ଧନ ବଡ଼ ନା ବୁଦ୍ଧି ବଡ଼?
ଗୋଟିଏ ଦେଶରେ ଜଣେ ରାଜା ଥିଲେ। ସେ ସବୁ ବେଳେ ଗର୍ବରେ କହନ୍ତି ଯେ ଧନ ବଡ଼। ଯାହା ପାଖରେ ଧନ ଅଛି, ତା ପାଖରେ ସବୁ ଅଛି। ରାଜାଙ୍କ ପାଇଁ ଧନ ସମ୍ପତ୍ତି ହିଁ ସବୁକିଛି। ରାଜାଙ୍କ କଥାରେ କେହି ରାଜି ନ ହେଲେ ବି, କେହି କିଛି କହିବାକୁ ସାହସ କରିପାରନ୍ତି ନାହିଁ। ରାଜାଙ୍କର ଏତେ ଗର୍ବ ଦେଖି ଦିନେ ରାଜାଙ୍କ ମନ୍ତ୍ରୀ ତାଙ୍କୁ କହିଲେ ଯେ ମଣିଷର ବୁଦ୍ଧି ବଡ଼। ମଣିଷ ଜୀବନରେ ବୁଦ୍ଧି ର ଅନେକ ଆବଶ୍ୟକତା ରହିଛି। କିନ୍ତୁ ରାଜା ଏ କଥା ରେ ନାରାଜ। ଏ ସମସ୍ୟାର ସମଧାନ କରିବା ଅତ୍ୟନ୍ତ ଆବଶ୍ଯକ ସେଥିପାଇଁ ସମସ୍ତେ ଗୋଟିଏ ଉପାୟ ଚିନ୍ତା କରିବାକୁ ଲାଗିଲେ।
ଉପାୟଟି ଏପରି ହେଲା ଯେ, ରାଜା ଓ ମନ୍ତ୍ରୀ ଦୁହେଁ ଗୋଟିଏ ବର୍ଷ ପାଇଁ ରାଜ୍ୟର ବାହାରକୁ ଯିବେ। ଏହି ବର୍ଷ ଭିତରେ କେଉଁଠି ବି ନିଜର ପରିଚୟ ପ୍ରକାଶ କରିବେ ନାହିଁ। ରାଜା ନିଜ ସହିତ ଧନ ଏବଂ ମନ୍ତ୍ରୀ ନିଜ ସହିତ ବୁଦ୍ଧି ନେଇ ଗୋଟିଏ ବର୍ଷ ବାହାରେ ରହିବେ। ବର୍ଷ ଶେଷରେ ଜଣା ପଡ଼ିବ ଦୁହେଁ କିପରି ଧନ ଆଉ ବୁଦ୍ଧି ସହିତ ରହିଲେ ଆଉ ଜୀବନରେ କାହାର ବେଶି ମହତ୍ତ୍ୱ ରହିଛି। ରାଜା ବାର ମାସ ପାଇଁ ବାର ହଜାର ଟଙ୍କା ନେଲେ, ଏବଂ ମନ୍ତ୍ରୀ ଖାଲି ହାତରେ ନିଜ ବୁଦ୍ଧି ସହିତ ଦେଶ ବାହାରକୁ ଗଲେ।
ସେମାନେ ଦୁହେଁ ନିଜ ରାଜ୍ୟ ବାହାରେ ଅଲଗା ଅଲଗା ହୋଇ ଦୁଇଟି ନୂଆ ସ୍ଥାନରେ ରହିଲେ।
କିଛି କାମ ଧନ୍ଦା ନକରି, ରାଜା ଗୋଟିଏ ଗାଁରେ ବାର ହଜାର ଟଙ୍କା ସହିତ ଅତି ଆରାମରେ ରହିବାକୁ ଲାଗିଲେ। ଏହି ପରି ଅତି ଆରାମରେ ରହି, ବିଚରା ମନ୍ତ୍ରୀ ଟା ଭୋକ ଉପାସରେ କେଉଁଠି ମରିଯିବଣି ବୋଲି ଭାବି ବଡ଼ ଦୁଃଖ କରୁଥିଲେ।
ଦେଖୁ ଦେଖୁ ପାଞ୍ଚ ଛ' ମାସରେ ତାଙ୍କର ସବୁ ଟଙ୍କା ସରିଗଲା। ସେ ଦେଖିଲେ ଯେ କିଛି କାମ ନକରିଲେ ଭୋକ ଉପାସରେ ବର୍ଷ ନ ସରିବା ପୂର୍ବରୁ ମରିଯିବେ। ବଞ୍ଚିବା ପାଇଁ ଏବେ କିଛି ତ କାମ କରିବାକୁ ପଡ଼ିବ।କାମ ଖୋଜି ଖୋଜି ରାଜା ଯାଇ ପହଞ୍ଚିଲେ ଜଣେ ସାଧବଙ୍କ ଘରେ। ସେଠି ଯାଇ କିଛି ଗୋଟେ କାମ ମାଗିଲେ। ଛଅ ସାତ ମାସ ପାଇଁ କିଛି ଗୋଟିଏ କୋହଳିଆ କାମ ଓ ତା ସହିତ କିଛି ଖାଇବାକୁ ମାଗିଲେ। ଛ ସାତ ମାସ ପାଇଁ କ'ଣ ବା କାମ ମିଳିବ! ସାଧବ ଜଣକ ଛେଳି ଚରେଇବା କାମ ପାଇଁ କହିଲେ। ସେ ଭାବିଲେ ଛେଳି ଚରେଇବା ତ ସହଜ କାମ, ସେହି କାମ ପାଇଁ ହଁ କରିଦେଲେ । କିନ୍ତୁ ସାଧବର ଗୋଟିଏ ସର୍ତ୍ତ ଥିଲା। ସର୍ତ୍ତ ଟି ଏହା ଯେ, ଯଦି ସେ ସାତମାସ ଭିତରେ ଅଧାରୁ କାମ ଛାଡ଼ି ପଳାଇବ ତା ହେଲେ, ସେ ଯେଉଁ ପତ୍ରରେ ଖାଦ୍ୟ ଖାଉଥିବ ସେଇ ପତ୍ର ପକାଇ ପତ୍ର ଅନୁସାରେ ଛେଳିଚରା ଲୋକର ପିଠିରୁ ମାଂସ କାଟି ନିଆ ହେବ। ଆଉ ଯଦି ସାଧବ ସେ ଲୋକ କୁ ହଇରାଣ ହରକତ କରିବ ତାହେଲେ ସାଧବ ର ସବୁ ଧନ ସମ୍ପତି ଛେଳିଚରା ଲୋକ ନାଆଁ ରେ ହେଇଯିବ। ଆଗକୁ କ'ଣ ହେବ କିଛି ନ ଭାବି ରାଜା, ସାଧବର କଥାରେ ରାଜି ହୋଇଗଲେ।
ତା ପରଦିନ ଛେଳି ଚରାଇ ସାରି ଖାଇବାକୁ ବସିଲା ସମୟରେ, ପତ୍ର ଆଉ ପିଠିରୁ ମାଂସ କଟା ହେବା କଥା ଭାବି ସେ ଆଉ ନିଜ ଉପରେ ସେ ବିଶ୍ଵାସ କରିପାରିଲେ ନାହିଁ। ସତରେ ଯଦି ସେ ସାତ ମାସ ଭିତରେ ଛେଳି ଚରାଇ ପାରିବେ ନାହିଁ ତାହେଲେ କଣ ହେବ ବୋଲି ଭାବି ବାଡ଼ିରୁ ଖୋଜି ଖୋଜି ସବୁଠାରୁ ଛୋଟ ପତ୍ର ଟିଏ ଆଣି ପକାଇଲେ। ଯେତେବେଳେ ସାଧବର ସ୍ତ୍ରୀ ଖାଇବା ଦେବାକୁ ଆସିଲା ସେତେବେଳେ ଦେଖିଲା ଯେ, ଛେଳିଚରା ଲୋକଟା ଗୋଟିଏ କଇଁଆ ପତ୍ର ପକାଇ ବସିଛି। ସେ ଆଶ୍ଚର୍ଯ୍ଯ ହୋଇ ପତ୍ରରେ ଗୋଟିଏ ଭାତ ଥୋଇଦେଇ ପଳେଇଲା। ରାଜା ଦିନସାରା ସେ ଗୋଟିଏ ଭାତ ଖାଇ ରହିଲେ। ଏହିପରି ଦୁଇ ତିନି ଦିନ ମଧ୍ୟରେ ରାଜା କଇଁଆ ପତ୍ରରେ ଦିନକୁ ଗୋଟିଏ ଲେଖାଏଁ ଭାତ ଖାଇ ଅତି ଦୁର୍ବଳ ହେଇ ପଡିବାରୁ ଆଉ କିଛି କାମ କରି ପାରିଲେ ନାହିଁ। ଖାଦ୍ୟ ନଖାଇଲେ ମଣିଷ ଦେହରେ ପ୍ରାଣ କେମିତି ଆସିବ?
ରାଜା ଏବେ ଅତ୍ୟନ୍ତ ଚିନ୍ତିତ ହୋଇ ଭାବିବାକୁ ଲାଗିଲେ ଯେ, ସେ ଯଦି ଆଉ ଖାଇବାକୁ ନ ପାଇଲେ ତାହେଲେ କିଛିଟା ଦିନ ମଧ୍ୟରେ ସେ ମରିଯିବେ, ତେଣୁ ସାଧବକୁ କହିଲେ ଯେ ସେ ଆଉ କାମ କରିପାରିବେ ନାହିଁ। ସର୍ତ୍ତ ଅନୁସାରେ ଏବେ ସାଧବ ରାଜାଙ୍କ ପିଠିରୁ କଇଁଆ ପତ୍ର ପକାଇ ପତ୍ରର ଜାଗା ଅନୁସାରେ ପିଠିରୁ ଚମଡ଼ା କାଟି ରଖି ରାଜାଙ୍କୁ ଛାଡ଼ି ଦେଲେ। ଏବେ ରାଜା ଭାବିଲେ ଯେ ଯାହା ହେଉ ସେ କଇଁଆ ପତ୍ରରେ ଖାଇଥିଲେ, ନହେଲେ ତାଙ୍କ ପିଠିରୁ ଅଧିକା ଚମଡ଼ା କଟା ହେଇଯାଇଥାନ୍ତା। ଏହା ପରେ ଯେ ଆଗକୁ ସେ ଆଉ କିଛି କାମ କରିବେ ନାହିଁ, ଯେମିତି ସେମିତି କାହା ଘରେ ମାଗି ଖାଇ, ବାକି ଆଉ ଛଅ ସାତ ମାସ ବିତାଇ ନିଜ ଦେଶକୁ ଫେରିଯିବେ।
ଏପଟେ ମନ୍ତ୍ରୀ ବୁଲି ବୁଲି ଯାଇ ଗୋଟିଏ ଗାଁରେ ପହଞ୍ଚି ସେଠାରେ ଅତି ସୁନ୍ଦର ଭାବରେ ମନ୍ତ୍ର ଓ ଗୀତ ଗାଇବାକୁ ଲାଗିଲେ। ତାଙ୍କ ମଧୁର ଗୀତରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପଣ୍ଡିତ ଭାବରେ ସମ୍ମାନିତ କରିଲେ ଏବଂ ସେହି ଗାଁରେ ପଣ୍ଡିତ ହୋଇ ଛୁଆଁମାନଙ୍କୁ ପାଠ ପଢାଇବା ପାଇଁ ଅନୁରୋଧ କରିଲେ। ମନ୍ତ୍ରୀ ଜଣକ ଗାଁ ଲୋକଙ୍କ କଥାରେ ରାଜି ହେଲେ କିନ୍ତୁ ତାଙ୍କର ବି ଗୋଟିଏ ସର୍ତ୍ତ ଥିଲା କି, ଯିଏ ବି ତାଙ୍କ ପାଖରେ ପାଠ ପଢିବାକୁ ଆସିବ, ଜଣକା ପ୍ରତିଦିନ ମୁଠେ ଚାଉଳ ଆଉ ଏକ ଟଙ୍କା ନେଇ ଆସିବ। ଦିନକୁ ଦିନ ମନ୍ତ୍ରୀଙ୍କ ପାଖରେ ପାଠ ପଢିବା ପାଇଁ ଛୁଆ ବଢିବାକୁ ଲାଗିଲେ। ଛଅ ସାତ ମାସ ଭିତରେ ମନ୍ତ୍ରୀଙ୍କ ପାଖରେ ଛୁଆଙ୍କ ସଂଖ୍ୟା ସହିତ ବହୁତ୍ ଟଙ୍କା ଆଉ ଚାଉଳ ଜମା ହୋଇଗଲା।
ମନ୍ତ୍ରୀ ଏବେ ଭାବିବାକୁ ଲାଗିଲେ ଯେ ଆଉ ମାତ୍ର ପାଞ୍ଚ ଛଅ ମାସ ପରେ ସେ ନିଜ ରାଜ୍ୟକୁ ଫେରିଯିବେ ଏସବୁ ଧନ ସେ କଣ କରିବେ ! ଏହା ଭାବି ସେ ଗୋଟିଏ ଅନ୍ନଛତ୍ର ଖୋଲିଦେଲେ। ସେଠାକୁ ଯିଏବି ଆସିବ ମାଗଣାରେ ଶିକ୍ଷା ଓ ଖାଦ୍ୟ ଖାଇ ଫେରିବ। ମନ୍ତ୍ରୀ ଏସବୁକିଛି ନିଜେ ବୁଲି ବୁଲି ଦେଖାଶୁଣା କରନ୍ତି। ମନ୍ତ୍ରୀଙ୍କର ଏପରି ଆଚରଣ ଦେଖି ଗାଁଲୋକଙ୍କର ତାଙ୍କ ପ୍ରତି ସମ୍ମାନ, ଅଧିକରୁ ଅଧିକ ବଢିବାରେ ଲାଗିଲା।
ରାଜା ଏପଟେ ବୁଲି ବୁଲି ଘରେ ଘରେ ଖାଦ୍ୟ ମାଗୁଛନ୍ତି, ଆଉ କାହାଠାରୁ ମାଡ଼ ତ କାହାଠାରୁ ଗାଳି ଖାଇ, ସେଥିରେ ଯେମିତି ସେମିତି ବଞ୍ଚୁଛନ୍ତି। ଦିନେ ବୁଲି ବୁଲି ଯାଇ ମନ୍ତ୍ରୀ ଥିବା ଗାଁ ରେ ପହଞ୍ଚିଲେ। ସେଠାରେ ଦେଖିଲେ ଯେ ଗୋଟିଏ ଅନ୍ନଛତ୍ର ଖୋଲା ହୋଇଛି। ପେଟ ଭରି ଅତ୍ୟନ୍ତ ଖୁସିରେ ଖାଦ୍ୟ ଖାଇ ସାରିବା ପରେ ଆଉ କୁଆଡେ ନଯାଇ ସେମିତି ସେଠାରେ ଖାଲିରେ ଖାଦ୍ୟ ଖାଇ ଆଉ ଦୁଇତିନି ମାସ କାଟି ରାଜ୍ୟକୁ ଫେରିଯିବେ ବୋଲି ଭାବି ସେଠାରେ ରହିଲେ ଏବଂ ମନ୍ତ୍ରୀ ବିଚରା କେଉଁଠି କ'ଣ କରୁଥିବ, କେମିତି ରହୁଥିବ, କି କିଛି ନ ଖାଇ ନ ପିଇ ମରିଯିବଣି ବୋଲି ଭାବି ଦୁଃଖ କରୁଥିଲେ।
ଗୋଟିଏ ରାତିରେ କିଛି ଚୋର, ଚୋରି କରି ଫେରୁଥିବା ସମୟରେ ଧରାପଡ଼ିଯିବା ଡରରେ ରାଜା ଯେଉଁଠାରେ ଶୋଇଥିଲେ ସେଠାରେ ପହଞ୍ଚିଗଲେ ଆଉ, ସମସ୍ତେ ଗାଁ ଲୋକଙ୍କ ହାତରେ ଧରାପଡିଗଲେ। ଗାଁ ଲୋକେ ସବୁ ଚୋରମାନଙ୍କୁ ଧରିବା ସହିତ ରାଜାଙ୍କୁ ମଧ୍ୟ ଚୋର ବୋଲି ଭାବି ବହୁତ୍ ମାଡ଼ ମାରିଲେ। ରାଜା ଯେତେ କହିଲେ କି ସେ ଜଣେ ' ରାଜା' ବୋଲି କେହି ମାନିଲେ ନାହିଁ। ସକାଳୁ ସକାଳୁ ଲୋକମାନେ ଚୋରମାନଙ୍କର ବିଚାର କରିବାକୁ ତାଙ୍କ ଗାଁର ପଣ୍ଡିତଙ୍କୁ ଡକା ହେଲା। ପଣ୍ଡିତଙ୍କ ପାଖରେ ଜଣେ ଲୋକ ଯାଇ କହିଲା," ପଣ୍ଡିତେ, ଗୋଟେ ପାଗଳ ଚୋର ଦେଖିବାକୁ ହୀନ ଆଉ, ସେ ନିଜକୁ ରାଜା ବୋଲି କହୁଛି।" ପଣ୍ଡିତେ ଏହା ଶୁଣି ଜୋର୍ ଜୋରରେ ଯାଇ ଚୋରମାନେ ଥିବା ସ୍ଥାନରେ ପହଞ୍ଚି ଦେଖିଲେ ଯେ ସେ ପ୍ରକୃତରେ 'ରାଜା'। ରାଜା ମଧ୍ୟ ପଣ୍ଡିତଙ୍କୁ ଦେଖି ସେ ତାଙ୍କ ମନ୍ତ୍ରୀ ବୋଲି ଚିହ୍ନି ପାରିଲେ।
ମନ୍ତ୍ରୀ ଜଣକ ରାଜାଙ୍କୁ ଉଠାଇ ନେଇ ତାଙ୍କର ସେବା କରିସାରିଲା ପରେ, ରାଜା ନିଜେ ଗାଁ ଲୋକମାନଙ୍କୁ ପ୍ରଥମରୁ ସବୁ କଥା କହିଲେ ଏବଂ ମନ୍ତ୍ରୀଙ୍କୁ ନିଜର ଧନ ସମ୍ପତ୍ତି ପ୍ରତି ଥିବା ଅହଙ୍କାରରେ ଅନ୍ଧ ହୋଇ ଅନ୍ୟ କାହାର କଥା ନଶୁଣି ଥିବା ହେତୁ କ୍ଷମା ମାଗିଲେ। ଧନ ପାଇଁ ଗର୍ବ ଓ ଅହଙ୍କାର କରିବେ ନାହିଁ ବୋଲି ପ୍ରତିଜ୍ଞା କରି ମନ୍ତ୍ରୀଙ୍କ ସହିତ ନିଜ ରାଜ୍ୟକୁ ଫେରିଲେ।

Educating! Beautifully written! <3
ReplyDelete👍👍👍👍
ReplyDeleteExcellent story 👍
ReplyDeleteHarrah's Casino and Resort Las Vegas - MapYRO
ReplyDeleteHarrah's Casino and Resort 경상남도 출장마사지 Las Vegas is a casino and hotel located in Las 정읍 출장샵 Vegas, Nevada. Resort has 세종특별자치 출장샵 45 과천 출장마사지 table games including Blackjack, Roulette, and 안산 출장샵 Video Poker.
Despite its name, as our 원 엑스 벳 Videoslots evaluate exhibits, this operator excels in additional than just slot video games. Start half in} one of the best video slots for FREE - No Download Needed. There are so many video slots to choose from|to choose from}, it may be} onerous to choose a favorite! Find the preferred ones by trying out our evaluate team’s list of video slot suggestions.
ReplyDelete