଙ୍କର ଅପେକ୍ଷା କରିଥିଲେ। ଏହି ସମୟରେ ନାରଦ ସେହି ବାଟ ଦେଇ ଯାଉଥିଲେ। ଶ୍ରୀ କୃଷ୍ଣ ଙ୍କର ପୁତ୍ର ମାନେ ନାରଦ ଙ୍କୁ ବହୁତ ଟାହି ଟାପରା ଥଟାମଜା କରନ୍ତି। ନାରଦଙ୍କର ସେମାନଙ୍କ ଉପରେ ଅନେକ ରାଗ ଥିଲା। ଏହି ସମୟରେ ସେହି ପାଖରେ ଶାମ୍ବ ଦେଖି ନାରଦ ତାଙ୍କ ପାଖକୁ ଗଲେ। ସେହି ମୁହଁ, ସେହି ହାତ, ସେହି ସୌନ୍ଦର୍ଯ୍ୟ, ଶାମ୍ବ ଦେଖିବାକୁ ଅବିକଳ କୃଷ୍ଣଙ୍କ ପରି। ନାରଦ କହିଲେ, " ଶାମ୍ବ ତୁମେ ଯାଅ, ତୁମକୁ ଗୋପୀମାନେ ପୁଷ୍କରିଣୀକୁ ଡାକିଛନ୍ତି।" ଏହା ଶୁଣି ଶାମ୍ବ ଯାଇ ଗୋପୀମାନଙ୍କ ସହ ଜଳକ୍ରୀଡା କରିବାକୁ ଲାଗିଲେ ଏବଂ ଗୋପୀମାନେ ମଧ୍ୟ ଶାମ୍ବଙ୍କୁ ଶ୍ରୀ କୃଷ୍ଣ ବୋଲି ଭାବି ସମସ୍ତେ ଜଳକ୍ରୀଡାର ଆନନ୍ଦ ଉପଭୋଗ କରିବାକୁ ଲାଗିଲେ। ଏତିକି ବେଳେ ନାରଦ ଯାଇ ପହଞ୍ଚିଲେ ...

କଲୁରୀବେଣ୍ଟ କଥା

Image
ବୁଢୀଟିଏ ଦିନେ ତା ଘର ଓଳାଉ ଓଳାଉ କଲରା ମଞ୍ଜିଟିଏ ପାଇଲା। ତାକୁ ନେଇ ବାଡ଼ିରେ ମନ୍ଦା ଖୋଳି ପୋତି ପକାଇଲା। ସେଥିରେ ମୁନ୍ଦାଏ ପାଣି ଦେଇ କହିଲା, "କଲରା ମଞ୍ଜି ରେ କଲରା ମଞ୍ଜି, କାଲିକି ଯଦି ତୁ ଗଜା ହେଇଥିବୁ ତ ହେଇଥିବୁ ନହେଲେ ମାମୁଁଘର କୁରାଢୀରେ ତତେ ଦି ଗୋଡ କରି ହାଣିବି।"   ତହିଁ ଆରଦିନ ଯାଇ ଦେଖିଲା ବେଳକୁ ସତକୁ ସତ କଲରା ମଞ୍ଜିରୁ ଗଜାଟିଏ ବାହାରିଛି। ବୁଢୀ କହିଲା," ହୁଁ...ଗଜା ନହୋଇ ଯିବୁ କୁଆଡେ!" ପୁଣି ସେଦିନ ସଞ୍ଜ ବେଳକୁ ଯାଇ କଲରାଗଜାକୁ ଡରାଇ କହିଲା, "କଲରା ଗଜାରେ କଲରା ଗଜା, କାଲିକି ଯଦି ତୁ ଦି ଦି ପତ୍ର ନ ହୋଇଥିବୁ ତେବେ, ରଜାଘର କଟୁରୀରେ ତତେ ହାଣିବି।"   ସତକୁ ସତ ତହିଁ ଆରଦିନ ଯାଇ ଦେଖିଲା ବେଳକୁ ସେଥିରେ ଦି ଦି ପତ୍ର ବାହାରିଛି। ବୁଢୀ କହିଲା," ହୁଁ...ନ ହୋଇ ଯିବୁ କୁଆଡେ!"   ନିତିନିତି ବୁଢୀ ଏମିତି ପାଣି ଟୋପାଏ ଟୋପାଏ ଦିଏ ଆଉ ଗଛକୁ ଡରାଏ। ଦେଖୁଦେଖୁ ଦିନ କେତେଟାରେ ଗଛରେ ଦି ପତ୍ରରୁ ଚାରି ପତ୍ର ହେଲା, ବହୁତ ଗୁଡାଏ ମାଡ଼ିଲା। ଗଛଟିର ଏମିତି ମାଡିବା ଦେଖି ବୁଢୀ ତା ଲାଗି ରଞ୍ଜାଟିଏ ତିଆରି ଦେଲା। ଗଛଟି ସେଇ ରଞ୍ଜାରେ ମାଡ଼ିଲା। କିଛିଦିନ ପରେ ସେଥିରେ କଲରା କଷିଟିଏ ଧରିଲା। ବୁଢୀ ସେ କଷିଟିକୁ ନିଇତି ଯାଇ ଦେଖେ କିନ୍ତୁ, ତାର ସାହସ ପାଏନି ତୋଳିବାକୁ। ରଞ୍ଜାରେ ଥାଇ କଲରାଟି ପାଚିଲା। ପାଚିଲା କ...

କାଳ ବୈଶାଖର ରକ୍ତ ଭୋଜି

Image
ବୈଶାଖ ମାସରେ ପ୍ରଚଣ୍ଡ ରୁଦ୍ରତାପ, ସକାଳର ସୁରୁଜବି ଜଳନ୍ତା ନିଆଁପିଣ୍ଡ ଭଳି ଦିଶୁଛି। ସେଦିନ ଶନିଆ ବିଲକୁ ହଳ ନେଇ ଯିବ, ତେଣୁ ବେଗି ବେଗି କଅଣ ଦୁଇଟା ଖାଇ ଦେଇ ଗୁହାଳକୁ ଗଲା। ବଳଦକୁ କୁଣ୍ଡା ତୋରାଣି ଦେଲା। ଲଙ୍ଗଳ ପାଞ୍ଚଣ ଧରି ବଳଦକୁ ଠିଆ କଲା। ଯାଉ ଯାଉ ତା' ସ୍ତ୍ରୀକୁ କହିଦେଲା, "ଦି ଘଡିକୁ ମୁନ୍ଦାଏ ପାଣି ନେଇ ବିଲକୁ ଯିବୁ।" ଶନିଆର ସ୍ତ୍ରୀ ଘରୁ ଥାଇ ହଁଟେ ମାରିଲା। ଶନିଆ ଏଥର ବଳଦ ଆଡେଇ ବିଲ ଆଡେ ଚାଲିଲା।  ବିଲ ମୁଣ୍ଡରେ ପହଞ୍ଚୁ ପହଞ୍ଚୁ ଖରା ବଡ଼ ଟାଣ୍ ହେଲାଣି। ଶନିଆ ଦୁଇ ବଳଦକୁ ନେଇ ଲଙ୍ଗଳ ଯୋଛିଲା, ହଳ ଆରମ୍ଭ ହେଲା। ଖରାଟିଆ ଚାଷ ଭାରି କଷ୍ଟ। ବିଲ ଶୁଖି ଆଁ କରିଥାଏ। କଷ୍ଟେ ମଷ୍ଟେ ହଳ ବୁଲାଇଲା। ସେତେବେଳକୁ ଅସହ ଖରା। ଦିହ ମୁଣ୍ଡ ପୋଡି ପକାଉଥାଏ, ହେଲେ ବିଲ ମଝିରେ କେଉଁଠି ଟିକିଏ ଥାଁ ମାରିବାକୁ ଛାଇ ନାହିଁ। ଦୂର ଦୂର ପର୍ଯ୍ଯନ୍ତ ପ୍ରସସ୍ତ ଶୁଖିଲା ପଡିଆ। ସେ ଆଉ କଷ୍ଟ ସହି ନପାରି ବିଲ ହିଡ଼ରେ ଟିକିଏ ବସି ପଡିଲା। ସେତେବେଳକୁ ଶନିଆକୁ ଭାରି ଶୋଷ ହେଲାଣି। ମୁଣ୍ଡଫଟା ଖରାରେ ଭାରି ହାଲିଆ ଲାଗିଲାଣି। ସ୍ତ୍ରୀକୁ ପାଣି ନେଇ ଆସିବାକୁ କହିଥିଲା ଯେ, ଏ ଯାଏଁ ପାଣିର ଦର୍ଶନ ନାହିଁ।  ଶନିଆ ତା ସ୍ତ୍ରୀକୁ ଜଗି ଜଗି ଭାବିଲା,"ହଉ ଆଉ ହେଳା କରି ଲାଭ ନାହିଁ, ଆଉ ଦି ଭେରା ହଳ ବୁଲେଇ ଦିଏ।" ଏପରି ଭାବି ସେ ପୁଣି ତା କାମରେ ଲାଗିଗଲା। ଗୋଟିଏ ହାତ ଲଙ୍ଗଳ କଟି ଉପରେ ପଡିଥାଏ, ...

'ମକର ସଂକ୍ରାନ୍ତି' - ପର୍ବ ଓ କାହାଣୀ...

Image
ମକର ସଂକ୍ରାନ୍ତି ସମଗ୍ର ଭାରତ ବର୍ଷରେ ପାଳିତ ହେଉଥିବା ଏକ ପର୍ବ । ଏହି ପର୍ବ ସହିତ ଅନେକ ଭାବନା ଓ କିମ୍ବଦନ୍ତୀ ଜଡିତ। ଏହି ସବୁ କିମ୍ବଦନ୍ତୀ ଗୁଡିକ କେଉଁଠାରୁ ଆରମ୍ଭ ତାହା ଅଜଣା । ଏହା ସହିତ ଜଡିତ ବହୁ ଐତିହାସିକ, ପୌରାଣିକ ଘଟଣା ରହିଛି। ସୂର୍ଯ୍ୟଙ୍କର ମକର ରାଶିରେ ପହଞ୍ଚିବାର କିମ୍ବଦନ୍ତୀ , ଆର୍ଯ୍ୟମାନେ ନିଜକୁ ଶୀତରୁ ରକ୍ଷା କରିବା ପାଇଁ ଇଶ୍ବରଙ୍କର ଉପାସନା କରିବାର କିମ୍ବଦନ୍ତୀ, ମହାଦେବ ଶିବ ବୃଷଭଙ୍କୁ ଦଣ୍ଡ ଦେବାର କିମ୍ବଦନ୍ତୀ; ଏଭଳି ଅନେକ ଘଟଣା ରହିଛି। ରାଜା ଭାଗୀରଥଙ୍କ କାହାଣୀ ଗୋଟିଏ କିମ୍ବଦନ୍ତୀ ଅନୁଯାୟୀ, ରାଜା ସାଗର ଦିନେ ଅଶ୍ଵମେଧ ଯଜ୍ଞ କରୁଥିବା ସମୟରେ ଦେବରାଜ ଇନ୍ଦ୍ର ତାଙ୍କର ଯଜ୍ଞ-ପୂଜିତ ଅଶ୍ଵ/ଘୋଡାଟିକୁ ଚୋରି କରିନେଲେ। ଯଜ୍ଞର ବିଧି ଅନୁସାରେ, ସେହି ଅଶ୍ଵ ବିନା ଯଜ୍ଞ ସମ୍ପୂର୍ଣ ହେବା ଅସମ୍ଭବ। ଚିନ୍ତିତ ହୋଇ, ରାଜା ସାଗର ଏବେ ତାଙ୍କର ୬୦,୦୦୦ ପୁତ୍ରଙ୍କୁ ଘୋଡାର ସନ୍ଧାନରେ ପଠାଇଲେ। ସେମାନେ ଘୋଡାର ପାଦଚିହ୍ନକୁ ଅନୁସରଣ କରି ଯାଇ ପହଞ୍ଚିଲେ ପାଟଳୀ ରାଜ୍ୟର କପିଳ ମୁନିଙ୍କ ଆଶ୍ରମରେ। ସେହି ଆଶ୍ରମରେ ଘୋଡାକୁ ଦେଖି ରାଜାଙ୍କ ପୁତ୍ରମାନଙ୍କୁ ଲାଗିଲା ଯେ କପିଳ ମୁନି ତାଙ୍କ ପିତାଙ୍କ ଘୋଡାକୁ ଚୋରି କରିଛନ୍ତି (ଇନ୍ଦ୍ର ଚୋରିକରି ମୁନିଙ୍କ ଆଶ୍ରମରେ ଲୁଚିଥିଲେ)। କ୍ରୋଧରେ ଅନ୍ଧ ହୋଇ ରାଜକୁମାରମାନେ କପିଳ ମୁନିଙ୍କ ଉପରେ ନାନା ପ୍ରକାରର ଲାଞ୍ଛନା ଲଦିବାରେ ଲାଗିଲେ। ରାଜକୁମାରମାନଙ୍କ...

ଧନ ବଡ଼ ନା ବୁଦ୍ଧି ବଡ଼?

Image
ଗୋଟିଏ ଦେଶରେ ଜଣେ ରାଜା ଥିଲେ। ସେ ସବୁ ବେଳେ ଗର୍ବରେ କହନ୍ତି ଯେ ଧନ ବଡ଼। ଯାହା ପାଖରେ ଧନ ଅଛି, ତା ପାଖରେ ସବୁ ଅଛି। ରାଜାଙ୍କ ପାଇଁ ଧନ ସମ୍ପତ୍ତି ହିଁ ସବୁକିଛି। ରାଜାଙ୍କ କଥାରେ କେହି ରାଜି ନ ହେଲେ ବି, କେହି କିଛି କହିବାକୁ ସାହସ କରିପାରନ୍ତି ନାହିଁ। ରାଜାଙ୍କର ଏତେ ଗର୍ବ ଦେଖି ଦିନେ ରାଜାଙ୍କ ମନ୍ତ୍ରୀ ତାଙ୍କୁ କହିଲେ ଯେ ମଣିଷର ବୁଦ୍ଧି ବଡ଼। ମଣିଷ ଜୀବନରେ ବୁଦ୍ଧି ର ଅନେକ ଆବଶ୍ୟକତା ରହିଛି। କିନ୍ତୁ ରାଜା ଏ କଥା ରେ ନାରାଜ। ଏ ସମସ୍ୟାର ସମଧାନ କରିବା ଅତ୍ୟନ୍ତ ଆବଶ୍ଯକ ସେଥିପାଇଁ ସମସ୍ତେ ଗୋଟିଏ ଉପାୟ ଚିନ୍ତା କରିବାକୁ ଲାଗିଲେ। ଉପାୟଟି ଏପରି ହେଲା ଯେ, ରାଜା ଓ ମନ୍ତ୍ରୀ ଦୁହେଁ ଗୋଟିଏ ବର୍ଷ ପାଇଁ ରାଜ୍ୟର ବାହାରକୁ ଯିବେ। ଏହି ବର୍ଷ ଭିତରେ କେଉଁଠି ବି ନିଜର ପରିଚୟ ପ୍ରକାଶ କରିବେ ନାହିଁ। ରାଜା ନିଜ ସହିତ ଧନ ଏବଂ ମନ୍ତ୍ରୀ ନିଜ ସହିତ ବୁଦ୍ଧି ନେଇ ଗୋଟିଏ ବର୍ଷ ବାହାରେ ରହିବେ। ବର୍ଷ ଶେଷରେ ଜଣା ପଡ଼ିବ ଦୁହେଁ କିପରି ଧନ ଆଉ ବୁଦ୍ଧି ସହିତ ରହିଲେ ଆଉ ଜୀବନରେ କାହାର ବେଶି ମହତ୍ତ୍ୱ ରହିଛି। ରାଜା ବାର ମାସ ପାଇଁ ବାର ହଜାର ଟଙ୍କା ନେଲେ, ଏବଂ ମନ୍ତ୍ରୀ ଖାଲି ହାତରେ ନିଜ ବୁଦ୍ଧି ସହିତ ଦେଶ ବାହାରକୁ ଗଲେ। ସେମାନେ ଦୁହେଁ ନିଜ ରାଜ୍ୟ ବାହାରେ ଅଲଗା ଅଲଗା ହୋଇ ଦୁଇଟି ନୂଆ ସ୍ଥାନରେ ରହିଲେ। କିଛି କାମ ଧନ୍ଦା ନକରି, ରାଜା ଗୋଟିଏ ଗାଁରେ ବାର ହଜାର ଟଙ୍କା ସହିତ ଅତି ଆରାମରେ ରହିବାକୁ ଲାଗିଲେ। ଏହ...

ତଅପୋଈ କଥା

Image
"ବାର ମାସରେ ତେର ପର୍ବ", ଓଡ଼ିଶାରେ ବିଭିନ୍ନ ପ୍ରକାରର ପୂଜା, ପର୍ବ, ଓଷାବାର ଓ ଅନେକ ବ୍ରତକଥା ରହିଛି। ଏସବୁ କେବେ ଆରମ୍ଭ ହୋଇଥିଲା, ସେମାନଙ୍କର ସ୍ରଷ୍ଟା, ଏପର୍ଯ୍ଯନ୍ତ ଅଜ୍ଞାତ। ଓଡ଼ିଶାରେ ପ୍ରଚଳିତ ଅନେକ ବ୍ରତ, ଓଷା କଥା ଭିତରୁ ତଅପୋଈର ଗପଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ଗପଟି ଓଡ଼ିଶାରେ ଘରେ ଘରେ ସୁପରିଚିତ। ଗପଟି ଏହିପରି- ଧନେଶ୍ଵର ନାମରେ ପରିଚିତ ଜଣେ ସାଧବ ଥିଲେ। ତାଙ୍କର ସାତପୁଅ, ସାତବୋହୂ ଏବଂ ଏକମାତ୍ର କନ୍ୟା ତଅପୋଈ ଯିଏକି ସବୁଠାରୁ ସାନ। ଅଲିଅଳୀ ଏକ ମାତ୍ର ଗେହ୍ଲି ଝିଅ ତଅପୋଈ ଥିଲା ସାଧବର ଜୀବନ ଓ ଭାଇମାନଙ୍କର ଆଖିର ତାରା । ସାଧବର ଧନ ସମ୍ପତ୍ତି କହିଲେ ନ ସରେ। ବୈକୁଣ୍ଠ ପରି ଘର ସଂସାର। ହସ ଖେଳରେ ଦିନ ସରେନି ତାଙ୍କର। ତାଙ୍କ ଘର ପାଖରେ ଥିବା ଗୋଟିଏ ଦରିଦ୍ରା ବିଧବା ବ୍ରାହ୍ମଣୀ ସ୍ତ୍ରୀ ସବୁବେଳେ ସାଧବର ସମ୍ପଦରେ ଈର୍ଷାରେ ଜଳିଉଠୁଥାଏ। ଦିନେ ଘର ଦାଣ୍ଡରେ ତଅପୋଈ ସାଙ୍ଗ ଝିଅ ମାନଙ୍କ ସହିତ ଧୂଳିରେ ବାଉଁଶ କୁଲେଇ ଧରି ଖେଳୁଥିଲା। ଏହି ସମୟରେ ବିଧବା ବ୍ରାହ୍ମଣୀ ଆସି ତଅପୋଈକୁ କହିଲା-" ତୁ ହେଲୁ ସାଧବ ଘରର ଝିଅ ଆଉ ବାଉଁଶ କୁଲେଇରେ ଖେଳୁଛୁ! ତୁ ପରା ସୁନାର ଯୋଗ୍ୟ। ତୋ ବାପକୁ କହିଲେ ସେ ତୋ ପାଇଁ ସୁନା ଚାନ୍ଦ ଆଉ ରୂପା କୁଲେଇ ଗଢିଦିଅନ୍ତା !"                                   ଛୋ...