'ମକର ସଂକ୍ରାନ୍ତି' - ପର୍ବ ଓ କାହାଣୀ...
ମକର ସଂକ୍ରାନ୍ତି ସମଗ୍ର ଭାରତ ବର୍ଷରେ ପାଳିତ ହେଉଥିବା ଏକ ପର୍ବ । ଏହି ପର୍ବ ସହିତ ଅନେକ ଭାବନା ଓ କିମ୍ବଦନ୍ତୀ ଜଡିତ। ଏହି ସବୁ କିମ୍ବଦନ୍ତୀ ଗୁଡିକ କେଉଁଠାରୁ ଆରମ୍ଭ ତାହା ଅଜଣା । ଏହା ସହିତ ଜଡିତ ବହୁ ଐତିହାସିକ, ପୌରାଣିକ ଘଟଣା ରହିଛି। ସୂର୍ଯ୍ୟଙ୍କର ମକର ରାଶିରେ ପହଞ୍ଚିବାର କିମ୍ବଦନ୍ତୀ , ଆର୍ଯ୍ୟମାନେ ନିଜକୁ ଶୀତରୁ ରକ୍ଷା କରିବା ପାଇଁ ଇଶ୍ବରଙ୍କର ଉପାସନା କରିବାର କିମ୍ବଦନ୍ତୀ, ମହାଦେବ ଶିବ ବୃଷଭଙ୍କୁ ଦଣ୍ଡ ଦେବାର କିମ୍ବଦନ୍ତୀ; ଏଭଳି ଅନେକ ଘଟଣା ରହିଛି। ରାଜା ଭାଗୀରଥଙ୍କ କାହାଣୀ ଗୋଟିଏ କିମ୍ବଦନ୍ତୀ ଅନୁଯାୟୀ, ରାଜା ସାଗର ଦିନେ ଅଶ୍ଵମେଧ ଯଜ୍ଞ କରୁଥିବା ସମୟରେ ଦେବରାଜ ଇନ୍ଦ୍ର ତାଙ୍କର ଯଜ୍ଞ-ପୂଜିତ ଅଶ୍ଵ/ଘୋଡାଟିକୁ ଚୋରି କରିନେଲେ। ଯଜ୍ଞର ବିଧି ଅନୁସାରେ, ସେହି ଅଶ୍ଵ ବିନା ଯଜ୍ଞ ସମ୍ପୂର୍ଣ ହେବା ଅସମ୍ଭବ। ଚିନ୍ତିତ ହୋଇ, ରାଜା ସାଗର ଏବେ ତାଙ୍କର ୬୦,୦୦୦ ପୁତ୍ରଙ୍କୁ ଘୋଡାର ସନ୍ଧାନରେ ପଠାଇଲେ। ସେମାନେ ଘୋଡାର ପାଦଚିହ୍ନକୁ ଅନୁସରଣ କରି ଯାଇ ପହଞ୍ଚିଲେ ପାଟଳୀ ରାଜ୍ୟର କପିଳ ମୁନିଙ୍କ ଆଶ୍ରମରେ। ସେହି ଆଶ୍ରମରେ ଘୋଡାକୁ ଦେଖି ରାଜାଙ୍କ ପୁତ୍ରମାନଙ୍କୁ ଲାଗିଲା ଯେ କପିଳ ମୁନି ତାଙ୍କ ପିତାଙ୍କ ଘୋଡାକୁ ଚୋରି କରିଛନ୍ତି (ଇନ୍ଦ୍ର ଚୋରିକରି ମୁନିଙ୍କ ଆଶ୍ରମରେ ଲୁଚିଥିଲେ)। କ୍ରୋଧରେ ଅନ୍ଧ ହୋଇ ରାଜକୁମାରମାନେ କପିଳ ମୁନିଙ୍କ ଉପରେ ନାନା ପ୍ରକାରର ଲାଞ୍ଛନା ଲଦିବାରେ ଲାଗିଲେ। ରାଜକୁମାରମାନଙ୍କ...