Posts

ଶୃଗାଳ ଏବଂ ଢୋଲ

Image
ବହୁବର୍ଷ ପୂର୍ବେ ଏକ ଜଙ୍ଗଲ ନିକଟରେ ଥିବା ବିଶାଳ ଚାରଣଭୂମିରେ ଦୁଇଜଣ ରାଜାଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ନିଜର ମନୋବଳକୁ ସଶକ୍ତ କରିବା ପାଇଁ  ସୈନ୍ୟମାନେ  ଗୋଟିଏ ଢୋଲ ବଜାଇ ରାତିରେ ନିଜର ସାହସିକତାର କାହାଣୀ ବର୍ଣ୍ଣନା କରୁଥିଲେ ।  ଯୁଦ୍ଧର ନିୟମାନୁସାରେ ଜଣେ ଜିତିଲେ ଅନ୍ୟ ଜଣେ ହାରିଥାଏ। ଏପରି ବହୁବର୍ଷ ଧରି ଯୁଦ୍ଧ ଚାଲିଲା। ଯୁଦ୍ଧ ସରିଲା ପରେ ସୈନ୍ୟମାନେ ନିଜ ରାଜ୍ୟକୁ ନିଜ ନିଜ ଅସ୍ତ୍ରଶସ୍ତ୍ର ଧରି ଫେରିଗଲେ। ସୈନ୍ୟମାନେ ବଜାଉଥିବା କେବଳ ସେଇ ବଡ଼ ଢୋଲଟା ଯୁଦ୍ଧ ପଡିଆରେ ରହିଗଲା। ଯୁଦ୍ଧର କିଛିଦିନ ପରେ ପ୍ରବଳ ବାତ୍ୟା ଆସିଲା। ବାତ୍ୟା ଯୋଗୁ ଜୋରରେ ପବନ ବହିବା ଆରମ୍ଭ ହେଲା। ପବନରେ ଢୋଲଟି ଗଡ଼ିଗଡ଼ି ଯାଇ ଏକ ଶୁଖିଲା ଗଛ ନିକଟରେ ରହିଲା। ସେହି ଗଛଟି ଝଙ୍କାଳିଆ, ମୋଟା ଆଉ ବହୁତ ପୁରୁଣା। ତାର ଶୁଖିଲା ଡାଳଗୁଡ଼ିକ ବହୁତ ଲମ୍ବା ଲମ୍ବା ଆଉ ମୋଟା ମୋଟା। ସେ ଡାଳଗୁଡିକ ଢୋଲ ଉପରେ ଏପରି ଭାବରେ ଲମ୍ବିକି ରହିଥିଲା ଯେ ଯେତେବେଳେ ବି ଜୋରରେ ପବନ ବହେ, ଏହା ଢୋଲ ଉପରେ ଧକ୍କା ହୋଇ 'ଧମଦମ୍, ଧାମଧାମ୍' ପରି ଏକ ଶବ୍ଦ ସୃଷ୍ଟି କରେ | ସେଇ ପାଖ ଜଙ୍ଗଲରେ ବୁଲୁଥିବା ଏକ ଶୃଗାଳ ଢୋଲର ଶବ୍ଦ ଶୁଣିଲା। ଧମ୍ ଧାମ୍ ଶଦ୍ଦ ଶୁଣି ସେ ଡରିଗଲା। ସେ ପୂର୍ବରୁ କୌଣସି ପ୍ରାଣୀ ଏପରି ଅଦ୍ଭୁତ ଶବ୍ଦ କରୁଥିବାର ଶୁଣି ନଥିଲା । ସେ ବୁଝି ପାରିଲାନି ଏହା କେଉଁ ପ୍ରକାରର ପଶୁ ଯେ,ଏତେ ଜୋରରେ 'ଧମଧା...

ମାଙ୍କଡ଼ ଏବଂ କାଠ ଖଣ୍ଡ

Image
ବହୁତ ପୁରୁଣା କଥା। ଥରେ ଗୋଟିଏ ସହର ଠାରୁ ଅଳ୍ପ ଦୂରରେ ଏକ ମନ୍ଦିର ନିର୍ମାଣ କରାଯାଉଥିଲା | ମନ୍ଦିରଟିକୁ ସୁନ୍ଦର କରିବା ପାଇଁ କାଠରେ ସୁନ୍ଦର୍ ସୁନ୍ଦର୍ ମୂର୍ତ୍ତି ତିଆରି ଆରମ୍ଭ ହେଲା। ମନ୍ଦିର ଆଗରେ ହିଁ କାଠ କାମ କରାଗଲା, ତେଣୁ ବହୁତ ଶ୍ରମିକ ସହରରୁ ଆସି କାଠ କାଟିବାରେ ଲାଗିଲେ | କାଠ କାମ ବହୁତ ଦିନ ଧରି ଚାଲିଲା। ସେ ମନ୍ଦିର ଆଖ ପାଖରେ ଜଙ୍ଗଲକୁ ଛାଡି ଦେଲେ ଆଉ କିଛି ନଥିଲା, ସବୁ ଶ୍ରମିକଙ୍କୁ ମଧ୍ୟାହ୍ନ ଭୋଜନ କରିବା ପାଇଁ ସହରକୁ ଯିବାକୁ ପଡୁଥିଲା, ତେଣୁ ଦିନରେ କିଛି ସମୟ କାମ କରିଲା ପରେ ସେମାନେ ସହରକୁ ଯାଇ ଭୋଜନ ସାରି ଫେରିବା ପରେ ସନ୍ଧ୍ୟା ଯାଏଁ କାମ କରୁଥିଲେ। ତେଣୁ ପ୍ରତିଦିନ ଦିପହରରେ କିଛି  ଘଣ୍ଟା ପର୍ଯ୍ୟନ୍ତ ସେହି କାଠ କାମ ପାଖରେ କେହି ରହୁ ନଥିଲେ | ପ୍ରଥମେ ସେମାନେ କାଠ ଗୁଡ଼ିକୁ ଗୋଲ ଗୋଲ ବଡ଼ ଗଣ୍ଡି କରି ତାକୁ ମଝିରୁ ଫାଳ କରିବାକୁ ଆରମ୍ଭ କଲେ। ସେ ଜାଗାରେ ଚାରିଆଡ଼େ କାଠ ଖଣ୍ଡ ସବୁ ଏଣେ ତେଣେ ପଡ଼ିଥାଏ। ଦିନେ ଗୋଟିଏ ବଡ଼ କାଠ ଗଣ୍ଡି କାଟୁ କାଟୁ ଦ୍ୱିପହର ହୋଇଗଲା। ମଝିରୁ ଅଧା ଫାଳ ହୋଇଥିଲା, ପୁଣିଥରେ ସେହି ଜାଗା ରୁ କାଟିବା ସହଜ ହେବ ବୋଲି ଅଧା ଚିରା କାଠ ମଝିରେ ଗୋଟାଏ ଛୋଟ କାଠର କୀଳା ( କ୍ଲିପ୍ ପରି) ରଖିଦେଲେ ଓ ମଧ୍ୟାହ୍ନ ଭୋଜନ ପାଇଁ ସବୁ ଶ୍ରମିକ ନିଜ କାମ ଛାଡି ଖାଇବାକୁ ସହରକୁ ଚାଲିଗଲେ | ଠିକ୍ ସେତିକିବେଳେ ମାଙ୍କଡ଼ମାନଙ୍କର ଗୋଟିଏ ଦଳ ସେଠାକୁ ଡେଇଁ ଡେଇଁ ଆସିଲ...

ପଞ୍ଚତନ୍ତ୍ର କାହାଣୀଧାରା

Image
ପ୍ରାଚୀନ ସମୟ, ବହୁତ ପୂର୍ବର କଥା। ପ୍ରାୟ ୨୦୦୦ ବର୍ଷ ପୂର୍ବେ, ଭାରତର ଦକ୍ଷିଣ ଭାଗରେ ମହିଳାରୋପ୍ୟମ ନାମକ ଏକ ସୁନ୍ଦର ରାଜ୍ୟ। ରାଜା ଅମରଶକ୍ତି ସେହି ରାଜ୍ୟରେ ଶାସନ କରୁଥିଲେ। ଅତ୍ୟନ୍ତ ଜ୍ଞାନୀ ଏବଂ ଦୟାଳୁ ରାଜାଙ୍କର ତିନି ପୁତ୍ର ଥିଲେ, ତିନିପୁତ୍ରଙ୍କ ନାମ ବାହୁଶକ୍ତି, ଉଗ୍ରଶକ୍ତି ଏବଂ ଅନନ୍ତଶକ୍ତି। ରାଜା ଯେତିକି ଉଦାର ପ୍ରଶାସକ ଓ କୁଶଳୀ ନୀତି ନିର୍ମାତା ଥିଲେ, ତାଙ୍କ ପୁଅମାନେ ସେତିକି ମୂର୍ଖ ଓ ଅହଂକାରୀ ଥିଲେ | ଜ୍ଞାନୀ ରାଜାଙ୍କର ସମସ୍ତ ରାଜକୁମାର ଅଜ୍ଞାନ ଥିଲେ। ସେମାନେ ଅଳସୁଆ ଏବଂ ଜ୍ଞାନ ଆହରଣ କରିବାକୁ ଆଦୌ ଆଗ୍ରହ ପ୍ରକାଶ କରୁନଥିଲେ। ରାଜା ସେମାନଙ୍କୁ ବ୍ୟବହାରିକ ଶିକ୍ଷା ଦେବା ପାଇଁ କଠିନ ଚେଷ୍ଟା କଲେ, କିନ୍ତୁ ସେ କୌଣସି ପ୍ରକାରେ ସଫଳ ହୋଇପାରିଲେ ନାହିଁ | ଯେତିକି ଯେତିକି ସମୟ ବଢ଼ି ଚାଲିଲା ସେମାନେ ରାଜାଙ୍କ ପାଇଁ ସେତିକି ସେତିକି ଚିନ୍ତାର ବିଷୟ ପାଲଟିଗଲେ। ରାଜା ଧୀରେ ଧୀରେ ନିରାଶ ହେବାକୁ ଲାଗିଲେ। ରାଜାଙ୍କ ମନ୍ତ୍ରିମଣ୍ଡଳରେ ବହୁ କୁଶଳୀ, ଦୂରଦୃଷ୍ଟି ସମ୍ପନ୍ନ ତଥା ଦକ୍ଷ ମନ୍ତ୍ରୀ ଥିଲେ, ରାଜା ବାଧ୍ୟ ହୋଇ ପରାମର୍ଶ ନେବା ପାଇଁ ମନ୍ତ୍ରୀମାନଙ୍କୁ ଡକାଇଲେ: "ଆପଣ ମାନେ ଜାଣନ୍ତି ଯେ, ମୁଁ ମୋ ପୁଅମାନଙ୍କ ଉପରେ ଖୁସି ନୁହେଁ। ଜଣେ ରାଜାଙ୍କ ପୁତ୍ର ହୋଇ ମଧ୍ୟ ସେମାନଙ୍କର ମନରେ ଜ୍ଞାନ ପାଇଁ ଉତ୍ସାହ ନାହିଁ। ମୂର୍ଖ ପୁତ୍ର ପିତା ପାଇଁ ଅପମାନ ଆଣେ। ସେମାନଙ୍କୁ ମୁଁ ମୋର ଉତ୍ତର...

କାର୍ତ୍ତିକ ପୂର୍ଣ୍ଣିମା

Image
ଆ କା ମା ବୈ ଡାକ ଜନମାନସରେ ପ୍ରଜ୍ବଳିତ କରେ ଏକ ଐତିହାସିକ ସ୍ମୃତି - କିମ୍ବଦନ୍ତୀର କାରୁକାର୍ଯ୍ୟ ତଳେ ଏକ ସଂଗୋପିତ ସତ୍ୟ: ସାଧବ ପୁଅର ଜାଭା-ସୁମାତ୍ରା ବିଜୟ - ବସ୍ତୁବାଦୀ ନୁହେଁ, ସାମ୍ରାଜ୍ୟବାଦୀ ନୁହେଁ, ବରଂ ଏକ ମହାଉତ୍କଳୀୟ ପରମ୍ପରାର ସାଂସ୍କୃତିକ ବିଜୟ। କାର୍ତ୍ତିକ ପୂର୍ଣ୍ଣିମା ଅବସର ପ୍ରସ୍ତୁତ କରେ ସେହି ମହାଉତ୍କଳୀୟ ବିଜୟଧ୍ଵଜାକୁ ମୌଖିକ ମୁଖଶାଳାରେ, ଆ କା ମା ଵୈ ରୂପରେ।  

ଘଟଗାଁ ମା' ତାରିଣୀ କିମ୍ବଦନ୍ତୀ

Image
କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀ। ମା ତାରିଣୀଙ୍କ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ପୀଠ। ଏଠାରେ ମା, ଶାଳବଣ ମଝିରେ ପୂଜା ପାଆନ୍ତି। ମା'ଙ୍କ ଉପରେ ଭକ୍ତମାନଙ୍କର ବହୁ ବିଶ୍ୱାସ ମନାଯାଏ। ମା' ଙ୍କୁ କେବଳ ନଡ଼ିଆଟିଏ ମାନସିକ କଲେ ମଧ୍ୟ ମା’ ସମସ୍ତଙ୍କର ମାନସିକ ପୁରା କରିଦିଅନ୍ତି; ସେଥି ପାଇଁ ତାଙ୍କୁ 'ନଡ଼ିଆରାଣୀ ' ମଧ୍ୟ କୁହାଯାଏ। କାହିଁ କେତେ ଦୂରରୁ ଭକ୍ତମାନେ ମାନସିକ କରି ଗାଡ଼ିରେ ନଡିଆ ପଠାନ୍ତି। ମା ତାରିଣୀ ପ୍ରକୃତରେ ମା ଦୁର୍ଗାଙ୍କ ଏକ ବିଶିଷ୍ଟ ରୂପ ଅଟନ୍ତି, ଯିଏକି ସଙ୍କଟହାରିଣୀ ତାରିଣୀ ମା' ଙ୍କ ରୂପରେ ଘଟଗାଁ ପୀଠରେ ପୂଜା ପାଉଛନ୍ତି।  ଏହି କାହାଣୀଟିରେ ଆମେ କିଛି କିମ୍ବଦନ୍ତୀ ଅନୁଯାୟୀ ମା’ ତାରିଣୀ କିପରି ଘଟଗାଁକୁ ଆସିଲେ ଜାଣି ପାରିବା।  ୧୪ଶ ଶତାବ୍ଦୀ ସମୟର କଥା। ସେ ସମୟରେ କଳିଙ୍ଗର ରାଜା ପୁରୁଷୋତ୍ତମ ଦେବ ଗଜପତି ରୂପେ ଅଭିଷିକ୍ତ ଥିଲେ। କଳିଙ୍ଗର ରାଜା ଥରେ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିଲେ, କାଞ୍ଚି ନାମକ ଏକ ପ୍ରସିଦ୍ଧ ରାଜ୍ୟରେ ଯାଇ ପହଞ୍ଚିଲେ । ସେଠାରେ କାଞ୍ଚିର ରାଜକୁମାରୀ ପଦ୍ମାବତୀଙ୍କୁ ଦେଖି ତାଙ୍କୁ ବିବାହ କରିବାର ଇଚ୍ଛା ପ୍ରକାଶ କଲେ। ଏତେ ବଡ କଳିଙ୍ଗ ରାଜ୍ୟର ରାଜା ବୋଲି ଦେଖି ପ୍ରସ୍ତାବରେ ରାଜି ହୋଇଗଲେ କାଞ୍ଚି ରାଜ୍ୟର ରାଜା। ନିଜ ପୁତ୍ରୀର ବିବାହ ଆୟୋଜନ ନିମନ୍ତେ ତାଙ୍କର ଏକ ବିଶେଷ ମନ୍ତ୍ରୀଙ୍କୁ ନିୟୋଜିତ କଲେ ଏବଂ କଳିଙ...

ଶାମ୍ବ ଦଶମୀ

Image
ଶାମ୍ବ ଦଶମୀ, ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳନ ହୁଏ। କେହି କେହି ଏହାକୁ ଶମ୍ବର ଦଶମୀ ବୋଲି ମଧ୍ୟ କୁହନ୍ତି। ନିଜ ସନ୍ତାନ ମାନଙ୍କର ମଙ୍ଗଳ ମନାସୀ ମାଆ ମାନେ ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରନ୍ତି। ଏହା ଓଡ଼ିଆ ଜାତିର ଏକ ବିଶେଷ ପର୍ବ ଅଟେ। ଶାମ୍ବ, ଯିଏକି ଭଗବାନ ଶ୍ରୀ କୃଷ୍ଣଙ୍କ ସନ୍ତାନ, ଦେଖିବାକୁ ଅବିକଳ କୃଷ୍ଣଙ୍କ ପରି। ଏହାଙ୍କ ପାଇଁ ଶାମ୍ବ ଦଶମୀ ପୂଜାର ଆରମ୍ଭ ହୋଇଥିବାର କଥା ଅଛି।  ଏହାର ପଛରେ ଥିବା କାହାଣୀ- ଥରେ ଗୋପୀମାନେ ଗିରିନାର ପାହାଡ଼ ପାଖରେ ଥିବା ଏକ ସୁନ୍ଦର ପୁଷ୍କରିଣୀରେ ଜଳକ୍ରୀଡା କରିବା ସମୟରେ ଶ୍ରୀ କୃଷ୍ଣଙ୍କର ଅପେକ୍ଷା କରିଥିଲେ। ଏହି ସମୟରେ ନାରଦ ସେହି ବାଟ ଦେଇ ଯାଉଥିଲେ। ଶ୍ରୀ କୃଷ୍ଣ ଙ୍କର ପୁତ୍ର ମାନେ ନାରଦ ଙ୍କୁ ବହୁତ ଟାହି ଟାପରା ଥଟାମଜା କରନ୍ତି। ନାରଦଙ୍କର ସେମାନଙ୍କ ଉପରେ ଅନେକ ରାଗ ଥିଲା। ଏହି ସମୟରେ ସେହି ପାଖରେ ଶାମ୍ବ ଦେଖି ନାରଦ ତାଙ୍କ ପାଖକୁ ଗଲେ। ସେହି ମୁହଁ, ସେହି ହାତ, ସେହି ସୌନ୍ଦର୍ଯ୍ୟ, ଶାମ୍ବ ଦେଖିବାକୁ ଅବିକଳ କୃଷ୍ଣଙ୍କ ପରି। ନାରଦ କହିଲେ, " ଶାମ୍ବ ତୁମେ ଯାଅ, ତୁମକୁ ଗୋପୀମାନେ ପୁଷ୍କରିଣୀକୁ ଡାକିଛନ୍ତି।" ଏହା ଶୁଣି ଶାମ୍ବ ଯାଇ ଗୋପୀମାନଙ୍କ ସହ ଜଳକ୍ରୀଡା କରିବାକୁ ଲାଗିଲେ ଏବଂ ଗୋପୀମାନେ ମଧ୍ୟ ଶାମ୍ବଙ୍କୁ ଶ୍ରୀ କୃଷ୍ଣ ବୋଲି ଭାବି ସମସ୍ତେ ଜଳକ୍ରୀଡାର ଆନନ୍ଦ ଉପଭୋଗ କରିବାକୁ ଲାଗିଲେ। ଏତିକି ବେଳେ ନାରଦ ଯାଇ ପହଞ୍ଚିଲେ ...

ଦୁର୍ଗାପୂଜା

Image
 #ଶାରଦୀୟ_ଅଭିନନ୍ଦନ ! ପବିତ୍ର ଦଶହରା ତଥା ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ଦଶମୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ଆମ କାହାଣୀଧାରା ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଜଗତଜନନୀ ମା' ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ,ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ, ଏହାହିଁ କାମନା  ।

କଲୁରୀବେଣ୍ଟ କଥା

Image
ବୁଢୀଟିଏ ଦିନେ ତା ଘର ଓଳାଉ ଓଳାଉ କଲରା ମଞ୍ଜିଟିଏ ପାଇଲା। ତାକୁ ନେଇ ବାଡ଼ିରେ ମନ୍ଦା ଖୋଳି ପୋତି ପକାଇଲା। ସେଥିରେ ମୁନ୍ଦାଏ ପାଣି ଦେଇ କହିଲା, "କଲରା ମଞ୍ଜି ରେ କଲରା ମଞ୍ଜି, କାଲିକି ଯଦି ତୁ ଗଜା ହେଇଥିବୁ ତ ହେଇଥିବୁ ନହେଲେ ମାମୁଁଘର କୁରାଢୀରେ ତତେ ଦି ଗୋଡ କରି ହାଣିବି।"   ତହିଁ ଆରଦିନ ଯାଇ ଦେଖିଲା ବେଳକୁ ସତକୁ ସତ କଲରା ମଞ୍ଜିରୁ ଗଜାଟିଏ ବାହାରିଛି। ବୁଢୀ କହିଲା," ହୁଁ...ଗଜା ନହୋଇ ଯିବୁ କୁଆଡେ!" ପୁଣି ସେଦିନ ସଞ୍ଜ ବେଳକୁ ଯାଇ କଲରାଗଜାକୁ ଡରାଇ କହିଲା, "କଲରା ଗଜାରେ କଲରା ଗଜା, କାଲିକି ଯଦି ତୁ ଦି ଦି ପତ୍ର ନ ହୋଇଥିବୁ ତେବେ, ରଜାଘର କଟୁରୀରେ ତତେ ହାଣିବି।"   ସତକୁ ସତ ତହିଁ ଆରଦିନ ଯାଇ ଦେଖିଲା ବେଳକୁ ସେଥିରେ ଦି ଦି ପତ୍ର ବାହାରିଛି। ବୁଢୀ କହିଲା," ହୁଁ...ନ ହୋଇ ଯିବୁ କୁଆଡେ!"   ନିତିନିତି ବୁଢୀ ଏମିତି ପାଣି ଟୋପାଏ ଟୋପାଏ ଦିଏ ଆଉ ଗଛକୁ ଡରାଏ। ଦେଖୁଦେଖୁ ଦିନ କେତେଟାରେ ଗଛରେ ଦି ପତ୍ରରୁ ଚାରି ପତ୍ର ହେଲା, ବହୁତ ଗୁଡାଏ ମାଡ଼ିଲା। ଗଛଟିର ଏମିତି ମାଡିବା ଦେଖି ବୁଢୀ ତା ଲାଗି ରଞ୍ଜାଟିଏ ତିଆରି ଦେଲା। ଗଛଟି ସେଇ ରଞ୍ଜାରେ ମାଡ଼ିଲା। କିଛିଦିନ ପରେ ସେଥିରେ କଲରା କଷିଟିଏ ଧରିଲା। ବୁଢୀ ସେ କଷିଟିକୁ ନିଇତି ଯାଇ ଦେଖେ କିନ୍ତୁ, ତାର ସାହସ ପାଏନି ତୋଳିବାକୁ। ରଞ୍ଜାରେ ଥାଇ କଲରାଟି ପାଚିଲା। ପାଚିଲା କ...

କାଳ ବୈଶାଖର ରକ୍ତ ଭୋଜି

Image
ବୈଶାଖ ମାସରେ ପ୍ରଚଣ୍ଡ ରୁଦ୍ରତାପ, ସକାଳର ସୁରୁଜବି ଜଳନ୍ତା ନିଆଁପିଣ୍ଡ ଭଳି ଦିଶୁଛି। ସେଦିନ ଶନିଆ ବିଲକୁ ହଳ ନେଇ ଯିବ, ତେଣୁ ବେଗି ବେଗି କଅଣ ଦୁଇଟା ଖାଇ ଦେଇ ଗୁହାଳକୁ ଗଲା। ବଳଦକୁ କୁଣ୍ଡା ତୋରାଣି ଦେଲା। ଲଙ୍ଗଳ ପାଞ୍ଚଣ ଧରି ବଳଦକୁ ଠିଆ କଲା। ଯାଉ ଯାଉ ତା' ସ୍ତ୍ରୀକୁ କହିଦେଲା, "ଦି ଘଡିକୁ ମୁନ୍ଦାଏ ପାଣି ନେଇ ବିଲକୁ ଯିବୁ।" ଶନିଆର ସ୍ତ୍ରୀ ଘରୁ ଥାଇ ହଁଟେ ମାରିଲା। ଶନିଆ ଏଥର ବଳଦ ଆଡେଇ ବିଲ ଆଡେ ଚାଲିଲା।  ବିଲ ମୁଣ୍ଡରେ ପହଞ୍ଚୁ ପହଞ୍ଚୁ ଖରା ବଡ଼ ଟାଣ୍ ହେଲାଣି। ଶନିଆ ଦୁଇ ବଳଦକୁ ନେଇ ଲଙ୍ଗଳ ଯୋଛିଲା, ହଳ ଆରମ୍ଭ ହେଲା। ଖରାଟିଆ ଚାଷ ଭାରି କଷ୍ଟ। ବିଲ ଶୁଖି ଆଁ କରିଥାଏ। କଷ୍ଟେ ମଷ୍ଟେ ହଳ ବୁଲାଇଲା। ସେତେବେଳକୁ ଅସହ ଖରା। ଦିହ ମୁଣ୍ଡ ପୋଡି ପକାଉଥାଏ, ହେଲେ ବିଲ ମଝିରେ କେଉଁଠି ଟିକିଏ ଥାଁ ମାରିବାକୁ ଛାଇ ନାହିଁ। ଦୂର ଦୂର ପର୍ଯ୍ଯନ୍ତ ପ୍ରସସ୍ତ ଶୁଖିଲା ପଡିଆ। ସେ ଆଉ କଷ୍ଟ ସହି ନପାରି ବିଲ ହିଡ଼ରେ ଟିକିଏ ବସି ପଡିଲା। ସେତେବେଳକୁ ଶନିଆକୁ ଭାରି ଶୋଷ ହେଲାଣି। ମୁଣ୍ଡଫଟା ଖରାରେ ଭାରି ହାଲିଆ ଲାଗିଲାଣି। ସ୍ତ୍ରୀକୁ ପାଣି ନେଇ ଆସିବାକୁ କହିଥିଲା ଯେ, ଏ ଯାଏଁ ପାଣିର ଦର୍ଶନ ନାହିଁ।  ଶନିଆ ତା ସ୍ତ୍ରୀକୁ ଜଗି ଜଗି ଭାବିଲା,"ହଉ ଆଉ ହେଳା କରି ଲାଭ ନାହିଁ, ଆଉ ଦି ଭେରା ହଳ ବୁଲେଇ ଦିଏ।" ଏପରି ଭାବି ସେ ପୁଣି ତା କାମରେ ଲାଗିଗଲା। ଗୋଟିଏ ହାତ ଲଙ୍ଗଳ କଟି ଉପରେ ପଡିଥାଏ, ...

'ମକର ସଂକ୍ରାନ୍ତି' - ପର୍ବ ଓ କାହାଣୀ...

Image
ମକର ସଂକ୍ରାନ୍ତି ସମଗ୍ର ଭାରତ ବର୍ଷରେ ପାଳିତ ହେଉଥିବା ଏକ ପର୍ବ । ଏହି ପର୍ବ ସହିତ ଅନେକ ଭାବନା ଓ କିମ୍ବଦନ୍ତୀ ଜଡିତ। ଏହି ସବୁ କିମ୍ବଦନ୍ତୀ ଗୁଡିକ କେଉଁଠାରୁ ଆରମ୍ଭ ତାହା ଅଜଣା । ଏହା ସହିତ ଜଡିତ ବହୁ ଐତିହାସିକ, ପୌରାଣିକ ଘଟଣା ରହିଛି। ସୂର୍ଯ୍ୟଙ୍କର ମକର ରାଶିରେ ପହଞ୍ଚିବାର କିମ୍ବଦନ୍ତୀ , ଆର୍ଯ୍ୟମାନେ ନିଜକୁ ଶୀତରୁ ରକ୍ଷା କରିବା ପାଇଁ ଇଶ୍ବରଙ୍କର ଉପାସନା କରିବାର କିମ୍ବଦନ୍ତୀ, ମହାଦେବ ଶିବ ବୃଷଭଙ୍କୁ ଦଣ୍ଡ ଦେବାର କିମ୍ବଦନ୍ତୀ; ଏଭଳି ଅନେକ ଘଟଣା ରହିଛି। ରାଜା ଭାଗୀରଥଙ୍କ କାହାଣୀ ଗୋଟିଏ କିମ୍ବଦନ୍ତୀ ଅନୁଯାୟୀ, ରାଜା ସାଗର ଦିନେ ଅଶ୍ଵମେଧ ଯଜ୍ଞ କରୁଥିବା ସମୟରେ ଦେବରାଜ ଇନ୍ଦ୍ର ତାଙ୍କର ଯଜ୍ଞ-ପୂଜିତ ଅଶ୍ଵ/ଘୋଡାଟିକୁ ଚୋରି କରିନେଲେ। ଯଜ୍ଞର ବିଧି ଅନୁସାରେ, ସେହି ଅଶ୍ଵ ବିନା ଯଜ୍ଞ ସମ୍ପୂର୍ଣ ହେବା ଅସମ୍ଭବ। ଚିନ୍ତିତ ହୋଇ, ରାଜା ସାଗର ଏବେ ତାଙ୍କର ୬୦,୦୦୦ ପୁତ୍ରଙ୍କୁ ଘୋଡାର ସନ୍ଧାନରେ ପଠାଇଲେ। ସେମାନେ ଘୋଡାର ପାଦଚିହ୍ନକୁ ଅନୁସରଣ କରି ଯାଇ ପହଞ୍ଚିଲେ ପାଟଳୀ ରାଜ୍ୟର କପିଳ ମୁନିଙ୍କ ଆଶ୍ରମରେ। ସେହି ଆଶ୍ରମରେ ଘୋଡାକୁ ଦେଖି ରାଜାଙ୍କ ପୁତ୍ରମାନଙ୍କୁ ଲାଗିଲା ଯେ କପିଳ ମୁନି ତାଙ୍କ ପିତାଙ୍କ ଘୋଡାକୁ ଚୋରି କରିଛନ୍ତି (ଇନ୍ଦ୍ର ଚୋରିକରି ମୁନିଙ୍କ ଆଶ୍ରମରେ ଲୁଚିଥିଲେ)। କ୍ରୋଧରେ ଅନ୍ଧ ହୋଇ ରାଜକୁମାରମାନେ କପିଳ ମୁନିଙ୍କ ଉପରେ ନାନା ପ୍ରକାରର ଲାଞ୍ଛନା ଲଦିବାରେ ଲାଗିଲେ। ରାଜକୁମାରମାନଙ୍କ...

ମିକୁ

Image
ବଜାରରୁ କାମ ସାରି ଫେରିଲା ସମୟରେ, ସମୀର ବାବୁଙ୍କ ଝିଅ ସ୍ବାତୀର ନଜର ଯାଇ ପଡିଲା ରାସ୍ତା କଡ଼ରେ ଦୟନୀୟ ଅବସ୍ଥାରେ ପଡ଼ିଥିବା କୁକୁରଟି ଉପରେ। ସ୍ବାତୀ, ତା ବାପାଙ୍କର ହାତ ଛାଡ଼ି ଦୌଡ଼ି ଯାଇ କୁକୁରଟିକୁ ନିଜ କୋଳକୁ ନେଇ ବାପା ବାପା ବୋଲି ଡାକିଲା। ଝିଅର ପାଟି ଶୁଣି ସମୀର ବାବୁ ଯାଇ ପହଞ୍ଚିଲେ ନିଜ ଝିଅ ପାଖରେ। "ବାପା, ଏ କୁକୁର ର ଗୋଡ଼ ରୁ ବହୁତ୍ ରକ୍ତ ବାହାରୁଛି। ଏହାକୁ ଆମେ ଡ଼ାକ୍ତରଖାନା ନେଇଯିବା।" ବୋଲି ସ୍ବାତୀ କହିବାରୁ ସମୀର ବାବୁ ଦ୍ୱିତୀୟ ବାର ଚିନ୍ତା ନକରି 'ହଁ' କହି ଡାକ୍ତରଖାନାକୁ ନେଇଗଲେ। ଡାକ୍ତରଖାନାରେ ସେମାନେ ତାର ଠିକ୍ ରେ ଚିକିତ୍ସା କରାଇଲେ। ଡାକ୍ତର ବାବୁ କହିଲେ," କେଉଁ ଗୋଟିଏ ଗାଡ଼ି ଚାପି ଦେଇଥିବାରୁ ଏହାର ଗୋଡ ଭାଙ୍ଗିଯାଇଛି। ଆପଣଙ୍କ ପେଟ୍ ଡ଼ଗ୍ କୁ ଘରକୁ ନେଇଯାଆନ୍ତୁ। ମେଡିସିନ୍ ଲଗାନ୍ତୁ, କିଛି ଦିନ ପରେ ଠିକ୍ ହେଇଯିବ।" "ଏହା ଆମର ପେଟ୍ ଡ଼ଗ୍ ନୁହେଁ, ରାସ୍ତାରେ ପଡିଥିବାର ଦେଖି ମୋ ଝିଅ ତାକୁ ଏଠାକୁ ନେଇ ଆସିଲ।" ବୋଲି, ସମୀର ବାବୁ କହିଲେ। "କିନ୍ତୁ ଆପଣଙ୍କ ଝିଅ କୁ ଦେଖିଲେ ଲାଗୁୁ ନାହିଁ କି ଏହା ଗୋଟିଏ ରାସ୍ତାରେ ପଡ଼ିଥିବା କୁକୁର। ଆପଣଙ୍କ ଝିଅ ଜୀବଜନ୍ତୁ ମାନଙ୍କ ପ୍ରତି ଏତେ ଆଗ୍ରହୀ। ସେ ଯାହାବି ହେଉ, ଏ କୁକୁରଟା ଆପଣମାନଙ୍କ ପାଇଁ ନୂଆ ଜୀବନ ପାଇଲା।" ଏସବୁ ଡାକ୍ତର କହିବା ପରେ ସେମାନେ ଘରକୁ ଫେରିଲେ। ତା ପରେ ସ୍ବା...

ଧନ ବଡ଼ ନା ବୁଦ୍ଧି ବଡ଼?

Image
ଗୋଟିଏ ଦେଶରେ ଜଣେ ରାଜା ଥିଲେ। ସେ ସବୁ ବେଳେ ଗର୍ବରେ କହନ୍ତି ଯେ ଧନ ବଡ଼। ଯାହା ପାଖରେ ଧନ ଅଛି, ତା ପାଖରେ ସବୁ ଅଛି। ରାଜାଙ୍କ ପାଇଁ ଧନ ସମ୍ପତ୍ତି ହିଁ ସବୁକିଛି। ରାଜାଙ୍କ କଥାରେ କେହି ରାଜି ନ ହେଲେ ବି, କେହି କିଛି କହିବାକୁ ସାହସ କରିପାରନ୍ତି ନାହିଁ। ରାଜାଙ୍କର ଏତେ ଗର୍ବ ଦେଖି ଦିନେ ରାଜାଙ୍କ ମନ୍ତ୍ରୀ ତାଙ୍କୁ କହିଲେ ଯେ ମଣିଷର ବୁଦ୍ଧି ବଡ଼। ମଣିଷ ଜୀବନରେ ବୁଦ୍ଧି ର ଅନେକ ଆବଶ୍ୟକତା ରହିଛି। କିନ୍ତୁ ରାଜା ଏ କଥା ରେ ନାରାଜ। ଏ ସମସ୍ୟାର ସମଧାନ କରିବା ଅତ୍ୟନ୍ତ ଆବଶ୍ଯକ ସେଥିପାଇଁ ସମସ୍ତେ ଗୋଟିଏ ଉପାୟ ଚିନ୍ତା କରିବାକୁ ଲାଗିଲେ। ଉପାୟଟି ଏପରି ହେଲା ଯେ, ରାଜା ଓ ମନ୍ତ୍ରୀ ଦୁହେଁ ଗୋଟିଏ ବର୍ଷ ପାଇଁ ରାଜ୍ୟର ବାହାରକୁ ଯିବେ। ଏହି ବର୍ଷ ଭିତରେ କେଉଁଠି ବି ନିଜର ପରିଚୟ ପ୍ରକାଶ କରିବେ ନାହିଁ। ରାଜା ନିଜ ସହିତ ଧନ ଏବଂ ମନ୍ତ୍ରୀ ନିଜ ସହିତ ବୁଦ୍ଧି ନେଇ ଗୋଟିଏ ବର୍ଷ ବାହାରେ ରହିବେ। ବର୍ଷ ଶେଷରେ ଜଣା ପଡ଼ିବ ଦୁହେଁ କିପରି ଧନ ଆଉ ବୁଦ୍ଧି ସହିତ ରହିଲେ ଆଉ ଜୀବନରେ କାହାର ବେଶି ମହତ୍ତ୍ୱ ରହିଛି। ରାଜା ବାର ମାସ ପାଇଁ ବାର ହଜାର ଟଙ୍କା ନେଲେ, ଏବଂ ମନ୍ତ୍ରୀ ଖାଲି ହାତରେ ନିଜ ବୁଦ୍ଧି ସହିତ ଦେଶ ବାହାରକୁ ଗଲେ। ସେମାନେ ଦୁହେଁ ନିଜ ରାଜ୍ୟ ବାହାରେ ଅଲଗା ଅଲଗା ହୋଇ ଦୁଇଟି ନୂଆ ସ୍ଥାନରେ ରହିଲେ। କିଛି କାମ ଧନ୍ଦା ନକରି, ରାଜା ଗୋଟିଏ ଗାଁରେ ବାର ହଜାର ଟଙ୍କା ସହିତ ଅତି ଆରାମରେ ରହିବାକୁ ଲାଗିଲେ। ଏହ...

ତଅପୋଈ କଥା

Image
"ବାର ମାସରେ ତେର ପର୍ବ", ଓଡ଼ିଶାରେ ବିଭିନ୍ନ ପ୍ରକାରର ପୂଜା, ପର୍ବ, ଓଷାବାର ଓ ଅନେକ ବ୍ରତକଥା ରହିଛି। ଏସବୁ କେବେ ଆରମ୍ଭ ହୋଇଥିଲା, ସେମାନଙ୍କର ସ୍ରଷ୍ଟା, ଏପର୍ଯ୍ଯନ୍ତ ଅଜ୍ଞାତ। ଓଡ଼ିଶାରେ ପ୍ରଚଳିତ ଅନେକ ବ୍ରତ, ଓଷା କଥା ଭିତରୁ ତଅପୋଈର ଗପଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ଗପଟି ଓଡ଼ିଶାରେ ଘରେ ଘରେ ସୁପରିଚିତ। ଗପଟି ଏହିପରି- ଧନେଶ୍ଵର ନାମରେ ପରିଚିତ ଜଣେ ସାଧବ ଥିଲେ। ତାଙ୍କର ସାତପୁଅ, ସାତବୋହୂ ଏବଂ ଏକମାତ୍ର କନ୍ୟା ତଅପୋଈ ଯିଏକି ସବୁଠାରୁ ସାନ। ଅଲିଅଳୀ ଏକ ମାତ୍ର ଗେହ୍ଲି ଝିଅ ତଅପୋଈ ଥିଲା ସାଧବର ଜୀବନ ଓ ଭାଇମାନଙ୍କର ଆଖିର ତାରା । ସାଧବର ଧନ ସମ୍ପତ୍ତି କହିଲେ ନ ସରେ। ବୈକୁଣ୍ଠ ପରି ଘର ସଂସାର। ହସ ଖେଳରେ ଦିନ ସରେନି ତାଙ୍କର। ତାଙ୍କ ଘର ପାଖରେ ଥିବା ଗୋଟିଏ ଦରିଦ୍ରା ବିଧବା ବ୍ରାହ୍ମଣୀ ସ୍ତ୍ରୀ ସବୁବେଳେ ସାଧବର ସମ୍ପଦରେ ଈର୍ଷାରେ ଜଳିଉଠୁଥାଏ। ଦିନେ ଘର ଦାଣ୍ଡରେ ତଅପୋଈ ସାଙ୍ଗ ଝିଅ ମାନଙ୍କ ସହିତ ଧୂଳିରେ ବାଉଁଶ କୁଲେଇ ଧରି ଖେଳୁଥିଲା। ଏହି ସମୟରେ ବିଧବା ବ୍ରାହ୍ମଣୀ ଆସି ତଅପୋଈକୁ କହିଲା-" ତୁ ହେଲୁ ସାଧବ ଘରର ଝିଅ ଆଉ ବାଉଁଶ କୁଲେଇରେ ଖେଳୁଛୁ! ତୁ ପରା ସୁନାର ଯୋଗ୍ୟ। ତୋ ବାପକୁ କହିଲେ ସେ ତୋ ପାଇଁ ସୁନା ଚାନ୍ଦ ଆଉ ରୂପା କୁଲେଇ ଗଢିଦିଅନ୍ତା !"                                   ଛୋ...