Posts

Showing posts with the label Odia story

ଶୃଗାଳ ଏବଂ ଢୋଲ

Image
ବହୁବର୍ଷ ପୂର୍ବେ ଏକ ଜଙ୍ଗଲ ନିକଟରେ ଥିବା ବିଶାଳ ଚାରଣଭୂମିରେ ଦୁଇଜଣ ରାଜାଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ନିଜର ମନୋବଳକୁ ସଶକ୍ତ କରିବା ପାଇଁ  ସୈନ୍ୟମାନେ  ଗୋଟିଏ ଢୋଲ ବଜାଇ ରାତିରେ ନିଜର ସାହସିକତାର କାହାଣୀ ବର୍ଣ୍ଣନା କରୁଥିଲେ ।  ଯୁଦ୍ଧର ନିୟମାନୁସାରେ ଜଣେ ଜିତିଲେ ଅନ୍ୟ ଜଣେ ହାରିଥାଏ। ଏପରି ବହୁବର୍ଷ ଧରି ଯୁଦ୍ଧ ଚାଲିଲା। ଯୁଦ୍ଧ ସରିଲା ପରେ ସୈନ୍ୟମାନେ ନିଜ ରାଜ୍ୟକୁ ନିଜ ନିଜ ଅସ୍ତ୍ରଶସ୍ତ୍ର ଧରି ଫେରିଗଲେ। ସୈନ୍ୟମାନେ ବଜାଉଥିବା କେବଳ ସେଇ ବଡ଼ ଢୋଲଟା ଯୁଦ୍ଧ ପଡିଆରେ ରହିଗଲା। ଯୁଦ୍ଧର କିଛିଦିନ ପରେ ପ୍ରବଳ ବାତ୍ୟା ଆସିଲା। ବାତ୍ୟା ଯୋଗୁ ଜୋରରେ ପବନ ବହିବା ଆରମ୍ଭ ହେଲା। ପବନରେ ଢୋଲଟି ଗଡ଼ିଗଡ଼ି ଯାଇ ଏକ ଶୁଖିଲା ଗଛ ନିକଟରେ ରହିଲା। ସେହି ଗଛଟି ଝଙ୍କାଳିଆ, ମୋଟା ଆଉ ବହୁତ ପୁରୁଣା। ତାର ଶୁଖିଲା ଡାଳଗୁଡ଼ିକ ବହୁତ ଲମ୍ବା ଲମ୍ବା ଆଉ ମୋଟା ମୋଟା। ସେ ଡାଳଗୁଡିକ ଢୋଲ ଉପରେ ଏପରି ଭାବରେ ଲମ୍ବିକି ରହିଥିଲା ଯେ ଯେତେବେଳେ ବି ଜୋରରେ ପବନ ବହେ, ଏହା ଢୋଲ ଉପରେ ଧକ୍କା ହୋଇ 'ଧମଦମ୍, ଧାମଧାମ୍' ପରି ଏକ ଶବ୍ଦ ସୃଷ୍ଟି କରେ | ସେଇ ପାଖ ଜଙ୍ଗଲରେ ବୁଲୁଥିବା ଏକ ଶୃଗାଳ ଢୋଲର ଶବ୍ଦ ଶୁଣିଲା। ଧମ୍ ଧାମ୍ ଶଦ୍ଦ ଶୁଣି ସେ ଡରିଗଲା। ସେ ପୂର୍ବରୁ କୌଣସି ପ୍ରାଣୀ ଏପରି ଅଦ୍ଭୁତ ଶବ୍ଦ କରୁଥିବାର ଶୁଣି ନଥିଲା । ସେ ବୁଝି ପାରିଲାନି ଏହା କେଉଁ ପ୍ରକାରର ପଶୁ ଯେ,ଏତେ ଜୋରରେ 'ଧମଧା...

କାର୍ତ୍ତିକ ପୂର୍ଣ୍ଣିମା

Image
ଆ କା ମା ବୈ ଡାକ ଜନମାନସରେ ପ୍ରଜ୍ବଳିତ କରେ ଏକ ଐତିହାସିକ ସ୍ମୃତି - କିମ୍ବଦନ୍ତୀର କାରୁକାର୍ଯ୍ୟ ତଳେ ଏକ ସଂଗୋପିତ ସତ୍ୟ: ସାଧବ ପୁଅର ଜାଭା-ସୁମାତ୍ରା ବିଜୟ - ବସ୍ତୁବାଦୀ ନୁହେଁ, ସାମ୍ରାଜ୍ୟବାଦୀ ନୁହେଁ, ବରଂ ଏକ ମହାଉତ୍କଳୀୟ ପରମ୍ପରାର ସାଂସ୍କୃତିକ ବିଜୟ। କାର୍ତ୍ତିକ ପୂର୍ଣ୍ଣିମା ଅବସର ପ୍ରସ୍ତୁତ କରେ ସେହି ମହାଉତ୍କଳୀୟ ବିଜୟଧ୍ଵଜାକୁ ମୌଖିକ ମୁଖଶାଳାରେ, ଆ କା ମା ଵୈ ରୂପରେ।  

ଘଟଗାଁ ମା' ତାରିଣୀ କିମ୍ବଦନ୍ତୀ

Image
କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀ। ମା ତାରିଣୀଙ୍କ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ପୀଠ। ଏଠାରେ ମା, ଶାଳବଣ ମଝିରେ ପୂଜା ପାଆନ୍ତି। ମା'ଙ୍କ ଉପରେ ଭକ୍ତମାନଙ୍କର ବହୁ ବିଶ୍ୱାସ ମନାଯାଏ। ମା' ଙ୍କୁ କେବଳ ନଡ଼ିଆଟିଏ ମାନସିକ କଲେ ମଧ୍ୟ ମା’ ସମସ୍ତଙ୍କର ମାନସିକ ପୁରା କରିଦିଅନ୍ତି; ସେଥି ପାଇଁ ତାଙ୍କୁ 'ନଡ଼ିଆରାଣୀ ' ମଧ୍ୟ କୁହାଯାଏ। କାହିଁ କେତେ ଦୂରରୁ ଭକ୍ତମାନେ ମାନସିକ କରି ଗାଡ଼ିରେ ନଡିଆ ପଠାନ୍ତି। ମା ତାରିଣୀ ପ୍ରକୃତରେ ମା ଦୁର୍ଗାଙ୍କ ଏକ ବିଶିଷ୍ଟ ରୂପ ଅଟନ୍ତି, ଯିଏକି ସଙ୍କଟହାରିଣୀ ତାରିଣୀ ମା' ଙ୍କ ରୂପରେ ଘଟଗାଁ ପୀଠରେ ପୂଜା ପାଉଛନ୍ତି।  ଏହି କାହାଣୀଟିରେ ଆମେ କିଛି କିମ୍ବଦନ୍ତୀ ଅନୁଯାୟୀ ମା’ ତାରିଣୀ କିପରି ଘଟଗାଁକୁ ଆସିଲେ ଜାଣି ପାରିବା।  ୧୪ଶ ଶତାବ୍ଦୀ ସମୟର କଥା। ସେ ସମୟରେ କଳିଙ୍ଗର ରାଜା ପୁରୁଷୋତ୍ତମ ଦେବ ଗଜପତି ରୂପେ ଅଭିଷିକ୍ତ ଥିଲେ। କଳିଙ୍ଗର ରାଜା ଥରେ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିଲେ, କାଞ୍ଚି ନାମକ ଏକ ପ୍ରସିଦ୍ଧ ରାଜ୍ୟରେ ଯାଇ ପହଞ୍ଚିଲେ । ସେଠାରେ କାଞ୍ଚିର ରାଜକୁମାରୀ ପଦ୍ମାବତୀଙ୍କୁ ଦେଖି ତାଙ୍କୁ ବିବାହ କରିବାର ଇଚ୍ଛା ପ୍ରକାଶ କଲେ। ଏତେ ବଡ କଳିଙ୍ଗ ରାଜ୍ୟର ରାଜା ବୋଲି ଦେଖି ପ୍ରସ୍ତାବରେ ରାଜି ହୋଇଗଲେ କାଞ୍ଚି ରାଜ୍ୟର ରାଜା। ନିଜ ପୁତ୍ରୀର ବିବାହ ଆୟୋଜନ ନିମନ୍ତେ ତାଙ୍କର ଏକ ବିଶେଷ ମନ୍ତ୍ରୀଙ୍କୁ ନିୟୋଜିତ କଲେ ଏବଂ କଳିଙ...

ଶାମ୍ବ ଦଶମୀ

Image
ଶାମ୍ବ ଦଶମୀ, ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳନ ହୁଏ। କେହି କେହି ଏହାକୁ ଶମ୍ବର ଦଶମୀ ବୋଲି ମଧ୍ୟ କୁହନ୍ତି। ନିଜ ସନ୍ତାନ ମାନଙ୍କର ମଙ୍ଗଳ ମନାସୀ ମାଆ ମାନେ ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରନ୍ତି। ଏହା ଓଡ଼ିଆ ଜାତିର ଏକ ବିଶେଷ ପର୍ବ ଅଟେ। ଶାମ୍ବ, ଯିଏକି ଭଗବାନ ଶ୍ରୀ କୃଷ୍ଣଙ୍କ ସନ୍ତାନ, ଦେଖିବାକୁ ଅବିକଳ କୃଷ୍ଣଙ୍କ ପରି। ଏହାଙ୍କ ପାଇଁ ଶାମ୍ବ ଦଶମୀ ପୂଜାର ଆରମ୍ଭ ହୋଇଥିବାର କଥା ଅଛି।  ଏହାର ପଛରେ ଥିବା କାହାଣୀ- ଥରେ ଗୋପୀମାନେ ଗିରିନାର ପାହାଡ଼ ପାଖରେ ଥିବା ଏକ ସୁନ୍ଦର ପୁଷ୍କରିଣୀରେ ଜଳକ୍ରୀଡା କରିବା ସମୟରେ ଶ୍ରୀ କୃଷ୍ଣଙ୍କର ଅପେକ୍ଷା କରିଥିଲେ। ଏହି ସମୟରେ ନାରଦ ସେହି ବାଟ ଦେଇ ଯାଉଥିଲେ। ଶ୍ରୀ କୃଷ୍ଣ ଙ୍କର ପୁତ୍ର ମାନେ ନାରଦ ଙ୍କୁ ବହୁତ ଟାହି ଟାପରା ଥଟାମଜା କରନ୍ତି। ନାରଦଙ୍କର ସେମାନଙ୍କ ଉପରେ ଅନେକ ରାଗ ଥିଲା। ଏହି ସମୟରେ ସେହି ପାଖରେ ଶାମ୍ବ ଦେଖି ନାରଦ ତାଙ୍କ ପାଖକୁ ଗଲେ। ସେହି ମୁହଁ, ସେହି ହାତ, ସେହି ସୌନ୍ଦର୍ଯ୍ୟ, ଶାମ୍ବ ଦେଖିବାକୁ ଅବିକଳ କୃଷ୍ଣଙ୍କ ପରି। ନାରଦ କହିଲେ, " ଶାମ୍ବ ତୁମେ ଯାଅ, ତୁମକୁ ଗୋପୀମାନେ ପୁଷ୍କରିଣୀକୁ ଡାକିଛନ୍ତି।" ଏହା ଶୁଣି ଶାମ୍ବ ଯାଇ ଗୋପୀମାନଙ୍କ ସହ ଜଳକ୍ରୀଡା କରିବାକୁ ଲାଗିଲେ ଏବଂ ଗୋପୀମାନେ ମଧ୍ୟ ଶାମ୍ବଙ୍କୁ ଶ୍ରୀ କୃଷ୍ଣ ବୋଲି ଭାବି ସମସ୍ତେ ଜଳକ୍ରୀଡାର ଆନନ୍ଦ ଉପଭୋଗ କରିବାକୁ ଲାଗିଲେ। ଏତିକି ବେଳେ ନାରଦ ଯାଇ ପହଞ୍ଚିଲେ ...

କଲୁରୀବେଣ୍ଟ କଥା

Image
ବୁଢୀଟିଏ ଦିନେ ତା ଘର ଓଳାଉ ଓଳାଉ କଲରା ମଞ୍ଜିଟିଏ ପାଇଲା। ତାକୁ ନେଇ ବାଡ଼ିରେ ମନ୍ଦା ଖୋଳି ପୋତି ପକାଇଲା। ସେଥିରେ ମୁନ୍ଦାଏ ପାଣି ଦେଇ କହିଲା, "କଲରା ମଞ୍ଜି ରେ କଲରା ମଞ୍ଜି, କାଲିକି ଯଦି ତୁ ଗଜା ହେଇଥିବୁ ତ ହେଇଥିବୁ ନହେଲେ ମାମୁଁଘର କୁରାଢୀରେ ତତେ ଦି ଗୋଡ କରି ହାଣିବି।"   ତହିଁ ଆରଦିନ ଯାଇ ଦେଖିଲା ବେଳକୁ ସତକୁ ସତ କଲରା ମଞ୍ଜିରୁ ଗଜାଟିଏ ବାହାରିଛି। ବୁଢୀ କହିଲା," ହୁଁ...ଗଜା ନହୋଇ ଯିବୁ କୁଆଡେ!" ପୁଣି ସେଦିନ ସଞ୍ଜ ବେଳକୁ ଯାଇ କଲରାଗଜାକୁ ଡରାଇ କହିଲା, "କଲରା ଗଜାରେ କଲରା ଗଜା, କାଲିକି ଯଦି ତୁ ଦି ଦି ପତ୍ର ନ ହୋଇଥିବୁ ତେବେ, ରଜାଘର କଟୁରୀରେ ତତେ ହାଣିବି।"   ସତକୁ ସତ ତହିଁ ଆରଦିନ ଯାଇ ଦେଖିଲା ବେଳକୁ ସେଥିରେ ଦି ଦି ପତ୍ର ବାହାରିଛି। ବୁଢୀ କହିଲା," ହୁଁ...ନ ହୋଇ ଯିବୁ କୁଆଡେ!"   ନିତିନିତି ବୁଢୀ ଏମିତି ପାଣି ଟୋପାଏ ଟୋପାଏ ଦିଏ ଆଉ ଗଛକୁ ଡରାଏ। ଦେଖୁଦେଖୁ ଦିନ କେତେଟାରେ ଗଛରେ ଦି ପତ୍ରରୁ ଚାରି ପତ୍ର ହେଲା, ବହୁତ ଗୁଡାଏ ମାଡ଼ିଲା। ଗଛଟିର ଏମିତି ମାଡିବା ଦେଖି ବୁଢୀ ତା ଲାଗି ରଞ୍ଜାଟିଏ ତିଆରି ଦେଲା। ଗଛଟି ସେଇ ରଞ୍ଜାରେ ମାଡ଼ିଲା। କିଛିଦିନ ପରେ ସେଥିରେ କଲରା କଷିଟିଏ ଧରିଲା। ବୁଢୀ ସେ କଷିଟିକୁ ନିଇତି ଯାଇ ଦେଖେ କିନ୍ତୁ, ତାର ସାହସ ପାଏନି ତୋଳିବାକୁ। ରଞ୍ଜାରେ ଥାଇ କଲରାଟି ପାଚିଲା। ପାଚିଲା କ...

ମିକୁ

Image
ବଜାରରୁ କାମ ସାରି ଫେରିଲା ସମୟରେ, ସମୀର ବାବୁଙ୍କ ଝିଅ ସ୍ବାତୀର ନଜର ଯାଇ ପଡିଲା ରାସ୍ତା କଡ଼ରେ ଦୟନୀୟ ଅବସ୍ଥାରେ ପଡ଼ିଥିବା କୁକୁରଟି ଉପରେ। ସ୍ବାତୀ, ତା ବାପାଙ୍କର ହାତ ଛାଡ଼ି ଦୌଡ଼ି ଯାଇ କୁକୁରଟିକୁ ନିଜ କୋଳକୁ ନେଇ ବାପା ବାପା ବୋଲି ଡାକିଲା। ଝିଅର ପାଟି ଶୁଣି ସମୀର ବାବୁ ଯାଇ ପହଞ୍ଚିଲେ ନିଜ ଝିଅ ପାଖରେ। "ବାପା, ଏ କୁକୁର ର ଗୋଡ଼ ରୁ ବହୁତ୍ ରକ୍ତ ବାହାରୁଛି। ଏହାକୁ ଆମେ ଡ଼ାକ୍ତରଖାନା ନେଇଯିବା।" ବୋଲି ସ୍ବାତୀ କହିବାରୁ ସମୀର ବାବୁ ଦ୍ୱିତୀୟ ବାର ଚିନ୍ତା ନକରି 'ହଁ' କହି ଡାକ୍ତରଖାନାକୁ ନେଇଗଲେ। ଡାକ୍ତରଖାନାରେ ସେମାନେ ତାର ଠିକ୍ ରେ ଚିକିତ୍ସା କରାଇଲେ। ଡାକ୍ତର ବାବୁ କହିଲେ," କେଉଁ ଗୋଟିଏ ଗାଡ଼ି ଚାପି ଦେଇଥିବାରୁ ଏହାର ଗୋଡ ଭାଙ୍ଗିଯାଇଛି। ଆପଣଙ୍କ ପେଟ୍ ଡ଼ଗ୍ କୁ ଘରକୁ ନେଇଯାଆନ୍ତୁ। ମେଡିସିନ୍ ଲଗାନ୍ତୁ, କିଛି ଦିନ ପରେ ଠିକ୍ ହେଇଯିବ।" "ଏହା ଆମର ପେଟ୍ ଡ଼ଗ୍ ନୁହେଁ, ରାସ୍ତାରେ ପଡିଥିବାର ଦେଖି ମୋ ଝିଅ ତାକୁ ଏଠାକୁ ନେଇ ଆସିଲ।" ବୋଲି, ସମୀର ବାବୁ କହିଲେ। "କିନ୍ତୁ ଆପଣଙ୍କ ଝିଅ କୁ ଦେଖିଲେ ଲାଗୁୁ ନାହିଁ କି ଏହା ଗୋଟିଏ ରାସ୍ତାରେ ପଡ଼ିଥିବା କୁକୁର। ଆପଣଙ୍କ ଝିଅ ଜୀବଜନ୍ତୁ ମାନଙ୍କ ପ୍ରତି ଏତେ ଆଗ୍ରହୀ। ସେ ଯାହାବି ହେଉ, ଏ କୁକୁରଟା ଆପଣମାନଙ୍କ ପାଇଁ ନୂଆ ଜୀବନ ପାଇଲା।" ଏସବୁ ଡାକ୍ତର କହିବା ପରେ ସେମାନେ ଘରକୁ ଫେରିଲେ। ତା ପରେ ସ୍ବା...

ଧନ ବଡ଼ ନା ବୁଦ୍ଧି ବଡ଼?

Image
ଗୋଟିଏ ଦେଶରେ ଜଣେ ରାଜା ଥିଲେ। ସେ ସବୁ ବେଳେ ଗର୍ବରେ କହନ୍ତି ଯେ ଧନ ବଡ଼। ଯାହା ପାଖରେ ଧନ ଅଛି, ତା ପାଖରେ ସବୁ ଅଛି। ରାଜାଙ୍କ ପାଇଁ ଧନ ସମ୍ପତ୍ତି ହିଁ ସବୁକିଛି। ରାଜାଙ୍କ କଥାରେ କେହି ରାଜି ନ ହେଲେ ବି, କେହି କିଛି କହିବାକୁ ସାହସ କରିପାରନ୍ତି ନାହିଁ। ରାଜାଙ୍କର ଏତେ ଗର୍ବ ଦେଖି ଦିନେ ରାଜାଙ୍କ ମନ୍ତ୍ରୀ ତାଙ୍କୁ କହିଲେ ଯେ ମଣିଷର ବୁଦ୍ଧି ବଡ଼। ମଣିଷ ଜୀବନରେ ବୁଦ୍ଧି ର ଅନେକ ଆବଶ୍ୟକତା ରହିଛି। କିନ୍ତୁ ରାଜା ଏ କଥା ରେ ନାରାଜ। ଏ ସମସ୍ୟାର ସମଧାନ କରିବା ଅତ୍ୟନ୍ତ ଆବଶ୍ଯକ ସେଥିପାଇଁ ସମସ୍ତେ ଗୋଟିଏ ଉପାୟ ଚିନ୍ତା କରିବାକୁ ଲାଗିଲେ। ଉପାୟଟି ଏପରି ହେଲା ଯେ, ରାଜା ଓ ମନ୍ତ୍ରୀ ଦୁହେଁ ଗୋଟିଏ ବର୍ଷ ପାଇଁ ରାଜ୍ୟର ବାହାରକୁ ଯିବେ। ଏହି ବର୍ଷ ଭିତରେ କେଉଁଠି ବି ନିଜର ପରିଚୟ ପ୍ରକାଶ କରିବେ ନାହିଁ। ରାଜା ନିଜ ସହିତ ଧନ ଏବଂ ମନ୍ତ୍ରୀ ନିଜ ସହିତ ବୁଦ୍ଧି ନେଇ ଗୋଟିଏ ବର୍ଷ ବାହାରେ ରହିବେ। ବର୍ଷ ଶେଷରେ ଜଣା ପଡ଼ିବ ଦୁହେଁ କିପରି ଧନ ଆଉ ବୁଦ୍ଧି ସହିତ ରହିଲେ ଆଉ ଜୀବନରେ କାହାର ବେଶି ମହତ୍ତ୍ୱ ରହିଛି। ରାଜା ବାର ମାସ ପାଇଁ ବାର ହଜାର ଟଙ୍କା ନେଲେ, ଏବଂ ମନ୍ତ୍ରୀ ଖାଲି ହାତରେ ନିଜ ବୁଦ୍ଧି ସହିତ ଦେଶ ବାହାରକୁ ଗଲେ। ସେମାନେ ଦୁହେଁ ନିଜ ରାଜ୍ୟ ବାହାରେ ଅଲଗା ଅଲଗା ହୋଇ ଦୁଇଟି ନୂଆ ସ୍ଥାନରେ ରହିଲେ। କିଛି କାମ ଧନ୍ଦା ନକରି, ରାଜା ଗୋଟିଏ ଗାଁରେ ବାର ହଜାର ଟଙ୍କା ସହିତ ଅତି ଆରାମରେ ରହିବାକୁ ଲାଗିଲେ। ଏହ...

ତଅପୋଈ କଥା

Image
"ବାର ମାସରେ ତେର ପର୍ବ", ଓଡ଼ିଶାରେ ବିଭିନ୍ନ ପ୍ରକାରର ପୂଜା, ପର୍ବ, ଓଷାବାର ଓ ଅନେକ ବ୍ରତକଥା ରହିଛି। ଏସବୁ କେବେ ଆରମ୍ଭ ହୋଇଥିଲା, ସେମାନଙ୍କର ସ୍ରଷ୍ଟା, ଏପର୍ଯ୍ଯନ୍ତ ଅଜ୍ଞାତ। ଓଡ଼ିଶାରେ ପ୍ରଚଳିତ ଅନେକ ବ୍ରତ, ଓଷା କଥା ଭିତରୁ ତଅପୋଈର ଗପଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ଗପଟି ଓଡ଼ିଶାରେ ଘରେ ଘରେ ସୁପରିଚିତ। ଗପଟି ଏହିପରି- ଧନେଶ୍ଵର ନାମରେ ପରିଚିତ ଜଣେ ସାଧବ ଥିଲେ। ତାଙ୍କର ସାତପୁଅ, ସାତବୋହୂ ଏବଂ ଏକମାତ୍ର କନ୍ୟା ତଅପୋଈ ଯିଏକି ସବୁଠାରୁ ସାନ। ଅଲିଅଳୀ ଏକ ମାତ୍ର ଗେହ୍ଲି ଝିଅ ତଅପୋଈ ଥିଲା ସାଧବର ଜୀବନ ଓ ଭାଇମାନଙ୍କର ଆଖିର ତାରା । ସାଧବର ଧନ ସମ୍ପତ୍ତି କହିଲେ ନ ସରେ। ବୈକୁଣ୍ଠ ପରି ଘର ସଂସାର। ହସ ଖେଳରେ ଦିନ ସରେନି ତାଙ୍କର। ତାଙ୍କ ଘର ପାଖରେ ଥିବା ଗୋଟିଏ ଦରିଦ୍ରା ବିଧବା ବ୍ରାହ୍ମଣୀ ସ୍ତ୍ରୀ ସବୁବେଳେ ସାଧବର ସମ୍ପଦରେ ଈର୍ଷାରେ ଜଳିଉଠୁଥାଏ। ଦିନେ ଘର ଦାଣ୍ଡରେ ତଅପୋଈ ସାଙ୍ଗ ଝିଅ ମାନଙ୍କ ସହିତ ଧୂଳିରେ ବାଉଁଶ କୁଲେଇ ଧରି ଖେଳୁଥିଲା। ଏହି ସମୟରେ ବିଧବା ବ୍ରାହ୍ମଣୀ ଆସି ତଅପୋଈକୁ କହିଲା-" ତୁ ହେଲୁ ସାଧବ ଘରର ଝିଅ ଆଉ ବାଉଁଶ କୁଲେଇରେ ଖେଳୁଛୁ! ତୁ ପରା ସୁନାର ଯୋଗ୍ୟ। ତୋ ବାପକୁ କହିଲେ ସେ ତୋ ପାଇଁ ସୁନା ଚାନ୍ଦ ଆଉ ରୂପା କୁଲେଇ ଗଢିଦିଅନ୍ତା !"                                   ଛୋ...

ବର୍ଷାର ଏକ ବାସ୍ତବତା

Image
ବର୍ଷା, କାହାକୁ ବା ଭଲ ନ ଲାଗେ ! ଋତୁ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଯେହେତୁ, ବର୍ଷାଋତୁକୁ ଋତୁରାଣୀର ଆଖ୍ୟା ଦିଆଯାଇଛି। ଗ୍ରୀଷ୍ମଋତୁର ପ୍ରଚଣ୍ଡ ଖରା ପରେ ଶୀତଳ ମଧୁର ବର୍ଷା ସମସ୍ତଙ୍କର ପ୍ରାଣକୁ ମୋହି ନିଏ। ପଶୁପକ୍ଷୀ, କୀଟପତଙ୍ଗ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ଯନ୍ତ ସମସ୍ତେ ବର୍ଷା କୁ ଅପେକ୍ଷା କରିରହିଥାନ୍ତି। ଜଳ ବିନା ଜୀବନ ଅଧା। ସମସ୍ତଙ୍କର ଜୀବନରେ ପ୍ରାଣ ଭରିଦିଏ ଏହି ଜଳ। ବର୍ଷାକୁ ଦେଖି ପକ୍ଷୀରାଜା ମୟୂର ଯେପରି ଖୁସି ହୁଏ ସାମାନ୍ୟ ମଣିଷଟିଏ ବି ସେହିପରି ଖୁସି ହୁଏ। ମାସ ମାସ ଧରି ଚାଷୀଟିଏ ଚାହିଁ ରହିଥାଏ ସେହି ବର୍ଷାକୁ। ବର୍ଷା ହେଲେ ମନ ଖୁସିରେ ଆରମ୍ଭ କରେ ତାର ଚାଷକାମ। ବିଭିନ୍ନ ପ୍ରକାରର ଫୁଲ,ଫଳରେ ପରିପୂର୍ଣ୍ଣ ଏହି ପୃଥିବୀ, ଏମିତି ଲାଗେ ସତେ ଯେପରି ସବୁଜ ରଙ୍ଗର ମୁକୁଟ ପିନ୍ଧିଛି। ଏମିତି ବହୁତ୍ ସମୟ ଧରି କିଛି ଭାବୁଥିବା ସମୟରେ ଜୋର୍ ବିଜୁଳି ଚମକ ଆଉ ମେଘର ଘଡ଼ଘଡି ଶବ୍ଦରେ ବାହାରକୁ ଟିକିଏ ଅନାଇ ଦେଖିଲି ବର୍ଷା ହେଉଛି। ବର୍ଷାକୁ ଦେଖି ମୁଁ ସବୁ ଝରକା କବାଟ ବନ୍ଦ କରିଦେଲି। କବାଟ ଝରକା ବନ୍ଦ କରିବା ଦେଖି, ହଷ୍ଟେଲ ରୁମ୍ ରେ ମୋର ନୂଆ ସାଙ୍ଗ ଟିକିଏ ବିରକ୍ତିଭାବ ପ୍ରକାଶ କରି ରୁମ୍ ରୁ ବାହାରି ଚାଲିଗଲା। ମୁଁ ଜାଣିପାରିଲି ଯେ ମୋର ଏପରି ବ୍ୟବହାର ତାକୁ ପସନ୍ଦ ହେଲା ନାହିଁ। କଣ୍ କହିବି ! କାହିଁକି ମତେ ବର୍ଷା ଭଲ ଲାଗେନା ! ଏହାର ଉତ୍ତର ଥାଇ ବି ମୁଁ କିଛି କହିପାରେନା। ଅନେକ ସମୟରେ ବର...

ଅକୁହା ବ୍ୟଥା

Image
ସାବିତ୍ରୀ ସକାଳୁ ସକାଳୁ ଉଠି ଘର କାମ କରୁଥାଏ। ଦିନ 9:30 ହେଲାଣି କିନ୍ତୁ ସାବିତ୍ରୀ ର ସ୍ଵାମୀ ସୁଧାଂଶୁ ବାବୁ ଏଯାଏଁ ଉଠି ନାହାନ୍ତି। କାହିଁକି ବା ଉଠିବେ? ଦେଶ ସାରା ତ ସବୁ କାମ ବନ୍ଦ ହେଇପଡିଛି, ସମସ୍ତେ ନିଜ ନିଜ ଘରେ ଭିତରେ ଅଛନ୍ତି, ବାହାରକୁ ବାହାରିଲେ ବିପଦ। ସୁଧାଂଶୁ ବାବୁ ଟିକେ ଆରାମ କରୁଛନ୍ତି। ଆରାମରେ ଶୋଇ ଉଠି ନିଜ କାମ ସାରି ଖାଇବାକୁ ବସିଲେ। ସାବିତ୍ରୀ ଚୁପ୍ ଚାପ୍ ଘରେ ଯାହା ଅଛି ଦେଲା, କିନ୍ତୁ ସୁଧାଂଶୁର ମନ କାହିଁକି କେଜାଣି ଖୁସି ନଥିଲା। ଖାଇସାରି ସବୁଦିନ ଭଳି TV  ଆଉ  MOBILE ଖୋଲି ବସିଲା, ସାବିତ୍ରୀ ଏପଟେ ଘର କାମରେ ବ୍ୟସ୍ତ । ସୁଧାଂଶୁ mobile ରେ କ'ଣ ସବୁ ଧ୍ୟାନର ସହିତ ଦେଖିବା ସମୟ ରେ ସାବିତ୍ରୀ କହିଲା," ଘରେ ଡାଲି ନାହିଁ କି ଚାଉଳ ନାହିଁ, ଟିକେ ଯାଇ ଆଣିଦିଅ, କେମିତି କ'ଣ ଖାଇବ ଯେ।" ସୁଧାଂଶୁ ଜୋରରେ ଚିତ୍କାର କରି ଉଠିଲା " ମୁଁ ଏ ଘରର ଦାୟିତ୍ୱ ନେଇ ପାରିବି ନାହିଁ , କିଏ କ'ଣ ଖାଇବ, କ'ଣ ଘରକୁ ଆସିବ, ନ ଆସିବ ମୁଁ କିଛି କହି ପାରିବିନି, ଘରେ କିଏ କ'ଣ ଖାଇବ ମୁଁ କିଛି ଜାଣିନି, ମତେ କିଛି କହନା ତୁ। ମୋ ଭାଗ୍ୟ ଟା ଖରାପ ଯେ ତତେ ବାହା ହେଇଛି " ସାବିତ୍ରୀ ବା ଆଉ କ'ଣ କହିବ! "ତା ସ୍ଵାମୀ ବି କ'ଣ କରିବେ? ତିନି ମାସ ହେଲାଣି ସବୁ କାମ ବନ୍ଦ। କରୋନା ପାଇଁ ସବୁ ତ ବନ୍ଦ। କେତେ ଦିନ ବା ବସି ବସି ଘର ସଂସାର...