ଧନ ବଡ଼ ନା ବୁଦ୍ଧି ବଡ଼?
ଗୋଟିଏ ଦେଶରେ ଜଣେ ରାଜା ଥିଲେ। ସେ ସବୁ ବେଳେ ଗର୍ବରେ କହନ୍ତି ଯେ ଧନ ବଡ଼। ଯାହା ପାଖରେ ଧନ ଅଛି, ତା ପାଖରେ ସବୁ ଅଛି। ରାଜାଙ୍କ ପାଇଁ ଧନ ସମ୍ପତ୍ତି ହିଁ ସବୁକିଛି। ରାଜାଙ୍କ କଥାରେ କେହି ରାଜି ନ ହେଲେ ବି, କେହି କିଛି କହିବାକୁ ସାହସ କରିପାରନ୍ତି ନାହିଁ। ରାଜାଙ୍କର ଏତେ ଗର୍ବ ଦେଖି ଦିନେ ରାଜାଙ୍କ ମନ୍ତ୍ରୀ ତାଙ୍କୁ କହିଲେ ଯେ ମଣିଷର ବୁଦ୍ଧି ବଡ଼। ମଣିଷ ଜୀବନରେ ବୁଦ୍ଧି ର ଅନେକ ଆବଶ୍ୟକତା ରହିଛି। କିନ୍ତୁ ରାଜା ଏ କଥା ରେ ନାରାଜ। ଏ ସମସ୍ୟାର ସମଧାନ କରିବା ଅତ୍ୟନ୍ତ ଆବଶ୍ଯକ ସେଥିପାଇଁ ସମସ୍ତେ ଗୋଟିଏ ଉପାୟ ଚିନ୍ତା କରିବାକୁ ଲାଗିଲେ। ଉପାୟଟି ଏପରି ହେଲା ଯେ, ରାଜା ଓ ମନ୍ତ୍ରୀ ଦୁହେଁ ଗୋଟିଏ ବର୍ଷ ପାଇଁ ରାଜ୍ୟର ବାହାରକୁ ଯିବେ। ଏହି ବର୍ଷ ଭିତରେ କେଉଁଠି ବି ନିଜର ପରିଚୟ ପ୍ରକାଶ କରିବେ ନାହିଁ। ରାଜା ନିଜ ସହିତ ଧନ ଏବଂ ମନ୍ତ୍ରୀ ନିଜ ସହିତ ବୁଦ୍ଧି ନେଇ ଗୋଟିଏ ବର୍ଷ ବାହାରେ ରହିବେ। ବର୍ଷ ଶେଷରେ ଜଣା ପଡ଼ିବ ଦୁହେଁ କିପରି ଧନ ଆଉ ବୁଦ୍ଧି ସହିତ ରହିଲେ ଆଉ ଜୀବନରେ କାହାର ବେଶି ମହତ୍ତ୍ୱ ରହିଛି। ରାଜା ବାର ମାସ ପାଇଁ ବାର ହଜାର ଟଙ୍କା ନେଲେ, ଏବଂ ମନ୍ତ୍ରୀ ଖାଲି ହାତରେ ନିଜ ବୁଦ୍ଧି ସହିତ ଦେଶ ବାହାରକୁ ଗଲେ। ସେମାନେ ଦୁହେଁ ନିଜ ରାଜ୍ୟ ବାହାରେ ଅଲଗା ଅଲଗା ହୋଇ ଦୁଇଟି ନୂଆ ସ୍ଥାନରେ ରହିଲେ। କିଛି କାମ ଧନ୍ଦା ନକରି, ରାଜା ଗୋଟିଏ ଗାଁରେ ବାର ହଜାର ଟଙ୍କା ସହିତ ଅତି ଆରାମରେ ରହିବାକୁ ଲାଗିଲେ। ଏହ...