ଶୃଗାଳ ଏବଂ ଢୋଲ

ବହୁବର୍ଷ ପୂର୍ବେ ଏକ ଜଙ୍ଗଲ ନିକଟରେ ଥିବା ବିଶାଳ ଚାରଣଭୂମିରେ ଦୁଇଜଣ ରାଜାଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ନିଜର ମନୋବଳକୁ ସଶକ୍ତ କରିବା ପାଇଁ ସୈନ୍ୟମାନେ ଗୋଟିଏ ଢୋଲ ବଜାଇ ରାତିରେ ନିଜର ସାହସିକତାର କାହାଣୀ ବର୍ଣ୍ଣନା କରୁଥିଲେ ଯୁଦ୍ଧର ନିୟମାନୁସାରେ ଜଣେ ଜିତିଲେ ଅନ୍ୟ ଜଣେ ହାରିଥାଏ। ଏପରି ବହୁବର୍ଷ ଧରି ଯୁଦ୍ଧ ଚାଲିଲା। ଯୁଦ୍ଧ ସରିଲା ପରେ ସୈନ୍ୟମାନେ ନିଜ ରାଜ୍ୟକୁ ନିଜ ନିଜ ଅସ୍ତ୍ରଶସ୍ତ୍ର ଧରି ଫେରିଗଲେ। ସୈନ୍ୟମାନେ ବଜାଉଥିବା କେବଳ ସେଇ ବଡ଼ ଢୋଲଟା ଯୁଦ୍ଧ ପଡିଆରେ ରହିଗଲା।

ଯୁଦ୍ଧର କିଛିଦିନ ପରେ ପ୍ରବଳ ବାତ୍ୟା ଆସିଲା। ବାତ୍ୟା ଯୋଗୁ ଜୋରରେ ପବନ ବହିବା ଆରମ୍ଭ ହେଲା। ପବନରେ ଢୋଲଟି ଗଡ଼ିଗଡ଼ି ଯାଇ ଏକ ଶୁଖିଲା ଗଛ ନିକଟରେ ରହିଲା। ସେହି ଗଛଟି ଝଙ୍କାଳିଆ, ମୋଟା ଆଉ ବହୁତ ପୁରୁଣା। ତାର ଶୁଖିଲା ଡାଳଗୁଡ଼ିକ ବହୁତ ଲମ୍ବା ଲମ୍ବା ଆଉ ମୋଟା ମୋଟା। ସେ ଡାଳଗୁଡିକ ଢୋଲ ଉପରେ ଏପରି ଭାବରେ ଲମ୍ବିକି ରହିଥିଲା ଯେ ଯେତେବେଳେ ବି ଜୋରରେ ପବନ ବହେ, ଏହା ଢୋଲ ଉପରେ ଧକ୍କା ହୋଇ 'ଧମଦମ୍, ଧାମଧାମ୍' ପରି ଏକ ଶବ୍ଦ ସୃଷ୍ଟି କରେ |

ସେଇ ପାଖ ଜଙ୍ଗଲରେ ବୁଲୁଥିବା ଏକ ଶୃଗାଳ ଢୋଲର ଶବ୍ଦ ଶୁଣିଲା। ଧମ୍ ଧାମ୍ ଶଦ୍ଦ ଶୁଣି ସେ ଡରିଗଲା। ସେ ପୂର୍ବରୁ କୌଣସି ପ୍ରାଣୀ ଏପରି ଅଦ୍ଭୁତ ଶବ୍ଦ କରୁଥିବାର ଶୁଣି ନଥିଲା । ସେ ବୁଝି ପାରିଲାନି ଏହା କେଉଁ ପ୍ରକାରର ପଶୁ ଯେ,ଏତେ ଜୋରରେ 'ଧମଧାମ୍  କରୁଛି!" ଏହା କେଉଁ ପ୍ରକାରର ପ୍ରାଣୀ ବୋଲି ଚିନ୍ତା କରିବାକୁ ଲାଗିଲା…..। ହୁଏତ ସେ ପ୍ରାଣୀ ଚାରି ଗୋଡରେ ଉଡ଼ି ଯାଉଥିବ…… ନହେଲେ ଛଅଟା ଗୋଡ଼ ଆଉ ଡେଣାରେ ଉଡୁଥିବ…….!" ଏପରି ସବୁ ଭାବୁଭାବୁ ସେ ସାହାସ ବାନ୍ଧିଲା ଯେ ଯାହା ହେଲେବି ସେଠାକୁ ଯାଇ ସେହି ଆଶ୍ଚର୍ଯ୍ୟଜନକ ପଶୁକୁ ଦେଖିବ। 

ପରଦିନ ଶୃଗାଳଟି ଚାଲିଲା ବ୍ରହ୍ମରାକ୍ଷସକୁ ଦେଖିବାକୁ। ଦୂରରୁ ଗଛବୁଦା ପଛରେ ଲୁଚି ରହି ଢୋଲ ଉପରେ ନଜର ରଖିଲା | ଠିକ୍ ସେତିକିବେଳେ ଗଛରୁ ଓହ୍ଲାଇ ଆସୁଥିବା ଏକ ଗୁଣ୍ଡୁଚିମୂଷା ଢୋଲ ଉପରକୁ ଡେଇଁ ପଡ଼ିଲା | ଜୋରରେ ଧଡ୍ ଶବ୍ଦ ହେଲା। ଗୁଣ୍ଡୁଚିମୂଷାଟି ଢୋଲ ଉପରେ କିଛି ସମୟ ବସିଲା ଆଉ ତାପରେ ଧାନବିଲ ଆଡ଼କୁ ଚାଲିଗଲା |

ଶୃଗାଳଟି ମନେମନେ ଟିକେ ସାହାସ ବାନ୍ଧିଲା ଆଉ ଭାବିଲା 'ଓ! ସାମାନ୍ୟ ଗୁଣ୍ଡୁଚିମୂଷାଟିଏ, ସେ ଡରୁନି ଆଉ ମୁଁ ଡରୁଛି! ଏହାମାନେ ସେ ଯିଏ ବି ହୋଉ ନା କାହିଁକି, ହିଂସ୍ର ପ୍ରାଣୀ ନୁହେଁ | ମୁଁ ବି ଭୟଭୀତ ହେବା ଉଚିତ୍ ନୁହେଁ |

ଶୃଗାଳଟି ଧୀରେଧୀରେ ପାଦ ଚିପିଚିପି ଢୋଲ ଆଡ଼କୁ ଗଲା | ଢୋଲଟିକୁ ଦେଖି ଟିକେ ଆସ୍ଵସ୍ଥି ପାଇଲା ଯେ ଏହା ଗୋଟେ ସାଧାରଣ ଢୋଲ, କିନ୍ତୁ ଏବେବି ମନରେ ଡର ଥିଲା ଯେ ସେ ଢୋଲ ଭିତରେ ଯଦି ହିଂସ୍ର ଜୀବଜନ୍ତୁ ବା କେଉଁ ବ୍ରହ୍ମରାକ୍ଷସ ଥିବ ହେଲେ କ'ଣ କରିବ ସେ? ଢୋଲ ପାଖରେ ପହଞ୍ଚି ଢୋଲଟିକୁ ଟିକିଏ ଦେଖିଲା। ସେ ଢୋଲର ମୁଣ୍ଡ କି ଗୋଡ, କିଛି ଦେଖି ପାରିଲା ନାହିଁ। ତା’ପରେ ହଠାତ୍ ପବନ ବହିବା କାରଣରୁ ଡାଳଗୁଡ଼ିକ ଢୋଲକୁ ଧକ୍କା ଦେବାରୁ ପୁଣି ଢମ୍ ଢାମ୍ ଶଦ୍ଦ ହେଲା | ଶୃଗାଳଟି ଡରିଯାଇ ପଛକୁ ଡେଇଁ ପଡିଲା ଏବଂ ଦୂରକୁ ଯାଇ ଲୁଚି ରହିଲା। 

ବର୍ତ୍ତମାନ ସେ ବୁଝିଗଲା ଯେ, ତା ଭିତରେ ନିଶ୍ଚିତ ଗୋଟେ ଜନ୍ତୁ ଅଛି। ଶୃଗାଳଟି ଆଉ ଡେରି ନକରି ନିଜ ପ୍ରାଣ ବଞ୍ଚାଇବାକୁ ଯାଇ ଘରକୁ ପଳେଇ ଆସିଲା। ସେ ଜାଣିଗଲା ଯେ, ସେ ଢୋଲ ଭିତରେ ଜନ୍ତୁଟିଏ  ଅଛି ଆଉ ସେ ଧୁମ୍ ଧାମ୍ ଶବ୍ଦ କରୁଛି । ତା ଭିତରେ ଯେ କୌଣସି ବି ପ୍ରାଣୀ ରହୁଛି, ସେ ମୋଟା ଏବଂ ଶକ୍ତିଶାଳୀ ହୋଇଥିବ, ତାର ଶରୀର ନିଶ୍ଚିତ ଚର୍ବିରେ ପରିପୂର୍ଣ୍ଣ ହୋଇଥିବ । କେବଳ ଗୋଟିଏ ଶକ୍ତିଶାଳୀ ଜନ୍ତୁ ହିଁ ଏମିତି ଧମ୍ ଧାମ୍ ଶବ୍ଦ କରିପାରିବ | ଏସବୁ ଭାବି ଭାବି ସେ ତା ଘରକୁ ଫେରିଆସିଲା। 

ଶୃଗାଳ ନିଜଘରେ ପଶିବା ମାତ୍ରେ ତା ସ୍ତ୍ରୀ ଜୋରରେ ରାଗିଲା, “ ଦିନସାରା କୁଆଡେ ବୁଲି ଯାଇଥିଲା ଯେ ଯାଇଥିଲ, ଘରେ କିଛି ଖାଇବାକୁ ନାହିଁ। ଘର କେମିତି ଚାଲିବ ସେ ବିଷୟରେ ଚିନ୍ତା ନାହିଁ।” ଏମିତି ସବୁ ଗାଳି କରି କୁଆଡେ ଯାଇଥିଲ ବୋଲି ଜିଦ୍ ଧରି ପଚାରିବାରୁ ବିଚରା ଶୃଗାଳ ନିଜକୁ ନିଜ ସ୍ତ୍ରୀ ଠାରୁ ବଞ୍ଚାଇବାକୁ ଯାଇ କହିଲା ଯେ, ସେ ଶିକାରରେ ଯାଇଥିଲା। ଗୋଟେ ବଡ଼ ଜନ୍ତୁ ଦେଖିଛି କିନ୍ତୁ ସେଇ ଜନ୍ତୁଟା କ'ଣ ବୋଲି ସେ ଜାଣିନି ଆଉ ସେ ଗୋଟେ ଢୋଲ ଭିତରେ ଅଛି। 
ଶିଆଳି ପଚାରିବା ଆରମ୍ଭ କଲା 'ତୁମେ ତାକୁ କାହିଁକି ହତ୍ୟାକରି ଘରକୁ ଆଣିଲ ନାହିଁ?'



ଶୃଗାଳ ତାକୁ ରାଗିକି କହିଲା, " କାରଣ ମୁଁ ତୁମ ପରି ମୂର୍ଖ ନୁହେଁ। ସେ ଏକ ଢୋଲ ଭିତରେ ଲୁଚି ରହିଛି | ଢୋଲଟା ଏପରି ଯେ ଏହାର ଦୁଇ ପାର୍ଶ୍ୱରେ ଶୁଖିଲା କବାଟ ଅଛି | ଯଦି ମୁଁ ଗୋଟିଏ ପାଖରୁ ମୋ ହାତରେ ତାକୁ ଧରିବାକୁ ଚେଷ୍ଟା କରିଥାନ୍ତି, ତେବେ ସେ ଅନ୍ୟ ପଟେ ବାହାରି ପଳାଇ ନଥାନ୍ତା କି? ସେ ଜନ୍ତୁ ଏକ ବଡ ଶିକାର ଯେହେତୁ ଗୋଟେ ଦିନରେ ଧରି ହେଲା ନାହିଁ। ଆଉ ଏକା ଯାଇ ଏତେ ବଡ଼ ଜନ୍ତୁର ଶିକାର କରିବା ସହଜ ନୁହେଁ।"

ସନ୍ଧ୍ୟା ହେବା ପରେ ଦୁହେଁ ଢୋଲ ଆଡକୁ ଗଲେ। ଯେତେବେଳେ ସେମାନେ  ନିକଟତର ହେବାକୁ ଲାଗିଲେ, ଡାଳଗୁଡ଼ିକ ପବନରେ ଉପରତଳ ହୋଇ ଢୋଲ ଉପରେ ପିଟି ହେବାରୁ ଏବଂ ଏକ 'ଧୁମ୍-ଧମ୍' ଶବ୍ଦ ବାହାରିଲା | ଶୃଗାଳଟି ତା ସ୍ତ୍ରୀ କାନରେ କହିଲା, "ତୁମେ କଣ ଏମିତି ସ୍ୱର ଆଗରୁ କେବେ ଶୁଣିଛ କି? ଭାବ, ଯାହାର ସ୍ୱର ଏତେ ଗମ୍ଭୀର, ସେ ନିଜେ କେତେ ମୋଟା ଏବଂ ସତେଜ ହେଇଥିବ।"

ଦୁହେଁ ଅତି ସାବଧାନତାର ସହିତ ଢୋଲ ପାଖକୁ ଯାଇ ଢୋଲକୁ ସିଧାକରି ଏହାର ଉଭୟ ପାର୍ଶ୍ୱରେ ବସି ଦାନ୍ତରେ ଢୋଲର ଦୁଇ ପାଖର ଚର୍ମଅଂଶର ଧାରକୁ ଛିଣ୍ଡାଇବାକୁ ଲାଗିଲେ | ଚର୍ମ କାଟିବା ମାତ୍ରେ ଶୃଗାଳ କହିଲା, "ସାବଧାନ ରୁହ। ଆମକୁ ହାତ ଏକାଠି କରି ଶିକାର ଧରିବାକୁ ପଡିବ |" ଏକା ସହିତ ଧମ୍ ଶବ୍ଦ କରି ଦୁହେଁ ଦୁଇ ପଟରୁ ଡ୍ରମ୍ ଭିତରକୁ ହାତ ପୁରାଇଲେ। ଯେମିତି ହାତ ପୁରାଇଛନ୍ତି ଦୁହେଁ ଦୁହିଁଙ୍କ ହାତ ଧରି ଜୋରରେ ଚିତ୍କାର କରି ଉଠିଲେ। ଦୁଇଜଣ ଭିତରକୁ ପଶି ଦେଖିଲେ ଏବଂ ନିଜ ନିଜ ମୁଣ୍ଡରେ ହାତ ରଖି ଚିତ୍କାର କରିଉଠିଲେ, "ଏଠାରେ ତ କିଛି ନାହିଁ... ।"


ଗଳ୍ପଟିରୁ ଆମେ ଅନେକ ଦରକାରୀ ଶିକ୍ଷା ପାଇଲୁ:

ଭୟ ଅଜ୍ଞାନରୁ ହୋଇପାରେ: ଶିଆଳ ଢୋଲର ଶବ୍ଦ ଶୁଣି ଆଗେ ଭୟ ପାଉଥିଲା, ଭାବୁଥିଲା ଏହା କୌଣସି ବିପଦ ସୃଷ୍ଟିକାରୀ ପ୍ରାଣୀ ହୋଇପାରେ। ତେବେ, ଯେତେବେଳେ ସେ ଏହାକୁ ଯାଞ୍ଚ କଲା, ସେ ଜାଣିଲା ଯେ ଏହା ଏକ ନିଷ୍ପ୍ରାଣ ଜିନିଷରୁ ଆସୁଥିବା ନିରାପଦ ଶବ୍ଦ ଥିଲା। ଏହାରୁ ଆମେ ଶିଖିପାରୁ ଯେ ଭୟ ପ୍ରାୟତଃ ଅଜ୍ଞାନ କିମ୍ବା ଅବଜ୍ଞାନରୁ ହୁଏ। ରାୟ ଦେବା ପୂର୍ବରୁ ତଥ୍ୟ ଯାଞ୍ଚ କରିବା ଅତ୍ୟାବଶ୍ୟକ।

ଭୟକୁ ଜୟ କରିବା: ଗଳ୍ପଟି ଆମକୁ ଭୟରୁ ମୁଁହରୁ ଫେରିଯିବା ପରିବର୍ତ୍ତେ ଏହାକୁ ମୁହଁମୁହିଁ ହୋଇ ସାମ୍ନା କରିବାକୁ ପ୍ରେରିତ କରେ। ଯେବେଳେ ଯାହା ଆମକୁ ଭୟଭୀତ କରେ ତାହାକୁ ମୁହଁମୁହିଁ ହେବାରୁ, ଆମେ ଦେଖିପାରୁ ଯେ ବାସ୍ତବରେ ଆମେ ଅନୁମାନ କରୁଥିବାରୁ ବହୁତ କମ୍ ଭୟଙ୍କର ହୋଇପାରେ।

ତଦନୁସନ୍ଧାନରେ ସାବଧାନତା: ଯଦିଓ ଜିଜ୍ଞାସା ଦରକାରୀ, ଗଳ୍ପଟି ସାବଧାନ ତଦନୁସନ୍ଧାନର ଗୁରୁତ୍ୱ ବି ଶିଖାଏ। ଶିଆଳ ଶବ୍ଦର ଉତ୍ସକୁ ସାବଧାନତାର ସହିତ ନିକଟକୁ ଯାଉଥିଲା, ଯାହାକି ନିରାପଦରେ ବାସ୍ତବତା ଆବିଷ୍କାର କରିବାରେ ସହାୟତା କଲା।

ଏହି ଶିକ୍ଷାଗୁଡ଼ିକ ଜ୍ଞାନ ମାଧ୍ୟମରେ ଭୟକୁ ଜୟ କରିବା, ଜିଜ୍ଞାସାର ମୂଲ୍ୟ ଏବଂ ଜଗତ ବିଷୟରେ ବୁଝିବାକୁ ସାବଧାନ ତଦନୁସନ୍ଧାନର ଆବଶ୍ୟକତାର ଗୁରୁତ୍ୱ ଉପରେ ଆଲୋକପାତ କରେ।

Comments

Post a Comment

Popular posts from this blog

ମାଙ୍କଡ଼ ଏବଂ କାଠ ଖଣ୍ଡ

ପଞ୍ଚତନ୍ତ୍ର କାହାଣୀଧାରା