Posts

Showing posts from March, 2021

କାଳ ବୈଶାଖର ରକ୍ତ ଭୋଜି

Image
ବୈଶାଖ ମାସରେ ପ୍ରଚଣ୍ଡ ରୁଦ୍ରତାପ, ସକାଳର ସୁରୁଜବି ଜଳନ୍ତା ନିଆଁପିଣ୍ଡ ଭଳି ଦିଶୁଛି। ସେଦିନ ଶନିଆ ବିଲକୁ ହଳ ନେଇ ଯିବ, ତେଣୁ ବେଗି ବେଗି କଅଣ ଦୁଇଟା ଖାଇ ଦେଇ ଗୁହାଳକୁ ଗଲା। ବଳଦକୁ କୁଣ୍ଡା ତୋରାଣି ଦେଲା। ଲଙ୍ଗଳ ପାଞ୍ଚଣ ଧରି ବଳଦକୁ ଠିଆ କଲା। ଯାଉ ଯାଉ ତା' ସ୍ତ୍ରୀକୁ କହିଦେଲା, "ଦି ଘଡିକୁ ମୁନ୍ଦାଏ ପାଣି ନେଇ ବିଲକୁ ଯିବୁ।" ଶନିଆର ସ୍ତ୍ରୀ ଘରୁ ଥାଇ ହଁଟେ ମାରିଲା। ଶନିଆ ଏଥର ବଳଦ ଆଡେଇ ବିଲ ଆଡେ ଚାଲିଲା।  ବିଲ ମୁଣ୍ଡରେ ପହଞ୍ଚୁ ପହଞ୍ଚୁ ଖରା ବଡ଼ ଟାଣ୍ ହେଲାଣି। ଶନିଆ ଦୁଇ ବଳଦକୁ ନେଇ ଲଙ୍ଗଳ ଯୋଛିଲା, ହଳ ଆରମ୍ଭ ହେଲା। ଖରାଟିଆ ଚାଷ ଭାରି କଷ୍ଟ। ବିଲ ଶୁଖି ଆଁ କରିଥାଏ। କଷ୍ଟେ ମଷ୍ଟେ ହଳ ବୁଲାଇଲା। ସେତେବେଳକୁ ଅସହ ଖରା। ଦିହ ମୁଣ୍ଡ ପୋଡି ପକାଉଥାଏ, ହେଲେ ବିଲ ମଝିରେ କେଉଁଠି ଟିକିଏ ଥାଁ ମାରିବାକୁ ଛାଇ ନାହିଁ। ଦୂର ଦୂର ପର୍ଯ୍ଯନ୍ତ ପ୍ରସସ୍ତ ଶୁଖିଲା ପଡିଆ। ସେ ଆଉ କଷ୍ଟ ସହି ନପାରି ବିଲ ହିଡ଼ରେ ଟିକିଏ ବସି ପଡିଲା। ସେତେବେଳକୁ ଶନିଆକୁ ଭାରି ଶୋଷ ହେଲାଣି। ମୁଣ୍ଡଫଟା ଖରାରେ ଭାରି ହାଲିଆ ଲାଗିଲାଣି। ସ୍ତ୍ରୀକୁ ପାଣି ନେଇ ଆସିବାକୁ କହିଥିଲା ଯେ, ଏ ଯାଏଁ ପାଣିର ଦର୍ଶନ ନାହିଁ।  ଶନିଆ ତା ସ୍ତ୍ରୀକୁ ଜଗି ଜଗି ଭାବିଲା,"ହଉ ଆଉ ହେଳା କରି ଲାଭ ନାହିଁ, ଆଉ ଦି ଭେରା ହଳ ବୁଲେଇ ଦିଏ।" ଏପରି ଭାବି ସେ ପୁଣି ତା କାମରେ ଲାଗିଗଲା। ଗୋଟିଏ ହାତ ଲଙ୍ଗଳ କଟି ଉପରେ ପଡିଥାଏ, ...