ମାଙ୍କଡ଼ ଏବଂ କାଠ ଖଣ୍ଡ
ବହୁତ ପୁରୁଣା କଥା। ଥରେ ଗୋଟିଏ ସହର ଠାରୁ ଅଳ୍ପ ଦୂରରେ ଏକ ମନ୍ଦିର ନିର୍ମାଣ କରାଯାଉଥିଲା | ମନ୍ଦିରଟିକୁ ସୁନ୍ଦର କରିବା ପାଇଁ କାଠରେ ସୁନ୍ଦର୍ ସୁନ୍ଦର୍ ମୂର୍ତ୍ତି ତିଆରି ଆରମ୍ଭ ହେଲା। ମନ୍ଦିର ଆଗରେ ହିଁ କାଠ କାମ କରାଗଲା, ତେଣୁ ବହୁତ ଶ୍ରମିକ ସହରରୁ ଆସି କାଠ କାଟିବାରେ ଲାଗିଲେ | କାଠ କାମ ବହୁତ ଦିନ ଧରି ଚାଲିଲା। ସେ ମନ୍ଦିର ଆଖ ପାଖରେ ଜଙ୍ଗଲକୁ ଛାଡି ଦେଲେ ଆଉ କିଛି ନଥିଲା, ସବୁ ଶ୍ରମିକଙ୍କୁ ମଧ୍ୟାହ୍ନ ଭୋଜନ କରିବା ପାଇଁ ସହରକୁ ଯିବାକୁ ପଡୁଥିଲା, ତେଣୁ ଦିନରେ କିଛି ସମୟ କାମ କରିଲା ପରେ ସେମାନେ ସହରକୁ ଯାଇ ଭୋଜନ ସାରି ଫେରିବା ପରେ ସନ୍ଧ୍ୟା ଯାଏଁ କାମ କରୁଥିଲେ। ତେଣୁ ପ୍ରତିଦିନ ଦିପହରରେ କିଛି ଘଣ୍ଟା ପର୍ଯ୍ୟନ୍ତ ସେହି କାଠ କାମ ପାଖରେ କେହି ରହୁ ନଥିଲେ | ପ୍ରଥମେ ସେମାନେ କାଠ ଗୁଡ଼ିକୁ ଗୋଲ ଗୋଲ ବଡ଼ ଗଣ୍ଡି କରି ତାକୁ ମଝିରୁ ଫାଳ କରିବାକୁ ଆରମ୍ଭ କଲେ। ସେ ଜାଗାରେ ଚାରିଆଡ଼େ କାଠ ଖଣ୍ଡ ସବୁ ଏଣେ ତେଣେ ପଡ଼ିଥାଏ।
ଦିନେ ଗୋଟିଏ ବଡ଼ କାଠ ଗଣ୍ଡି କାଟୁ କାଟୁ ଦ୍ୱିପହର ହୋଇଗଲା। ମଝିରୁ ଅଧା ଫାଳ ହୋଇଥିଲା, ପୁଣିଥରେ ସେହି ଜାଗା ରୁ କାଟିବା ସହଜ ହେବ ବୋଲି ଅଧା ଚିରା କାଠ ମଝିରେ ଗୋଟାଏ ଛୋଟ କାଠର କୀଳା ( କ୍ଲିପ୍ ପରି) ରଖିଦେଲେ ଓ ମଧ୍ୟାହ୍ନ ଭୋଜନ ପାଇଁ ସବୁ ଶ୍ରମିକ ନିଜ କାମ ଛାଡି ଖାଇବାକୁ ସହରକୁ ଚାଲିଗଲେ |
ଠିକ୍ ସେତିକିବେଳେ ମାଙ୍କଡ଼ମାନଙ୍କର ଗୋଟିଏ ଦଳ ସେଠାକୁ ଡେଇଁ ଡେଇଁ ଆସିଲେ। ସେମାନଙ୍କ ମଧ୍ୟରେ ଗୋଟିଏ ଅତି ଦୁଷ୍ଟ ମାଙ୍କଡ଼ ଥିଲା, ଯିଏ କିଛି କାମ ନଥାଇ ଏଣେ ତେଣେ ସବୁ ଜିନିଷ ସହିତ ଲାଗେ ଓ ଅସୁବିଧାରେ ମଧ୍ୟ ପଡେ। ଅସୁବିଧାରେ ପଡ଼ିବା ଯେମିତି ତାର ଅଭ୍ୟାସ ଥିଲା | ସେଇ ମାଙ୍କଡ ଦଳର ନେତା ସମସ୍ତଙ୍କୁ ସେଠାରେ ପଡ଼ିଥିବା ଜିନିଷଗୁଡ଼ିକ ଉପରେ ନ ଲାଗିବା ପାଇଁ ନିର୍ଦ୍ଦେଶ ଦେଇଦେଲା। ସବୁ ମାଙ୍କଡ ଡେଇଁ ଡେଇଁ ଗଛ ଆଡକୁ ଚାଲି ଗଲେ, କିନ୍ତୁ ସେହି ଦୁଷ୍ଟ ମାଙ୍କଡ଼ ସମସ୍ତଙ୍କ ଦୃଷ୍ଟିରୁ ଦୂରେଇ ରହି ପଛକୁ ରହିବାକୁ ଲାଗିଲା |
ତା ଆଖି ଯାଇ ପଡ଼ିଲା ଅଧା କଟା କାଠ ଗଣ୍ଡଟି ଉପରେ । ସେ କାଠ ଉପରେ ବସି ମଝିରେ ଲାଗିଥିବା ଛୋଟିଆ କାଠଟିକୁ ଦେଖି ହାତ ମାରିବାକୁ ଲାଗିଲା | ତା’ପରେ ସେ ପାଖରେ ପଡ଼ିଥିବା କରତକୁ ଦେଖିଲା | ଏହାକୁ ଉଠାଇ କାଠରେ ଘଷିବାକୁ ଲାଗିଲେ। ଯେତେବେଳେ ଏହା 'କିର-କିର' ଶବ୍ଦ କରିବା ଆରମ୍ଭ କଲା, ସେ ରାଗରେ କରତକୁ ଚାପୁଡ଼ା ମାରିଲା | ସେ ମାଙ୍କଡମାନଙ୍କ ଭାଷାରେ, କିର୍-କିର୍ ଅର୍ଥ ହେଉଛି 'ନିଖଟ୍ଟୁ, ଯିଏକି କିଛି କାମ କରେନା' | ସେ ରାଗି ଯାଇ କରତଟିକୁ ଫୋପାଡ଼ି ଦେଲା ଆଉ ଅଧା କଟା ହୋଇଥିବା କାଠ ଗଣ୍ଡି ମଝିରେ ଲାଗିଥିବା କାଠର କୀଳାକୁ ଦେଖିବା ଆରମ୍ଭ କଲେ |
ତା ମନରେ କୌତୁହଳ ବଢ଼ିବାକୁ ଲାଗିଲା ଯେ, ଏହି ଛୋଟ କାଠଟାକୁ ହଟାଇଲେ କ'ଣ ହେବ? ଏବେ ସେ ନିଜେ କାଠ ଟିକୁ ଧରି ବାହାରକୁ ଟାଣିବା ପାଇଁ ବହୁତ ଚେଷ୍ଟା କଲା | କାଠ ମଧ୍ୟରେ ଲାଗିଥିବା କୀଳାଟାକୁ ଦୁଇ ଗୋଡ ମଝିରେ ରଖି ବହୁତ ଜୋର ରେ ଧରିଥାଏ, କାରଣ ଅଧା ଚିରା କାଠକୁ କୀଳାଟା ଏକ ଶକ୍ତିଶାଳୀ କ୍ଲିପ୍ ପରି ଧରିଥାଏ |
ମାଙ୍କଡ଼ ଏହାକୁ ହଲାଇବା ପାଇଁ ବହୁତ ଚେଷ୍ଟା କରିବାକୁ ଲାଗିଲା | ଯେତେବେଳେ ଜୋରରେ ବଳ ପ୍ରୟୋଗ କଲା ସେତେବେଳେ କୀଳାଟା (ଛୋଟ କାଠ) ଟିକେ ହଲିବାକୁ ଲାଗିଲା, ମାଙ୍କଡ଼ ନିଜର ଶକ୍ତିରେ ବହୁତ ଖୁସି ହୋଇଗଲା |
ଅଧିକ ଖୁସି ହୋଇ ଆହୁରି ଅଧିକ ବଳ ପ୍ରୟୋଗ କଲା ଓ କିଛି ସମୟ ପରେ ସେ କାଠ ହଲିବାକୁ ଲାଗିଲା | ଏହି ପରି ରେସଲିଂ ମ୍ୟାଚ୍ କରୁ କରୁ ମଝିରେ କେତେବଳେ ମାଙ୍କଡର ଲାଞ୍ଜ, ଗୋଡ ମଝିକି ଆସି ଧୀରେ ଧୀରେ ଅଧାଚିରା କାଠ ମଝିକି ଆସି ଯାଇଥିଲା, ତାହା ସେ ଟିକେ ବି ଜାଣି ପାରିଲା ନାହିଁ।|
ସେ ଅଧିକ ଉତ୍ସାହିତ ହୋଇ ଆହୁରି ଜୋରରେ ଟାଣିବାକୁ ଲାଗିଲା, ହତାତ୍ ଝ୍ଟକା ଦେଇ କୀଳାଟିକୁ ଟାଣିବା ମାତ୍ରେ ଦୁଇ କାଠ ମଝିରୁ ସେଟା ବାହାରିଗଲା। ଅଧା କଟା କାଠଟା ତୁରନ୍ତ ଯୋଡି ହୋଇଗଲା ଆଉ ମାଙ୍କଡର ଲାଞ୍ଜ କାଠ ମଝିରେ ଅଟକି ଗଲା। ମାଙ୍କଡ଼ ଜୋରରେ ଚିତ୍କାର କଲା।
ଠିକ୍ ସେହି ସମୟରେ ଶ୍ରମିକମାନେ ସେଠାକୁ ଫେରିଲେ। ଶ୍ରମିକ ମାନଙ୍କୁ ଦେଖି ଗଛ ଉପରେ ବସିଥିବା ଅନ୍ୟ ସବୁ ମାଙ୍କଡ଼ ଦୌଡିବାକୁ ଲାଗିଲେ। ଦୁଷ୍ଟ ମାଙ୍କଡର ତ ଲାଞ୍ଜ କାଠ ମଝିରେ ଚାପି ହୋଇ ରହିଛି, ଜୋର୍ ରେ ଚିତ୍କାର କରି ଦୌଡିବାକୁ ଚେଷ୍ଟା କଲା। ପ୍ରାଣ ବିକଳରେ ବହୁତ ଚେଷ୍ଟା କରିଲା କିନ୍ତୁ ଲାଞ୍ଜ ତ ଅଟକିଛି! ଗୋଟେ ଶ୍ରମିକ ବାଡ଼ିଟେ ଧରି ତା ଆଡ଼କୁ ଦୌଡି ଆସିବା ମାତ୍ରେ ସେ ନିଜ ପ୍ରାଣ ବଞ୍ଚାଇବାକୁ ଯାଇ ଆହୁରି ଅଧିକା ଜୋରରେ ଟାଣିବାକୁ ଲାଗିଲା ଆଉ ଜୋରରେ ଟାଣିବାରୁ ଲାଞ୍ଜଟି ଭାଙ୍ଗିଗଲା। ଅଧା ଭଙ୍ଗା ଲାଞ୍ଜ କାଠ ମଝିରେ ଚାପି ହୋଇ ରହିଗଲା। ବହୁତ ଜୋରରେ ଚିତ୍କାର କରି ଭଙ୍ଗା ରକ୍ତ ଯୁଡୁବୁଡୁ ଲାଞ୍ଜକୁ ଧରି ଦୌଡ଼ି ପ୍ରାଣ ବିକଳରେ ପଳାଇଲା।
ଏହି କାହଣୀରୁ ଆମକୁ ଏହା ଶିକ୍ଷା ମିଳୁଛି ଯେ, କେବେ ବି ଅନ୍ୟ ଲୋକଙ୍କ କାମରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। ଅନ୍ୟ ଲୋକଙ୍କ କାମରେ ହସ୍ତକ୍ଷେପ କଲେ ଆମେ ନିଜେ ନିଜକୁ ଅସୁବିଧାରେ ପକେଇଥାଉ।




Nice
ReplyDelete