ଅକୁହା ବ୍ୟଥା

ସାବିତ୍ରୀ ସକାଳୁ ସକାଳୁ ଉଠି ଘର କାମ କରୁଥାଏ। ଦିନ 9:30 ହେଲାଣି କିନ୍ତୁ ସାବିତ୍ରୀ ର ସ୍ଵାମୀ ସୁଧାଂଶୁ ବାବୁ ଏଯାଏଁ ଉଠି ନାହାନ୍ତି। କାହିଁକି ବା ଉଠିବେ? ଦେଶ ସାରା ତ ସବୁ କାମ ବନ୍ଦ ହେଇପଡିଛି, ସମସ୍ତେ ନିଜ ନିଜ ଘରେ ଭିତରେ ଅଛନ୍ତି, ବାହାରକୁ ବାହାରିଲେ ବିପଦ। ସୁଧାଂଶୁ ବାବୁ ଟିକେ ଆରାମ କରୁଛନ୍ତି। ଆରାମରେ ଶୋଇ ଉଠି ନିଜ କାମ ସାରି ଖାଇବାକୁ ବସିଲେ। ସାବିତ୍ରୀ ଚୁପ୍ ଚାପ୍ ଘରେ ଯାହା ଅଛି ଦେଲା, କିନ୍ତୁ ସୁଧାଂଶୁର ମନ କାହିଁକି କେଜାଣି ଖୁସି ନଥିଲା। ଖାଇସାରି ସବୁଦିନ ଭଳି TV  ଆଉ  MOBILE ଖୋଲି ବସିଲା, ସାବିତ୍ରୀ ଏପଟେ ଘର କାମରେ ବ୍ୟସ୍ତ । ସୁଧାଂଶୁ mobile ରେ କ'ଣ ସବୁ ଧ୍ୟାନର ସହିତ ଦେଖିବା ସମୟ ରେ ସାବିତ୍ରୀ କହିଲା," ଘରେ ଡାଲି ନାହିଁ କି ଚାଉଳ ନାହିଁ, ଟିକେ ଯାଇ ଆଣିଦିଅ, କେମିତି କ'ଣ ଖାଇବ ଯେ।" ସୁଧାଂଶୁ ଜୋରରେ ଚିତ୍କାର କରି ଉଠିଲା " ମୁଁ ଏ ଘରର ଦାୟିତ୍ୱ ନେଇ ପାରିବି ନାହିଁ , କିଏ କ'ଣ ଖାଇବ, କ'ଣ ଘରକୁ ଆସିବ, ନ ଆସିବ ମୁଁ କିଛି କହି ପାରିବିନି, ଘରେ କିଏ କ'ଣ ଖାଇବ ମୁଁ କିଛି ଜାଣିନି, ମତେ କିଛି କହନା ତୁ। ମୋ ଭାଗ୍ୟ ଟା ଖରାପ ଯେ ତତେ ବାହା ହେଇଛି " ସାବିତ୍ରୀ ବା ଆଉ କ'ଣ କହିବ!

"ତା ସ୍ଵାମୀ ବି କ'ଣ କରିବେ? ତିନି ମାସ ହେଲାଣି ସବୁ କାମ ବନ୍ଦ। କରୋନା ପାଇଁ ସବୁ ତ ବନ୍ଦ। କେତେ ଦିନ ବା ବସି ବସି ଘର ସଂସାର ଚଳାଇବେ! ସ୍ବାମୀଙ୍କର କହିବା କଥା ବି ଠିକ୍, ଘରର ଦାୟିତ୍ୱ ସେ ଏକା କେମିତି ନେବେ! ଏତ ଠିକ୍ ନୁହଁ ନା। ଆଉ ରହିଲା ମୋ କଥା, ଝିଅ ଜନମ ତ ଚୁଲି ମୁହଁ କୁ ଆଉ ଏମିତି ରେ ବି ବାପା ମା 'ସାବିତ୍ରୀ' ନାଁ ଦେଇଛନ୍ତି। ସ୍ଵାମୀ ଯାହା କହିଲେ ବି ସେ ଦେବତା, ଯେତେ ମାରିଲେ, ଗାଳି କରିଲେ ବି ସେ ସ୍ଵାମୀ । ଏମିତି କଥା କାହାକୁ କହି ହୁଏ ନାହିଁ, କି ସହି ହୁଏ ନାହିଁ ।" ହଠାତ୍, ମା, ମାଆ ଡାକରେ ସାବିତ୍ରୀ ତାର ଭାବନା ରାଜ୍ୟରୁ ବାସ୍ତବ ଦୁନିଆ କୁ ଆସିଲା। ବାସ୍ତବ ଦୁନିଆ କୁ ଆସିବା କ୍ଷଣି ଜାଣିବାକୁ ପାଇଲା ଯେ ସରକାର କିଛି ନୂଆ ଘୋଷଣା କରିଛନ୍ତି। ଘୋଷଣା କରିଛନ୍ତି ଯେ ପ୍ରବାସୀ ଶ୍ରମିକ ମାନେ ନିଜ ନିଜ ଘରକୁ ଯାଇପାରିବେ।

ଟିକେ ସମୟ ପୂର୍ବରୁ ରାଗିଥିବା ସୁଧାଂଶୁ, ହସି ହସି ସାବିତ୍ରୀ କୁ କହିଲା," ଚାଲ ଆମେ ଗାଁ କୁ ପଳେଇବା , ଏଠି କିଛି ନାହିଁ, କେହି ପଚାରିବେନି ଆମକୁ।" ସାବିତ୍ରୀ କିନ୍ତୁ ଏ ଖବର ରେ ଖୁସି ନଥିଲା ପରି ଜଣାପଡିଲା। ସୁଧାଂଶୁ ପଚାରିବାରୁ ସାବିତ୍ରୀ କହିଲା," ଆମେ କେମିତି ଯିବା, ସେଠାରେ ପହଞ୍ଚି କେମିତି ରହିବା, ତିନି ଚାରି ବର୍ଷ ହେଲାଣି ଆମେ ଗାଆଁ ମାଟି ମାଡ଼ି ନାହାନ୍ତି, ସେଠାରେ ଆମକୁ କେହି ଚିହ୍ନି ପାରିବେ ତ ? ଆମ ପାଖରେ ସେତିକି ଟଙ୍କା ନାହିଁ ଯେ ଆମେ ବସ୍ କି ଟ୍ରେନ୍ ଟିକେଟ ଦେଇ ଯାଇ ପରିବା।", "ବାସ୍ ବାସ୍ ଚୁପ୍ କର। ଯାହା କିଛି କହିଲେ ସବୁ କଥା ରେ କେଁ କେଁ। ତୋର ଯଦି ଗାଁକୁ ଯିବାର ନାହିଁ ତୁ ନ ଯା। ସତ କଥା ତ ଏଇଆ ଯେ ତତେ ଏ ସହର ଛାଡ଼ି ଯିବାର ଇଚ୍ଛା ନାହିଁ। ମୁଁ ମୋ ପୁଅକୁ ନେଇ ପଳେଇବି। ମୋ ଭାଗ୍ୟଟା ଖରାପ ଯେ ତତେ ବାହା ହେଇଛି।" ଏପରି ବହୁତ କିଛି  ଚିତ୍କାର କରି, ରାଗରେ ତମ୍ ତମ୍ ହୋଇ ସୁଧାଂଶୁ ଜିନିଷପତ୍ର ସବୁ ଫୋବାଡ଼ି ପଳେଇଲା। ସାବିତ୍ରୀ ବା ଆଉ କ'ଣ କହିବ!

ସୁଧାଂଶୁ ଉପରେ ଭଗବାନଙ୍କ କୃପା ଦୃଷ୍ଟି ଅପାର। ଦଶ ପନ୍ଦର ଦିନ ଭିତରେ ଗାଁ କୁ ଫେରିବା ବ୍ୟବସ୍ଥା ହୋଇଗଲା। ବସ୍ ଟିକେଟ ଦୁଇଟି ଆଣି ସାବିତ୍ରୀ କୁ ଦେଖାଇ କହିଲା," ରେଡି ହେଇଯା, କାଲି ଆମ ବସ୍ ରାତିରେ ନ' ଟା ରେ ଅଛି। ଆମେ ଗାଆଁକୁ ପଳେଇବା" ,"ଯାହା ଟଙ୍କା ଥିଲା ସବୁ ଟିକେଟରେ ସାରିଦେଲ?" ସାବିତ୍ରୀ ପଚାରିବାରୁ ସୁଧାଂଶୁ କହିଲା, " ହଁ, ଟଙ୍କା ନ ଦେଲେ ଆଉ କଣ କେଉଁଠି କିଛି କାମ ହେଉଛି! ଗାଁରେ ଥରେ ପହଞ୍ଚି ଯାଏ, ଚାଷ ବାସ କାମ କରିବି, ଟଙ୍କା ପୁଣି ଆସିଯିବ। ମୁଁ ଯାହା କରିଲେ ବି ତତେ ଭଲ ଲାଗେ ନାହିଁ, ସତରେ ମୋ ଭାଗ୍ୟ ଟା ଖରାପ !" ଏମିତି ଅନେକ କଥା ସୁଧାଂଶୁ ପାଖରୁ ଶୁଣି ସାରିଲା ପରେ, ସାବିତ୍ରୀ ଚୁପ୍ ଚାପ୍ ଜିନିଷପତ୍ର ସଜାଡ଼ିଲା। ସାବିତ୍ରୀ ବା ଆଉ କ'ଣ କହିବ!


ତା ପରଦିନ ସନ୍ଧ୍ୟା ପୂର୍ବରୁ ବସ୍ ଷ୍ଟାଣ୍ଡ ରେ ସମସ୍ତେ ଠିଆ ହୋଇଛନ୍ତି, ବସ୍ ର ସମୟ ମଧ୍ୟ ହୋଇଗଲାଣି କିନ୍ତୁ, ବସ୍ ଏ ଯାଏଁ ଆସିନି। ବସ୍ ର ସମୟ ପରେ ଦୁଇ ତିନି ଘଣ୍ଟା ଅପେକ୍ଷା କରିବା ପରେ, ସୁଧାଂଶୁ ଯାଇ ଜଣେ ଅଧିକାରୀ ଙ୍କୁ ପଚାରିବାରୁ, କର୍ମଚାରୀ ଜଣକ କହିଲେ," ସେ ବସ୍ ର ସମୟ ଦିନ ନ' ଟାରେ ଥିଲା। ବସ୍ ଯାଇ କେତେ ଦୂର ପହଞ୍ଚିବଣି, ଏବେ ବହୁତ ଡେରି ହେଲାଣି ଘର କୁ ଫେରିଯାଅ।" ଏ ସବୁ ଜାଣିବା ପରେ ସୁଧାଂଶୁ ଜାଣି ପାରିଲା ଯେ ଏସବୁ ତାର ଭୁଲ୍। ଏବେ ତା ମୁଣ୍ଡ ଉପରେ ବଜ୍ର ପଡିଲା। ଏବେ ସେ କଣ କରିବ ? ଛୁଆପିଲାଙ୍କୁ ନେଇ କୁଆଡେ ଯିବ? ସତରେ କଣ ସୁଧାଂଶୁ ର ଭାଗ୍ୟ ଖରାପ! ସାବିତ୍ରୀ ପାଖରେ କିଛି କହିବାକୁ ସାହସ ନଥିଲା, ତଥାପି ସେ କହିଲା, "ଚାଲ ଆମେ ଘରକୁ ଫେରିଯିବା, ଏତେ ରାତି ହେଲାଣି, ପରେ କିଛି ବ୍ୟବସ୍ଥା କରି ଗାଁକୁ ଫେରିବା।" ସୁଧାଂଶୁ କଣ ଶୁଣିବ ସାବିତ୍ରୀର କଥା ! ସେ ମନା କରି କହିଲା, ଆଜି ଏଠି ରହିଯିବା, କାଲି ସକାଳେ କଣ କିଛି ଗୋଟେ ବ୍ୟବସ୍ଥା କରିବା। ଏପଟେ ସାବିତ୍ରୀ ଦେହରେ ଜର ରେ ଖଇ ଫୁଟିଲାଣି କିନ୍ତୁ, କିଛି କହିବାକୁ ତା ପାଖରେ ସାହସ ନାହିଁ, କି ଦେହରେ ଜୋର୍ ନାହିଁ, ସ୍ଵାମୀର କଥା ମାନିବା ଛଡ଼ା ଆଉ କିଛି ରାସ୍ତା ବି ନାହିଁ। 

ପରଦିନ ବସ୍ ଷ୍ଟାଣ୍ଡ ରେ ଯେତେ ଚେଷ୍ଟା କରିଲେ ବି ଘରକୁ ଫେରିବାକୁ କିଛି ବ୍ୟବସ୍ଥା ହୋଇପାରିଲା ନାହିଁ। ସବୁ ଆଡେ ସବୁ କିଛି ବନ୍ଦ କେମିତି ବା କଣ ମିଳିବ ! ସୁଧାଂଶୁ ଦେଖିଲା ଯେ ତାଙ୍କ ଭଳି ଅନେକ ପରିବାର ଚାଲି ଚାଲି ନିଜ ଘରକୁ ଯାଉଛନ୍ତି। ବାସ୍, ସୁଧାଂଶୁ ସେମାନଙ୍କ ସହିତ ଚାଲି ଚାଲି ଯିବାକୁ ବାହାରିଲା। ଏବେ ବି ସାବିତ୍ରୀ ବାର ବାର କହୁଥାଏ ଘରକୁ ଫେରିଯିବା ପାଇଁ କିନ୍ତୁ ସୁଧାଂଶୁ ତା କଥା ମାନିଲା ନାହିଁ। ବାଧ୍ୟତାମୂଳକ ସାବିତ୍ରୀ କୁ ତା' ସହିତ ଚାଲିବାକୁ ପଡିଲା। ସାବିତ୍ରୀ ବା ଆଉ କ'ଣ କହିବ !

Picture credits: The Wire (https://thewire.in/the-arts/coronavirus-migrant-labourers-walk)

Picture credits: The Wire (https://thewire.in/the-arts/coronavirus-migrant-labourers-walk)


ହାତରେ ପଇସା ନାହିଁ କି, ଖାଇବାକୁ ଖାଦ୍ୟ ନାହିଁ, ମୁଣ୍ଡ ଉପରେ ଛାତ ନାହିଁ, କି ଆହା ପଦେ କହିବାକୁ କେହି ନାହିଁ ଓ ତା ସହିତ ଛୋଟିଆ ଛୁଆଟିଏ। ଯେତେହେଲେ ବି ମଣିଷ ଶରୀର, ଖାଦ୍ୟ ତ ନିଶ୍ଚିତ ଭାବରେ ଦରକାର। ସ୍ଵାମୀ ସ୍ତ୍ରୀ ଦୁହିଁଙ୍କ ପାଖରେ କିଛି ଉପାୟ ବି ନାହିଁ। ଏପଟେ ଛୋଟ ଛୁଆଟା ଭୋକରେ ଆଉଟୁ ପାଉଟୁ। ସାବିତ୍ରୀ ଯାହା ଯେମିତି ବୁଦ୍ଧି କରି କିଛି ଖାଦ୍ୟ ନିଜ ସହିତ ନେଇ ଆସିଥିଲା, ସେତିକିରେ ସ୍ଵାମୀ ଆଉ ଛୁଆଟିର ପେଟ ନ ପୁରିଲେ ବି ଜୀବନ ବଞ୍ଚିବା ପାଇଁ ଯଥେଷ୍ଟ। 

ଦିନ ସାରା ବର୍ଷା, ସାବିତ୍ରୀ ଦେହରେ ଜର ଆଉ ତା ସାଙ୍ଗକୁ ବର୍ଷା ବାଧ୍ୟ ହୋଇ ସାବିତ୍ରୀ ଆଉ ଚାଲି ପରିବ ନାହିଁ ବୋଲି କହିଲା। ସୁଧାଂଶୁ ରାଗି କରି ମନା କରିଲେ ବି ଛୁଆ ଟା ମୁହଁକୁ ଦେଖି ଗୋଟିଏ ଦୋକାନ ତଳେ ରହିବାକୁ ପଡିଲା। ସାବିତ୍ରୀ ପାଖରେ ଯାହା ଯେତିକି ଖାଦ୍ୟ ଥିଲା, ସେ ତା ପୁଅ ଓ ସ୍ଵାମୀ କୁ ଖାଇବାକୁ ଦେଇଦେଲା। ସବୁ ଦିନ ପରି ଆଜି ବି ସୁଧାଂଶୁ ଥରଟିଏ ପଚାରିଲା ନାହିଁ ଯେ ସେ ଖାଇଛି କି ନାହିଁ !

ପରଦିନ ସକାଳ ପ୍ରାୟ 8ଟା ହେଲାଣି, ସୁଧାଂଶୁ ହଠାତ୍ ଉଠି ପଡ଼ି ଦେଖିଲା କି ଏତେ ସକାଳ ହେଲାଣି ଆଉ ସାବିତ୍ରୀ ଏ ଯାଏଁ ଶୋଇଛି, ରାଗରେ ତମ୍ ତମ୍ ହୋଇ କହିଲା," ଏ ସମୟ ରେ ବି ମହାରାଣୀ ଶୋଇଛି, ଟିକିଏ ବି ଚିନ୍ତା ନାହିଁ, ସବୁ କାମ ମତେ ହିଁ କରିବାକୁ ପଡ଼ିବ।" ସୁଧାଂଶୁର ଜୋର ଚିତ୍କାର ଶୁଣି ତା ପୁଅ ଉଠି ଦେଖିଲା, ସବୁଦିନ ଭଳି ଆଜି ବି ତା ବାପା, ତା ମା କୁ ଗାଳି କରୁଛନ୍ତି। ସେ ତର ତର ହୋଇ,"ମା,ମାଆ...!!" ଡାକିଲା। କିନ୍ତୁ ଏ କ'ଣ ସାବିତ୍ରୀ ତଥାପି ଉଠିଲା ନାହିଁ। ସୁଧାଂଶୁ ଆଉ ଟିକିଏ ରାଗି, ଜୋରରେ ଚିତ୍କାର କରି, ହାତରେ ଉଠେଇବାକୁ ଚେଷ୍ଟା କରିଲା, ଦେଖିଲା ଯେ ସାବିତ୍ରୀ ଦେହ ପୁରା ଥଣ୍ଡା ପଡ଼ିଯାଇଛି। ସୁଧାଂଶୁ କିଛି ବୁଝି ପାରୁନଥାଏ। ସାବିତ୍ରୀର ମୃତ ଶରୀରକୁ ଉଠେଇ ଧରିବାକୁ ଚେଷ୍ଟା କରିଲା ବେଳେ ଦେଖିଲା, ତା ମୁଣ୍ଡ ତଳକୁ ଗୋଟିଏ ପୁଟୁଳି। ସେ ପୁଟୁଳି କୁ ଖୋଲି ପକେଇ ଦେଖିବାରୁ ତା ପୁଅ କାନ୍ଦି କାନ୍ଦି କହିଲା," ବାପା, ଏ ଖାଇବା ସବୁ ତ ଆମେ କାଲି ଖାଇଥିଲେ। ମା ପାଖରେ ଆହୁରି ଖାଇବା କୁଆଡୁ ଆସିଲା!! ଦୁଇ ଦିନ ହେଲାଣି ମା କୁ ଜୋରରେ ଜର ଥିଲା, ତୁମେ ରାଗିବ ବୋଲି ସେ କିଛି କହୁନଥିଲେ।" ସୁଧାଂଶୁ ସେ ପୁଟୁଳିର ଖାଦ୍ୟ କୁ ଦେଖି ବହୁତ କାନ୍ଦୁଥାଏ।

ଏହି ସମୟରେ ଭୀଷଣ ବର୍ଷା ହେବାକୁ ଲାଗିଲା। ହୁଏତ ଉପରେ ଥାଇ ସାବିତ୍ରୀ କାନ୍ଦୁଥିବ, ଯିଏ ଜୀବନ ଥିଲା ଭିତରେ ଟିକିଏ ସୁଯୋଗ ପାଇନଥିଲା ମନ ଖୋଲି କାନ୍ଦିବା ପାଇଁ, ଯିଏ କେବେ କିଛି କହି ପାରିଲାନାହିଁ, ଯିଏ କେବେ ନିଜ ମନର ବ୍ୟଥା ପ୍ରକାଶ କରି ପାରିଲା ନାହିଁ, କିନ୍ତୁ ଆଜି, ତାକୁ ସେଥିରୁ କେହିବି ବଞ୍ଚିତ କରିପାରିବେ ନାହିଁ। ମନ ଖୋଲି କାନ୍ଦିବା ବି ସମସ୍ତଙ୍କ ଭାଗ୍ୟରେ ନଥାଏ !

ହୁଏତ, ସାବିତ୍ରୀ ପରେ ଏବେ ସୁଧାଂଶୁର ଭାଗ୍ୟ ନିଶ୍ଚିୟ ବଦଳିବ!!!


©2020 Archana Abhilipsa Jena

Comments

  1. Emotional story 😟... When covid 19 came to our country then the situation many people like this same story......

    ReplyDelete
  2. 👌🏻👌🏻👌🏻👌🏻

    ReplyDelete
  3. We analyse each element, from video games and fee methods to security and bonuses, and even the customer support choices and stage of service. The on-line casino South Korea’s enlargement facilitates instant playing and is just lately picked up through cell casinos. Even though there are strict restraints, most on-line international casino playing operatives sustaining the playing realm submit a table of contents that's cell compliant through apps or instant-play on-line playing sites. Many on-line casino sites in South Korea provide profitable bonuses such as “Reload and Cashback.” In this bonus choice, the most effective on-line platforms present South Koreans an opportunity to credit their lost chances of successful. This is feasible when gamers deposit their lost winnings every day, weekly, or 카지노 사이트 monthly for a profitable return.

    ReplyDelete

Post a Comment

Popular posts from this blog

ମାଙ୍କଡ଼ ଏବଂ କାଠ ଖଣ୍ଡ

ଶୃଗାଳ ଏବଂ ଢୋଲ

ପଞ୍ଚତନ୍ତ୍ର କାହାଣୀଧାରା